ବନ୍ୟଜନ୍ତୁ ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ମଣିଷର ଜୀବନ ବନ୍ୟଜନ୍ତୁ ଉପରେ ନିର୍ଭର କରେ। ସମ୍ବଳ ଏବଂ ଅନେକ ଅର୍ଥନୈତିକ ସୁଯୋଗ ପାଇଁ ଆଜିକାଲି ଅନେକ ଲୋକ ବନ୍ୟଜନ୍ତୁଙ୍କ ସାହାଯ୍ୟ ନିଅନ୍ତି। ଏହା ସହିତ ଆମର ମାନସିକ ବିକାଶ ଏବଂ ମାନସିକ ଶାନ୍ତି ପାଇଁ ପ୍ରକୃତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏନେଇ ମିଳିତ ଜାତିସଂଘ ବନ୍ୟଜନ୍ତୁଙ୍କ ପ୍ରାଧାନ୍ୟ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ଆସନ୍ତୁ ଜାଣିବା ବିଶ୍ୱ ବନ୍ୟଜନ୍ତୁ ଦିବସର ଇତିହାସ କ’ଣ…
Also Read
କେବେ ଆରମ୍ଭ ହେଲା ବିଶ୍ୱ ବନ୍ୟଜନ୍ତୁ ଦିବସ:
ମିଳିତ ଜାତିସଂଘ ସାଧାରଣ ସଭାର ୬୮ତମ ଅଧିବେଶନରେ ୨୦ ଡିସେମ୍ବର ୨୦୧୩ରେ ପ୍ରତିବର୍ଷ ୩ ମାର୍ଚ୍ଚରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୩ ମାର୍ଚ୍ଚ ୧୯୭୩ ରେ, ବିପଦପୂର୍ଣ୍ଣ ପ୍ରଜାତିର ଜଙ୍ଗଲି ପୌନା ଏବଂ ଫ୍ଲୋରା ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ(CITES) ଆରମ୍ଭ ହୋଇଥିଲା ଏବଂ ୨୦୨୩ ମସିହାରେ CITES ଏହାର ୫୦ତମ ବାର୍ଷିକୀ ପାଳନ କରୁଛି। ପ୍ରକୃତି ଏବଂ ପ୍ରଜାତିର ସଂରକ୍ଷଣ, ବାଣିଜ୍ୟ ମାଧ୍ୟମରେ ସ୍ଥିରତା ବୃଦ୍ଧି ଏବଂ ସାରା ବିଶ୍ୱରେ ପ୍ରକୃତି ସଂରକ୍ଷଣକୁ ନେଇ ସଚେତନତା ସୃଷ୍ଟି କରିବାକୁ CITES ସହଭାଗିତାକୁ ପ୍ରୋତ୍ସାହିତ କରେ।
ଚଳିତ ବର୍ଷର ଥିମ୍:
ଚଳିତ ବର୍ଷ ବିଶ୍ୱ ବନ୍ୟଜନ୍ତୁ ଦିବସର ବିଷୟବସ୍ତୁ 'ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗୀତା' ଭାବରେ ସ୍ଥିର କରାଯାଇଛି। ପ୍ରକୃତିର ସଂରକ୍ଷଣ ପାଇଁ ସରକାର ଏବଂ ଲୋକମାନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିବା ଏବଂ ୨ଟି ବିଷୟ ଉପରେ ଆଲୋକପାତ କରାଯିବ।
ସାମୁଦ୍ରିକ ଜୀବନ ଏବଂ ମହାସାଗର:
ଯେହେତୁ ଆମେ ସମସ୍ତେ ଜାଣୁ ଯେ ପୃଥିବୀର ୭୦% କେବଳ ଜଳ, ତେଣୁ ବଢୁଥିବା ବିଶ୍ୱ ତାପମାତ୍ରା ହେତୁ ସାମୁଦ୍ରିକ ଜୀବ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବ୍ୟବସାୟ ଏବଂ ଅର୍ଥ:
ପ୍ରକୃତିର ସୁରକ୍ଷା ପାଇଁ ଆମକୁ ଅନେକ ଅର୍ଥ ଆବଶ୍ୟକ, ଯାହା କେବଳ ସହଯୋଗ ଦ୍ୱାରା କରାଯାଇପାରିବ। କେବଳ ଏକ ସଫଳ ଭାଗିଦାରୀ ମାଧ୍ୟମରେ ଆମେ ବନ୍ୟଜନ୍ତୁ ଏବଂ ପ୍ରଜାତିଗୁଡିକୁ ଏକ ଉତ୍ତମ ଉପାୟରେ ସଂରକ୍ଷଣ କରିପାରିବା।
ବଜେଟ୍ରେ ବନ୍ୟଜନ୍ତୁଙ୍କ ସୁରକ୍ଷା:
୨୦୨୩ ବଜେଟ୍କୁ ଉପସ୍ଥାପନ କରିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 'ଅମୃତ ଧରୋହର' ଯୋଜନା ମାଧ୍ୟମରେ ଜଲୀୟ ଜୈବ ବିବିଧତା ଏବଂ ସ୍ଥାନୀୟ ସମ୍ପ୍ରଦାୟର ବିକାଶ ବିଷୟରେ ଆଲୋଚନା କରିଛନ୍ତି। ବଜେଟ୍ର ୭ଟି ପ୍ରାଥମିକତା ମଧ୍ୟରୁ ଏହା 'ସବୁଜ ବିକାଶ' ଅଧୀନରେ ଆସିଛି।
ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ ସୀତାରମଣ କହିଛନ୍ତି, "ପରିବେଶ ସଚେତନ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ 'LiFE' (ଜୀବନଶୈଳୀ ପାଇଁ ପରିବେଶ) ଯୋଜନାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଥାଉ ଯେ ୨୦୨୩-୨୪ ବଜେଟ୍ରେ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବଜେଟ୍ ୩୦୭୯.୪୦ କୋଟି ରଖାଯାଇଛି, ଯାହା ପୂର୍ବ ବଜେଟ୍ ତୁଳନାରେ ୨୪% ଅଧିକ।
ଭାରତରେ ୭୩ଟି ପ୍ରଜାତି ବିପଦରେ:
ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରାଜ୍ୟସଭାରେ ଇଣ୍ଟରନ୍ୟାସନାଲ ୟୁନିଅନ ଫର୍ କନ୍ଜର୍ଭେସନ୍ ଅଫ୍ ନେଚର (IUCN)ର ୨୦୧୧ ରିପୋର୍ଟକୁ ଦର୍ଶାଇ ସୂଚନା ଦେଇଛି ଯେ ଭାରତରେ ୭୩ଟି ପ୍ରଜାତି ଗୁରୁତର ସଂକଟରେ ଅଛନ୍ତି। ଏହି ୭୩ ପ୍ରଜାତିରେ ୯ ସ୍ତନ୍ୟପାୟୀ ପ୍ରାଣୀ, ୧୮ ପକ୍ଷୀ, ୨୬ ସରୀସୃପ ଏବଂ ୨ ଉଭୟଚର ଜୀବଜନ୍ତୁ ଅନ୍ତର୍ଭୁକ୍ତ।
ଏଥିସହ ପରିବେଶ ମନ୍ତ୍ରୀ ରାଜ୍ୟସଭାକୁ କହିଛନ୍ତି ଯେ, ସରକାର ବର୍ତ୍ତମାନ ସର୍ବୋଚ୍ଚ ସ୍ତରର ସୁରକ୍ଷା ଯୋଗାଇବା ପାଇଁ ବନ୍ୟ ଜୀବନ (ସୁରକ୍ଷା) ଅଧିନିୟମ, ୧୯୭୨ର ଅନୁସୂଚୀ-୧ରେ ବହୁଠାରୁ ଗୁରୁତର ଭାବେ ବିଲୁପ୍ତପ୍ରାୟ ପ୍ରଜାତିକୁ ସାମିଲ କରିବାକୁ ବିଚାର କରୁଛନ୍ତି।