Advertisment

Cannes Film Festivals 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ବାଜିମାରିନେଲେ ଦୁଇ ଭାରତୀୟ ନାରୀ

୭୭ତମ କାନ୍ସ ଫିଲ୍ମ ଅନେକ ଭାରତୀୟ କଳାକାର ଆଉ ଫିଲ୍ମର ଜଲ୍‌ୱା ଥିଲା। କିନ୍ତୁ କୋଲକାତା ଜନ୍ମିତ ଅନସୁୟା ସେନଗୁପ୍ତା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି।

author-image
Pramod Behera
Anasuya sengupta payal kapadia wins awards in cannes film festivals

Anasuya sengupta payal kapadia wins awards in cannes film festivals

୭୭ତମ କାନ୍ସ ଫିଲ୍ମ ଅନେକ ଭାରତୀୟ କଳାକାର ଆଉ ଫିଲ୍ମର ଜଲ୍‌ୱା ଥିଲା। କିଆର ଆଡ୍‌ଭାନୀ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସମେତ ଅନେକ ଅଭିନେତ୍ରୀ କାନ୍ସର ରେଡ୍‌ କାର୍ପେଟରେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥିଲେ। କିନ୍ତୁ କୋଲକାତା ଜନ୍ମିତ ଅନସୁୟା ସେନଗୁପ୍ତା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି।

Advertisment

ସେହିପରି ପାୟଲ କଲପଡିଆଙ୍କ ଫିଲ୍ମ 'ଅଲ୍ ୱି ଇମାଜିନ୍ ଇନ୍ ଲାଇଟ୍' ଗ୍ରାଣ୍ଡ୍‌ ଜିତିଛି। ଏହି ଦୁଇ ଫିଲ୍ମ କମ୍ ବଜେଟ୍‌ର ଚଳଚ୍ଚିତ୍ର ଥିଲା। ଏଥିରେ ଅଭିନେତ୍ରୀ ହୁମା କୁରେଶୀ ନିଜର ଖୁସି ବ୍ୟକ୍ତ କରିଥିଲେ। ଛୋଟ ବଜେଟ୍ ଏବଂ ସ୍ୱତନ୍ତ୍ର ଚଳଚ୍ଚିତ୍ର ପାଇଁ ଅର୍ଥ ପ୍ରଦାନ କରିବାକୁ ସେ ନିର୍ମାତାଙ୍କୁ ନିବେଦନ କରିଛନ୍ତି।

ତେବେ ବୁଲଗେରିଆ ନିର୍ଦ୍ଦେଶକ କନଷ୍ଟାଣ୍ଟିନ ବୋଜାନୋଭଙ୍କ 'ଦ ସେମ୍‌ଲେସ୍'ରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିବାରୁ ଅନସୁୟା ସେନଗୁପ୍ତା ଏହି ପୁରସ୍କାର ମିଳିଛି। ଏହି ପୁରସ୍କାର କାନ୍ସ ଫିଲ୍ମ ଫେଷ୍ଟିଭାଲର ‘ଅନ୍ ସର୍ଟନ୍ ରିଗାର୍ଡ’ ବିଭାଗରେ ମିଳିଛି। ଅଭିନେତ୍ରୀ ହୁମା କୁରେଶୀ ଆଶା କରିଛନ୍ତି ଯେ ବ୍ରାଣ୍ଡ୍‌ ଏବଂ କମ୍ପାନୀମାନେ ଏଭଳି ବ୍ୟକ୍ତିଙ୍କୁ କାନ୍ସ ଫେଷ୍ଟିଭାଲକୁ ପଠାଇବେ ଯେଉଁମାନେ ଛୋଟ ଏବଂ ସ୍ୱତନ୍ତ୍ର ଫିଲ୍ମକୁ ସମର୍ଥନ କରୁଛନ୍ତି କିନ୍ତୁ ସେମାନଙ୍କୁ ନୁହେଁ ଯେଉଁମାନଙ୍କର ଫିଲ୍ମ ସହିତ କୌଣସି ନେଣଦେଣ ନ ଥାଏ।

Advertisment

ହୁମା କୁରେଶୀଙ୍କ ଏହି ମନ୍ତବ୍ୟ ଅନସୁୟା ସେନଗୁପ୍ତ ଶ୍ରେଷ୍ଠ ଅଭିନେତ୍ରୀ ଏବଂ 'ଅଲ୍ ୱି ଇମାଜିନ୍ ଇନ୍ ଲାଇଟ୍' ଗ୍ରାଣ୍ଡ୍‌ ପ୍ରି ଜିତିବା ପରେ ଆସିଛି। ହୁମା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ 'ଅଲ୍ ୱି ଇମାଜିନ୍ ଇନ୍ ଲାଇଟ୍' ଟିମ୍‌ର ଏକ ଫଟୋ ଶେୟାର କରିଛନ୍ତି, ଯାହାକୁ କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ବୃହତ୍ତମ ପୁରସ୍କାର ଗ୍ରାଣ୍ଡ୍‌ ପ୍ରି ପ୍ରଦାନ କରାଯାଇଛି।

ହୁମା ଏହି ଫଟୋର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆପଣ ସମସ୍ତଙ୍କ ପାଇଁ ଗର୍ବିତ - ପାୟଲ କପାଡିଆ, କଣ୍ଟାରୀ କନମାନି, ଦିବ୍ୟା ପ୍ରଭା, ଛାୟା କଦମ। ଆଶା ଏମିତି ରହିବ।” ଏହା ପରେ ହୁମା ଆଉ ଏକ ପୋଷ୍ଟରେ ଲେଖିଛନ୍ତି, “କାନ୍ସ ଫିଲ୍ମ ଫେଷ୍ଟିଭାଲ ହେଉଛି ଏକ ଚଳଚ୍ଚିତ୍ର ମହୋତ୍ସବ ଯେଉଁଠାରେ କଳାର ଉତ୍ସବ ପାଳନ କରାଯାଏ। ମୁଁ ପ୍ରକୃତରେ ଆଶା କରେ ଏହି ବ୍ରାଣ୍ଡ୍‌ / କମ୍ପାନୀଗୁଡିକ ଶହ ଶହ ଡଲାର ଖର୍ଚ୍ଚ କରି ଏଭଳି ଲୋକଙ୍କୁ ପଠାଇବେ ଯେଉଁମାନେ ଛୋଟ ଛୋଟ ଏବଂ ସ୍ୱତନ୍ତ୍ର ଚଳଚ୍ଚିତ୍ର ନିର୍ମାଣ କରନ୍ତି।”

Cannes Film Festival
Advertisment
Advertisment