ତଳେ ପ୍ରଖର ନଦୀର ସ୍ରୋତ। ଉପରେ ଗଛ ଡାଳରେ ଲଟକିଛି ବାଉଁଶ ପୋଲ। ନଦୀ ସେପଟେ ଥିବା ଲୋକ ପ୍ରଥମେ ଗଛକୁ ଚଢ଼ିବେ, ତା ପରେ ପୋଲରେ ବିପଦପୂର୍ଣ୍ଣ ଅବସ୍ଥାରେ ଯିବେ। ପୋଲ ବୋଲି କହିଲେ, ଗୋଟିଏ କଂଚା ବାଉଁଶ, ନଦୀର ଏପଟ ଗଛରୁ ସେପଟ ଗଛକୁ ଲମ୍ବିଛି। ଏମିତି ଆମ ନମ୍ବର ୱାନ୍ ସରକାର। ଭିଡିଓ ଦେଖି କୁହନ୍ତୁ ଆମେ କେମିତି ନମ୍ବର ୱାନ୍
Published: Prangyan Parimita
Last updated: 16 September 2021, 11:57 AM IST
ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି।