Advertisment

ହଠାତ୍‌ ମାଡ଼ି ଆସିଲା ପାଣି, ମହାନଦୀ ମଝି ପଠାରେ ଫସିଗଲେ ଗାଈ ଓ ଗାଈ ଚରାଳି

ମହାନଦୀରେ ଫସିଲେ ଗାଈ ଓ ଗାଈ ଚରାଳି। ହଠାତ ପାଣି ମାଡ଼ି ଆସିବାରୁ କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରେ ନଦୀ ମଝିରେ ଫସିଛନ୍ତି ଏହି ଗାଈ ଚରାଳି, ଗାଈ ଓ ବାଛୁରୀ । ଘଟଣା ସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ମହାନଦୀରେ ଫସିଲେ ଗାଈ ଚରାଳିଙ୍କ ସହିତ ୪ ଗାଈ। କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରେ ନଦୀ ମଝିରେ ଫସିଛନ୍ତି ଗାଈ ଚରାଳିଙ୍କ ସହ ୪ ଗାଇ ଏବଂ ଗୋଟିଏ ବାଛୁରି।  ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ତିନି ଦିନ ହେବ ମହାନଦୀର ମଝି ପଠାରେ ଗାଈ ଗୁଡିକ ଚରୁଥିଲେ,ବନ୍ୟା ପରିସ୍ଥିତି ଆଶଙ୍କାରେ ଚରାଳି ଗାଈଙ୍କୁ ଆଣିବା ବେଳେ ହଠାତ୍ ଜଳସ୍ତର ବଢିବାରୁ ସେମାନେ ମଝି ନଦୀରେ ଫସି ଯାଇଥିଲେ।

Advertisment
Odisha Mahanadi Floods Banki Cuttack
Advertisment
Advertisment