ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ‘ସାଲାର : ପାର୍ଟ୍ ୧’ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍ ୨’କୁ ମଧ୍ୟ ଅପେକ୍ଷା କରିଛନ୍ତି।
ବଲିଉଡରେ ଆଇଟମ ଗୀତର ପ୍ରବଳ ଚାହିଦା ରହିଛି । ଫିଲ୍ମ ଖରାପ ହେଉ କି ଭଲ.. ଆଇଟମ ଗୀତ କିନ୍ତୁ ସବୁବେଳେ ହିଟ ହୋଇଥାଏ । ଆଉ ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀମାନେ ପ୍ରବଳ ପାରିଶ୍ରମିକ ନେଇ ଥାଆନ୍ତି । ଆପଣ ଜାଣନ୍ତି କି, ବେଳେ ବେଳେ ଆଇଟମ ଗୀତ ପାଇଁ ନେଉଥିବା ପାରିଶ୍ରମିକ, ଅଭିନେତ୍ରୀଙ୍କଠାରୁ ମଧ୍ୟ ଅଧିକ ଥାଏ ।
ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଆୟରାଙ୍କର ଗତକାଲି ବିବାହ ହୋଇ ଯାଇଛି । ଆୟରା ଖାନ, ଫିଟନେସ ଟ୍ରେନର ନୁପୁର ଶିଖରେଙ୍କୁ ବିବାହ କରିଛନ୍ତି ।
ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ଆସନ୍ତୁ ସେ ବିଷୟ ଜାଣିବା।
ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍ଲିଆ ଉତ୍ସାହିତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏଠାରେ କିଛି ବ୍ୟତିକ୍ରମକୁ ଉପଲବ୍ଧି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…
ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍କୁ ଏମିତି କହିଛନ୍ତି ଚିନ୍ମୟୀ।
ନୂଆବର୍ଷ ୨୦୨୪ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ସହିତ ବି ଟାଉନ୍ ସେଲିବ୍ରେଟିମାନଙ୍କର ନୂଆ ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେହି କେହି ସେମାନଙ୍କ ପରିବାର ସହିତ ସମୟ ବିତାଇଥିବାବେଳେ ଆଉ କେହି ସେମାନଙ୍କ ପାର୍ଟନର୍ମାନଙ୍କ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ସେ କରୀନା କପୁର ଖାନ ହୁଅନ୍ତୁ କି ମଲାଇକା ଅରୋରା, ବି-ଟାଉନ ସେଲିବ୍ରେଟିମାନେ ନୂଆବର୍ଷକୁ ଖୁବ୍ ମଜ୍ଜା-ମଉଜ କରିଛନ୍ତି। ତେବେ ଆସନ୍ତୁ ଏହିସବୁ ବଲିଉଡ୍ ସେଲିବ୍ରେଟିମାନଙ୍କ ନୂଆ ପାର୍ଟିର ଫଟୋ ଦେଖିନେବା।
ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।
୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି ନିଜର କୋହ।
ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ଚର୍ଚ୍ଚା ସାଉଁଟିଥିଲା ନମସ୍ତେ କମଳା ମା’ ଗୋ ।
ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ ଖାନ୍ସର୍ର ଦୁନିଆକୁ ନେଇଯାଉଛନ୍ତି।
ବବି ବର୍ଷ ବର୍ଷ ଧରି ହିରୋ ହୋଇ ଯେଉଁ ଖ୍ୟାତି ଅର୍ଜନ କରି ନ ଥିଲେ, ସେ ବର୍ତ୍ତମାନ ମଧ୍ୟ ଜଣେ ଭିଲେନ୍ ହୋଇ ଏହାକୁ ହାସଲ କରିପାରିଛନ୍ତି। ତାଙ୍କ ଭାଗ୍ୟ ଖୋଲିଯାଇଛି। ତାଙ୍କ ହାତରେ ଏବେ ବଡ଼ ବଡ଼ ପ୍ରୋଜେକ୍ଟ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ ଜଡିତ କିଛି ଅଜଣା ଏବଂ ଆକର୍ଷଣୀୟ ତଥ୍ୟ ଉପରେ ନଜର ପକେଇବା।
ବିବାଦୀୟ ବଲିଉଡ ଏବଂ ଭୋଜପୁରୀ ଅଭିନେତା-ନିର୍ମାତା କମଲ ରସିଦ ଖାନ(KRK) ସୋମବାର ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି।
୨୩ର ହିଟ୍ ସିନେମା । ଦମଦାର କାହାଣୀ ସହ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ...…
ସୁଟିଂ ସାରି ୬ ମାସ ପରେ ସେ ନିଜ ଘରକୁ ଫେରିବା ପରେ ଭବ୍ୟ ସ୍ୱାତ କରିଛନ୍ତି ଲୋକେ । ସୁମନ ସେମିଳିଗୁଡାରୁ ଦଶମ ପଢ଼ିବା ପରେ NIFTରୁ ଫ୍ୟାସନ୍ ଡିଜାଇନ ଓ ମଡେଲିଂ ଶିକ୍ଷା ଲାଭ କରିଛନ୍ତି ।
ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।
ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍ଅପ୍ କଳାକାର। ଜାଣନ୍ତୁ ସେ କିଏ…
ସାଲାର ରିଲିଜ୍ ହେବାର ଦୁଇ ଦିନ ଭିତରେ ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।
ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।
କୁକୁରକୁ ମିଳିଲା ବେଷ୍ଟ ଜୁରୀ ପୁରସ୍କାର । ସଡକ ସୁରକ୍ଷା ସଚେତନତା ଉପରେ ଆଧାରିତ ଜାତୀୟ କ୍ଷୁଦ୍ର ଚଳଚିତ୍ର ବର୍ଗରେ ପୁରସ୍କାର ପାଇଛି "ବିଶ୍ୱସ୍ତ ସାଥୀ" ।
ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।