Advertisment

ଫିଲ୍ମ କଥା ଛାଡନ୍ତୁ, ପାର୍ଟି ଫଙ୍କସନ୍‌ଙ୍କୁ ଗଲେ ବି ଏତେ କୋଟି ନିଅନ୍ତି ପ୍ରଭାସ

ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ସେମାନଙ୍କ ବିବାହ, ରିସେପ୍ସନ୍ କିମ୍ବା କୌଣସି କାର୍ଯ୍ୟରେ ସାମିଲ୍ କରିବାର ସ୍ୱପ୍ନ ଦେଖନ୍ତି। ଅନେକ ପ୍ରଶଂସକ ମଧ୍ୟ ଏଥିପାଇଁ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି। ବାହୁବଲୀ ଫେମ୍ ପ୍ରଭାସ ମଧ୍ୟ ବିବାହ, ରିସେପ୍‌ସନ୍ କିମ୍ବା କୌଣସି ଫଙ୍କସନ୍ ପାଇଁ ମୋଟା ରକମର ଫି ନିଅନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Know how much Prabhas charges to appear at events

Prabhas charges rs 5 crore to attend a wedding party

ଅନେକ ବଲିଉଡ୍‌ ତାରକା ଅଛନ୍ତି ଯେଉଁମାନେ ବିବାହ, ପାର୍ଟୀ କିମ୍ବା କୌଣସି ବିଶେଷ କାର୍ଯ୍ୟରେ ଭାଗ ନେବା ପାଇଁ ଏକ ବଡ ରକମର ଫି ନିଅନ୍ତି। ଏଥିରେ ଅନେକ ବଡ ବଡ ତାରକାଙ୍କ ନାମ ରହିଛି। ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ସେମାନଙ୍କ ବିବାହ, ରିସେପ୍ସନ୍ କିମ୍ବା କୌଣସି କାର୍ଯ୍ୟରେ ସାମିଲ୍ କରିବାର ସ୍ୱପ୍ନ ଦେଖନ୍ତି।

Advertisment

ଅନେକ ପ୍ରଶଂସକ ମଧ୍ୟ ଏଥିପାଇଁ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି। ଏଥିରେ ସାଉଥ୍ ଅଭିନେତାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ବାହୁବଲୀ ଏବଂ ସାଲାର ସହ ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ସାଉଥ୍ ସୁପରଷ୍ଟାର୍ ପ୍ରଭାସ ମଧ୍ୟ ବିବାହ, ରିସେପ୍‌ସନ୍ କିମ୍ବା କୌଣସି ଫଙ୍କସନ୍ ପାଇଁ ମୋଟା ରକମର ଫି ନିଅନ୍ତି।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତ ବର୍ମାଙ୍କ ସହ କାମ କରିବାକୁ ନେହୁରା ହେଲେ ରଣବୀର; ସୁଟିଂ ଆରମ୍ଭ କରି ଛାଡିଦେଲେ ଫିଲ୍ମ

Advertisment

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିବାହ ଏବଂ ରିସେପସନ୍‌ରେ ଯୋଗଦେବା ପାଇଁ ପ୍ରଭାସ ୫ କୋଟି କିମ୍ବା ତା’ଠାରୁ ଅଧିକ ଚାର୍ଜ କରନ୍ତି। ତେବେ ଅଭିନେତାଙ୍କ ତରଫରୁ ସେପରି କୌଣସି ସୂଚନା ଶେୟାର କରାଯାଇ ନାହିଁ। ପ୍ରଭାସ ସାଉଥ୍ ସିନେମାର ମହଙ୍ଗା ଅଭିନେତାମାନଙ୍କ ମଧ୍ୟରୁ ଜଣେ।

ତାଙ୍କ କାମର କଥା ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ରେ ନଜର ଆସିବେ। ଏହା ପ୍ରଭାସଙ୍କ ଏକ ବଡ ବଜେଟ୍ ଚଳଚ୍ଚିତ୍ର, ନିର୍ମାତା ଏହାର ପ୍ରମୋସନ ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରୁଛନ୍ତି।

୨୨ ମେ’ରୁ ଏହି ଫିଲ୍ମ ପାଇଁ ପ୍ରମୋସନ୍ ଚାଲିଛି। ରିପୋର୍ଟ ଅନୁଯାୟୀ, ନିର୍ମାତା ଏହି ଚଳଚ୍ଚିତ୍ରର ପ୍ରମୋସନରେ ଏତେ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେ ସେଥିରେ ଏକ ବଡ ବ୍ଲକବଷ୍ଟର ଫିଲ୍ମ ହୋଇଯିବ।

ଅଧିକ ପଢ଼ନ୍ତୁ: ‘ସିଙ୍ଘମ୍ ଏଗେନ୍’ରୁ ଅଜୟଙ୍କ ପ୍ରଥମ ଝଲକ; ଦେଖିଲେ ଲାଗିବ ‘ସୂର୍ଯ୍ୟବଂଶୀ’ର ବାଜୀରାଓ

ବର୍ତ୍ତମାନ ଆଇପିଏଲ୍ ୨୦୨୪ ମ୍ୟାଚ୍ ସମୟରେ ଫିଲ୍ମର ୧୨ ସେକେଣ୍ଡର ପ୍ରମୋସନ ହୋଇଥିଲା। ନିର୍ମାତା ଏଥିପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖବର ମୁତାବକ, ଫିଲ୍ମର ନିର୍ମାତା କଲ୍‌କୀ ୨୮୯୮ ଏଡି’ର ପ୍ରମୋସନ ପାଇଁ ୪୦ରୁ ୬୦ କୋଟି ଟଙ୍କା ଅଲଗା ବଜେଟ୍ କରିଛନ୍ତି।

Prabhas South Indian Films
Advertisment
Advertisment