• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମରାଠା ସମାଜରେ ଛତ୍ରପତି ଶିବାଜୀ ଜୟନ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ମହାନ ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଏ। ସେ ଜଣେ ପ୍ରକୃତ ନେତା ଏବଂ ଜଣେ ମହାନ ଯୋଦ୍ଧା ଥିଲେ ଯିଏ ମରାଠା ସମାଜ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜୟନ୍ତୀ:

ଶିବାଜୀ ମହାରାଜ ଫେବୃଆରୀ ୧୯, ୧୬୩୦ରେ ମହାରାଷ୍ଟ୍ରର ପୁଣେର ଶିବନେରୀ ଦୁର୍ଗରେ ଜନ୍ମଗ୍ରହଣ କରିଥିଲେ। ଏହିଦିନ ମହାରାଷ୍ଟ୍ର ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଏକ ମହାନ ଉତ୍ସବ ଭାବରେ ପାଳନ କରାଯାଏ। ଛତ୍ରପତି ଶିବାଜୀ ଜୟନ୍ତୀ ଅବସରରେ ଏହି ଶକ୍ତିଶାଳୀ ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ନେଇ ପାଳନ କରାଯାଏ।

କିଏ ଛତ୍ରପତି ଶିବାଜୀ:

ଛତ୍ରପତି ଶିବାଜୀ ମହାରାଜ ଜଣେ ଶକ୍ତିଶାଳୀ ଶାସକମାନଙ୍କ ମଧ୍ୟରୁ ଜଣେ ଯିଏ ଏକ ମଜବୁତ୍ ତଥା ଅବିସ୍ମରଣୀୟ ମରାଠା ରାଷ୍ଟ୍ରର ମୂଳଦୁଆ ପକାଇଥିଲେ। ଛତ୍ରପତି ଶିବାଜୀଙ୍କ ସଫଳତା ଅନେକ। ତାଙ୍କର ଅନେକ ବିଜୟ ହେତୁ ସେ ଜଣେ ମହାନ ଯୋଦ୍ଧା ଏବଂ ମରାଠାମାନଙ୍କର ହିରୋ ଭାବରେ ପରିଗଣିତ ହୋଇଥାନ୍ତି।

ଶିବାଜୀଙ୍କୁ ନେଇ କେତେକ ସୂଚନା:

ଜନ୍ମ:

ଛତ୍ରପତି ଶିବାଜୀ ହେଉଛନ୍ତି ପ୍ରସିଦ୍ଧ ମରାଠା ରାଜା ଯିଏ ମା’ ଜିଜାବାଇ ଏବଂ ବାପା ଶାହାଜୀ ରାଜେଙ୍କଠାରୁ ଜନ୍ମ ହୋଇଥିଲେ। ସେଏ ଜଣେ ସାହସୀ ମରାଠା ରାଜ ପ୍ରତିନିଧୀ ଥିଲେ।

ଯୁଦ୍ଧ:

୧୬ ବର୍ଷ ବୟସରେ ଶିବାଜୀ ପ୍ରଥମ ବିଜୟ ପ୍ରାପ୍ତ କରିଥିଲେ। ସେ ଟାମା ଦୁର୍ଗକୁ କବ୍‌ଜା କରିବାରେ ସଫଳ ହୋଇଥିଲେ। ୧୭ ବର୍ଷ ବୟସରେ ସେ କୋଣ୍ଡାନା ଦୁର୍ଗ ଏବଂ ରାୟଗଡକୁ ନିଜ ଅଧିନକୁ ଆଣିଥିଲେ। କେତେକ ପ୍ରସିଦ୍ଧ ତଥା ବିଶିଷ୍ଟ ଯୁଦ୍ଧରେ ଆଫଜାଲ ଖାନଙ୍କ ବିରୋଧରେ ପ୍ରତାପଗଡ ଯୁଦ୍ଧ, ପାୱନ ଖିଣ୍ଡ ଯୁଦ୍ଧ, କୋଲ୍ହାପୁର ଯୁଦ୍ଧ ଏବଂ ବିଶାଲଗଡ ଯୁଦ୍ଧ ସାମିଲ ରହିଛି। ସେ ତାଙ୍କର ଉତ୍କୃଷ୍ଟ ସୈନ୍ୟବାହିନୀ, ଗତି, ବୁଦ୍ଧି ଏବଂ ନିଷ୍ଠାପର ଯୋଜନା ସହିତ ଏହି ସମସ୍ତ ଯୁଦ୍ଧ ଜିତିଥିଲେ।

ବ୍ୟକ୍ତିଗତ ଜୀବନ:

ଶିବାଜୀ ସାଇବାଇ, ସୋୟାରାବାଇ, କାଶିବାଇ, ପୁତଲାବାଇ, ସାକବରବାଇ ଏବଂ ସଗୁନାବାଇଙ୍କୁ ବିବାହ କରିଥିଲେ। ସାଇବାଇ ସମସ୍ତଙ୍କ ମଧ୍ୟରେ ପ୍ରଥମ ପତ୍ନୀ ଭାବରେ ବିବେଚନା କରାଯାଏ। ସଖୁବାଇ, ରନୁବାଇ, ଏବଂ ଅମ୍ବିକା ବାଇ ନାମକ ତିନି ଝିଅ ଏବଂ ସମ୍ୱାଜୀ ନାମକ ଏକ ପୁଅ ସାଇବାଇଙ୍କ ଠାରୁ ଜନ୍ମ ହୋଇଥିଲେ। ସେହିପରି ରାଜାରାମ ନାମକ ଏକ ପୁଅ ଏବଂ ଦୀପାବାଇ ନାମକ ଏକ ଝିଅ ସୋୟାରାବାଇଙ୍କ ଠାରୁ ଜନ୍ମ ହୋଇଥିଲେ। ରାଜ କୁଁୱରବାଇ ନାମକ ଏକ ଝିଅ ସଗୁନାବାଇଙ୍କ ଠାରୁ ଜନ୍ମ ହୋଇଥିଲେ ଏବଂ ଅନ୍ୟ ଏକ ଝିଅ କମଲାବାଇ ଯାହାଙ୍କୁ ସାକବରବାଇ ଜନ୍ମ ଦେଇଥିଲେ।

କିପରି ହେଲା ମୃତ୍ୟୁ:

ଛତ୍ରପତି ଶିବାଜୀ ୩ ଏପ୍ରିଲ ୧୬୮୦ରେ ରାୟଗଡରେ ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ପ୍ରବଳ ଜର ଏବଂ ନାଳ ଝାଡା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟ ଏକ ସୂତ୍ରରୁ କୁହାଯାଏ ଯେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇ ତାଙ୍କୁ ବିଷ ଖୁଆଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ରହସ୍ୟ ହୋଇରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now