Advertisment

ଓଟିଭି ଫୋରସାଇଟ ୨୦୨୩; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Union minister Nitin Gadkari

ଉଦ୍ୟୋଗଠୁ ନେଇ ସାହିତ୍ୟ ଓ ସଂସ୍କୃତି, ଶିକ୍ଷାଠୁ ନେଇ ସ୍ୱାସ୍ଥ୍ୟ । ଓଟିଭି ଫୋରସାଇଟରେ ଦେଶ ଓ ରାଜ୍ୟ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଓଟିଭି ଫୋରସାଇଟର ତ୍ରୟୋଦଶ ସଂସ୍କରଣରେ ଭାଗ ନେଇ ପ୍ରସଙ୍ଗ ଉପରେ ସେମାନଙ୍କ ମତ ରଖିବା ସହ ଉପସ୍ଥିତ ବୁଦ୍ଧିଜୀବୀଙ୍କ ପ୍ରଶ୍ନର ଉତ୍ତର ବି ରଖିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବା ସଂପର୍କରେ ସୂଚନା ଦେଇଛନ୍ତି ।

Advertisment

ଓଡ଼ିଶାରେ ହେବ ଆମେରିକା ମାନର ରାସ୍ତା । ଓଟିଭି ଫୋରସାଇଟ୍-୨୦୨୩ର ମୁଖ୍ୟ ଅତିଥି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଭିଡିଓ ମେସେଜ ଦେଇ ଏହା କହିଛନ୍ତି । ସେ କହିଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ରାସ୍ତା ଭଳି ହେବ । ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ବି ଏହାର ରୂପରେଖ ଦେଖିବାକୁ ମିଳିବ । ଯାହା ରାଜ୍ୟର ବିକାଶ ଓ ଉନ୍ନତିକୁ ଗତିଶୀଳ କରିବ ବୋଲି କହିଛନ୍ତି ଗଡ଼କରୀ ।

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।

Advertisment

ଗ୍ରାମାଞ୍ଚଳ ମହିଳାମାନଙ୍କୁ ସଶକ୍ତ କରିବାର ପଣ ନେଇ ପ୍ରଥମ କରି ଦେଶରେ ମହିଳା ବ୍ୟାଙ୍କ ଖୋଲିଥିବା ମନଦେଶୀ ମହିଳା ବ୍ୟାଙ୍କ ଏବଂ ମନଦେଶୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ଚେତନା ସିହ୍ନା ଛାତ୍ରାବସ୍ଥାରୁ ଗ୍ରାମାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରି ସଶକ୍ତୀକରଣ କରିବାକୁ ସେ ଦେଖିଥିବା ସ୍ୱପ୍ନ ଏବଂ ମହିଳା ବ୍ୟାଙ୍କ ଜରିଆରେ ସେଇ ସ୍ୱପ୍ନର ବାସ୍ତବ କାହାଣୀ ବଖାଣିଥିଲେ ।

ସେହପରି ଭାରତୀୟ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜର ପରିଚିତ ନାଁ ଜୁଭେଣ୍ଟସ ହେଲ୍ଥ କେୟାରର ମ୍ୟାନେଜିଂ ଡାଇରେକ୍ଟର ପ୍ରକାଶ ଗୁହା ତାଙ୍କ ବକ୍ତବ୍ୟରେ ଦେଶରେ ଏବେ ନକଲି ମେଡିସିନର ପ୍ରାବଲ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଓଟିଭି ଫୋରସାଇଟର ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା ଆଜିର ଓଡ଼ିଆ-ଗତାନୁଗତିକ ଧାରା ଠାରୁ କେତେ ଅଲଗା । ଗୀତିକାର ବିଜୟ ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ, ଲେଖିକା ପାରମିତା ଶତପଥୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସାହିତ୍ୟିକ ଅସିତ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଷୟବସ୍ତୁ ଉପରେ ନିଜ ନିଜର ମତ ରଖଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଫୋରସାଇଟ୍ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ବୁଝାଇବା ସହ ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ଖବର ପରିବେଷ ପାଇଁ ଓଟିଭି ଦୀର୍ଘ ୨୫ ବର୍ଷ ଧରି ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରିଛି ବୋଲି
କହିଥିଲେ। 

US Nitin Gadkari Union Minister
Advertisment
Advertisment