DRDOରୁ ତଥ୍ୟ ଚୋରି ଘଟଣାର ଅଧିକ ତଦନ୍ତ କରିବ NIA ଟିମ୍। ବାଲେଶ୍ୱରରେ ପହଞ୍ଚିଲେ ଟିମର ଦୁଇ ଜଣିଆ ସଦସ୍ୟ। ତଥ୍ୟ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଡ଼ିଶଶ ପୋଲିସ। ଦେଶର ଆଭ୍ୟନ୍ତରୀଣ ତଥ୍ୟ ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି।
୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି। ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ ବି ସଦସ୍ୟ ଅଛନ୍ତି। NCCକୁ ଅଧିକ ସମୟୋପଯୋଗୀ ପାଇଁ କମିଟି ବିଶ୍ଳେଷଣ କରିବ।
ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା
ମା’ ମଝି ଘରିଆଣୀଙ୍କ ଦାନହୁଣ୍ଡି ଗଣତି ଶେଷ। ଗଣତିରୁ ମିଳିଲା ନଗଦ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା।
ପିଲାଛୁଆ, ପରିବାର ଚଳାଇବା ପାଇଁ ଲୋକେ ଚାକିରି କରିଥାନ୍ତି। ହେଲେ ଦରମା ଯେତିକି ପାଆନ୍ତି, ମାସ ଶେଷ ବେଳକୁ ତାହା ନଥାଏ।
ଚାଇନାକୁ ପୁଣି ଫେରିଛି ଆତଙ୍କ। ମହାମାରୀ କରୋନା ସହରରୁ ସହର ମାଡି ମାଡି ଚାଲିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସବୁ କିଛି ବନ୍ଦ କରି ଦେଇଛି ପ୍ରଶାସନ।
ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ରେଡ୍। ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ଫାର୍ମ ସହ ୬ଟି ସ୍ଥାନରେ ରେଡ୍।
ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ୨୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟା ଜଳ ନିଷ୍କାସନ।
ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱିଗିବୟ ଚିକୁନ୍ ଓ ତାଙ୍କ ପ୍ରେମିକା। କାହିଁକି ଏମିତି କହିଲେ ପ୍ରଶ୍ନ କରିବାରୁ କଣ କହିଲେ ଶୁଣନ୍ତୁ।
ତଳେ ପ୍ରଖର ନଦୀର ସ୍ରୋତ। ଉପରେ ଗଛ ଡାଳରେ ଲଟକିଛି ବାଉଁଶ ପୋଲ। ନଦୀ ସେପଟେ ଥିବା ଲୋକ ପ୍ରଥମେ ଗଛକୁ ଚଢ଼ିବେ, ତା ପରେ ପୋଲରେ ବିପଦପୂର୍ଣ୍ଣ ଅବସ୍ଥାରେ ଯିବେ।
ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହେଲାଣି, ୨ ନିଖୋଜ। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେଲାଣି।
ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି।
DRDO ତଥ୍ୟ ଲିକ୍ ସହ ହନି ଟ୍ରାପ୍ ଲିଙ୍କ୍ ! ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।
ମୂର୍ତ୍ତି ଉଚ୍ଚତା ପାଇଁ ମୌନ ପ୍ରତିବାଦ। ‘ରାଜନୈତିର ରୁଟି ସେକିବା ଭଳି ବଳି ପକଉଛନ୍ତି ସାଧାରଣ ଲୋକଙ୍କ ଭକ୍ତଭାବ’। ମୂର୍ତ୍ତି ଉଚ୍ଚତା ବଢ଼େଇବାକୁ କଟକରେ ମୌନ ପ୍ରତିବାଦ ହେଉଛି। କଟକ ବାରବାଟୀ ବିଧାୟକ ମହମ୍ମଦ୍ ମୋକିମ୍ ପୁରୀଘାଟରେ ବିକ୍ଷୋଭ ଜାରି ରଖିଛନ୍ତି।
୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାକ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଜ୍ରିୟା ଦେଲେ। ୨୩ ତାରିଖରେ ଏନେଇ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଧାରଣା ଦିଆଯିବ ବୋଲି ମଧ୍ୟ କହିଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି
ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇ ନିର୍ଭୟା କାଣ୍ଡ ପରେ ଚେତିଲେ ରାଜ୍ୟ ସରକାର। ସହରର ପ୍ରତି ଥାନାରେ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ସ୍କୁଲ, କଲେଜ୍, ମହିଳା ହଷ୍ଟେଲ୍ ଉପରେ ରହିବ ନଜର, ଅପରାଧରେ ଲାଗିବ ଲଗାମ।
ମହାନଦୀରେ ଫସିଲେ ଗାଈ ଓ ଗାଈ ଚରାଳି। ହଠାତ ପାଣି ମାଡ଼ି ଆସିବାରୁ କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରେ ନଦୀ ମଝିରେ ଫସିଛନ୍ତି ଏହି ଗାଈ ଚରାଳି, ଗାଈ ଓ ବାଛୁରୀ । ଘଟଣା ସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।
ଅପହରଣ ନୁହେଁ ନାଟକ ରଚିଛି ଚିକୁନ୍। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି।
ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ। କୋରାପୁଟ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓନେତା ଦୁବାସୀ ଶଙ୍କର ଗିରଫ ନେଇ ଡିଜିପି ସୂଚନା ଦେଇଛନ୍ତି।
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି।
ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ୬ ଘଣ୍ଟାରେ ୧୩ କିମି ବେଗରେ ଆଗକୁ ବଢ଼ୁଛି ।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା। ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ ଆଡମିଶନ୍।