• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କୁ ଠେଲିବା । ଅଭିନେତ୍ରୀଙ୍କୁ ଠେଲିଦେଇ ଅଡ଼ୁଆରେ ଏବେ ତେଲୁଗୁ ସୁପରଷ୍ଟାର । ନିକଟରେ ତେଲୁଗୁ ସୁପରଷ୍ଟାର ବାଲକ୍ରିଷ୍ଣାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିପାଇଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ଭିଡିଓରେ ନନ୍ଦାମୁରୀ ବାଲକ୍ରିଷ୍ଣା ଏକ ଇଭେଣ୍ଟରେ ଅଭିନେତ୍ରୀ ଅଞ୍ଜଲିଙ୍କୁ ଠେଲି ଦେଉଥିବାର ନଜର ଆସିଛନ୍ତି । ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତେଲୁଗୁ ସୁପରଷ୍ଟାରଙ୍କୁ ଭୀଷଣ ଟ୍ରୋଲ୍‌ କରାଯାଉଛି । 

ବାସ୍ତବରେ ଅଭିନେତ୍ରୀ ଅଞ୍ଜଳି ବାଲକ୍ରିଷ୍ଣାଙ୍କ ସହ ଏକ ଫିଲ୍ମରେ କାମ କରୁଛନ୍ତି । ଯାହାର ନାମ ହେଉଛି 'ଗ୍ୟାଙ୍ଗସ୍ ଅଫ୍ ଗୋଦାବରୀ', ଯାହାର ପ୍ରି-ରିଲିଜ୍ ଇଭେଣ୍ଟ ପାଇଁ ଦୁହେଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲକ୍ରିଷ୍ଣା ଏବଂ ଅଞ୍ଜଳି ବ୍ୟତୀତ ବିଶ୍ୱ ସେନ୍ ଏବଂ ନେହା ଶେଟ୍ଟୀ ମଧ୍ୟ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତ ବର୍ମାଙ୍କ ସହ କାମ କରିବାକୁ ନେହୁରା ହେଲେ ରଣବୀର; ସୁଟିଂ ଆରମ୍ଭ କରି ଛାଡିଦେଲେ ଫିଲ୍ମ

ଏହି କାର୍ଯ୍ୟକ୍ରମ ସମୟରେ ବାଲକ୍ରିଷ୍ଣା ଅଞ୍ଜଲିଙ୍କୁ କିଛି କହୁଥିବାର ଦେଖିବାକୁ ମିଳୁଛି, ଯାହା ଅଭିନେତ୍ରୀଙ୍କ ପ୍ରଶଂସକମାନେ ଆଦୌ ପସନ୍ଦ କରୁ ନାହିଁନ୍ତି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଭିଡିଓ ଆସିବା ମାତ୍ରେ ଲୋକମାନେ ସୁପରଷ୍ଟାରଙ୍କୁ ସମାଲୋଚନା କରୁଛନ୍ତି । କେବଳ ସାଧାରଣ ଲୋକ ନୁହଁନ୍ତି ତେଲୁଗୁ ସୁପରଷ୍ଟାର ବାଲକ୍ରିଷ୍ଣା ଏବଂ ଅଞ୍ଜଲିଙ୍କ ସୋସିଆଲ ମିଡିଆରେ ଭାଇରାଲ ହେବାର ଭିଡିଓ ଉପରେ ଅନେକ ସେଲିବ୍ରେଟି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଲୋକମାନେ ଅଭିନେତାଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ବାସ୍ତବରେ, ବାଲକ୍ରିଷ୍ଣାଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଯେତେବେଳେ ବାଲକ୍ରିଷ୍ଣା ଏବଂ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପୁରା ଷ୍ଟାର୍ କାଷ୍ଟ ପ୍ରମୋସନ ପାଇଁ ମଞ୍ଚରେ ପହଞ୍ଚିଥିଲେ, ସେତେବେଳେ ସମସ୍ତ ଷ୍ଟାର ଗୋଟିଏ ପରେ ଗୋଟିଏ ଧାଡିରେ ଠିଆ ହୋଇଥିଲେ । ଏହି ସମୟରେ ସେ ଅଞ୍ଜଳିଙ୍କୁ ଆଗକୁ ବଢିବାକୁ କହିଥିଲେ, ଯେତେବେଳେ ସେ ଆଗକୁ ଯାଇନଥିଲେ ତାଙ୍କୁ ପେଲି ଦେଇଥିଲେ ବାଲକ୍ରିଷ୍ଣା । ଯାହାଫଳରେ ଅଭିନେତ୍ରୀ ଜଣକ ତଳେ ପଡ଼ିଯିବାର ଅବସ୍ଥା ହୋଇଥିଲା । ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ଷ୍ଟାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଅଞ୍ଜିଲ ଆଡକୁ ଚାହିଁଲେ । ଅଞ୍ଜଳି ଜୋରରେ ହସି ପରିବେଶକୁ ହାଲ୍‌କା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାଲକ୍ରିଷ୍ଣାଙ୍କ ଏପରି କାମ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନଜରରୁ ହଟି ପାରି ନାହିଁ ।

ଅଧିକ ପଢ଼ନ୍ତୁ: ପୁଷ୍ପା ଭିଲେନ୍‌ଙ୍କୁ ମାରାତ୍ମକ ରୋଗ; ଡାକ୍ତର କହିଲେ ଭଲ ହେବା ସହଜ ନୁହେଁ

OTV is now on Whatsapp

Join and get latest news update delivered to you via whatsapp

Join Now