Advertisment

କାହିଁକି ବଲିଉଡ୍‌ ଉପରେ ଭାରି ପଡୁଛି ସାଉଥ୍ ଫିଲ୍ମ; ସିକ୍ରେଟ୍ କହିଲେ ରବୀନା ଟଣ୍ଡନ୍

ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍‌ ଉପରେ ଭାରି ପଡୁଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍‌ ମଧ୍ୟରେ ଥିବା ଏହି ପାର୍ଥକ୍ୟକୁ ବୁଝାଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Raveena tandon shared top secret of south cinema

Raveena tandon shared top secret of south cinema

ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍‌ ଉପରେ ଭାରି ପଡିଲା ପରି ମନେହେଉଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ଯେଉଁଠାରେ ବଲିଉ୍‌ଡ ଏହା କରିବାରେ ବିଫଳ ହୋଇଥିବା ଜଣାପଡିଛି।

Advertisment

ବଡ ବଜେଟ୍ ଚଳଚ୍ଚିତ୍ର ‘ବଡେ ମିୟାଁ ଛୋଟେ ମିୟାଁ’ର ବକ୍ସ ଅଫିସ୍ ଆୟକୁ ଦେଖି ଏହା ଆକଳନ କରାଯାଇପାରେ। ବର୍ତ୍ତମାନ ବଲିଉଡ୍‌ ଏବଂ ସାଉଥ୍ ଚଳଚ୍ଚିତ୍ରର ଏକ ଅଂଶ ବନିଥିବା ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍‌ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଇଛନ୍ତି।

ଅଧିକ ପଢ଼ନ୍ତୁ: Pushpa 2: ‘ପୁଷ୍ପା ପୁଷ୍ପା’ ପରେ ଆସୁଛି ଆଉ ଏକ ଗୀତ; ଦେଶୀ ଲୁକ୍‌ରେ ନଜର ଆସିବେ ଶ୍ରୀବଲୀ

Advertisment

ନିକଟରେ ରବୀନା ଟଣ୍ଡନ୍ କହିଛନ୍ତି ଯେ ସାଉଥ୍ ଏବଂ ହିନ୍ଦୀ ସିନେମା ମଧ୍ୟରେ ତାଙ୍କର ଏକ ବଡ଼ ପାର୍ଥକ୍ୟ କ୍ରୁ ସଦସ୍ୟ, ଯେଉଁମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ସେ କହିଛନ୍ତି ଯେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଏକ ଛୋଟ ଟିମ୍‌କୁ ନେଇ ମଧ୍ୟ ବଡ କାମ କରାଯାଇଥାଏ ଯେତେବେଳେ ବଲିଉଡ୍‌ରେ ସେହି କାମ ପାଇଁ ବହୁତ ଅଧିକ ଲୋକ ଆବଶ୍ୟକ ହୁଏ। ସେ ପୁଣି କହିଛନ୍ତି ଯେ ସାଉଥ ସିନେମାର ସୀମିତ ବଜେଟ୍ ମଧ୍ୟ ସିନେମା ପାଇଁ କୌଣସି ଅଭାବ କରିବାକୁ ଦିଏ ନାହିଁ।

ରବୀନା ଟଣ୍ଡନ ନିଜ ଫିଲ୍ମ ‘ତକଦୀରୱାଲା’(୧୯୯୫)ର ସୁଟିଂ ସମୟର ଅଭିଜ୍ଞତାକୁ ଶେୟାର କରିଛନ୍ତି। ଅଭିନେତ୍ରୀ କହିଛନ୍ତି, “ଆମେ ମରିସସ୍‌ରେ କେବଳ ୯ ଜଣ କ୍ରୁଙ୍କ ସହିତ ୫ଟି ଗୀତ ଶୁଟ୍ କରିଥିଲୁ, କୌଣସି ଲାଇଟ୍ ମ୍ୟାନ ନ ଥିଲେ କି ଆଉ କିଛି ନଥିଲା। ଏହି ଗୀତଟିକୁ କେବଳ ଦୁଇଟି ବେବୀ ଲାଇଟ୍ ଏବଂ କେବଳ ରିଫ୍ଲେକଟର ସହିତ ସୁଟ୍ ହୋଇଥିଲା। ସବୁ ଗୀତଗୁଡିକ ଏହିପରି ସୁଟ୍ କରାଯାଇଥିଲା ଏବଂ ଆପଣ ସେହି ଗୀତଗୁଡ଼ିକର କ୍ୱାଲିଟି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ମୁହଁରେ ସେଭିଂ କ୍ରିମ୍ ମାରି, ରେଜର୍‌ରେ ଦାଢି କାଟୁଛନ୍ତି ସୋନମ କପୁର

ଏହି ଫିଲ୍ମ ତେଲୁଗୁ ଚଳଚ୍ଚିତ୍ର ‘ୟମଲୀଲା’ର ରିମେକ୍ ଥିଲା ଯାହାକୁ କେ. ମୁରଲୀ ମୋହନ ରାଓଙ୍କ ନିର୍ଦ୍ଦେଶନା ଦେଇଥିଲେ। ସିନେମାଟୋଗ୍ରାଫର ଥିଲେ ରବିନ୍ଦ୍ର ବାବୁ। ରବୀନାଙ୍କ ବିପକ୍ଷରେ ଭେଙ୍କଟେଶ୍ ଥିଲେ। ରବୀନା କହିଛନ୍ତି ଯେ ସାଉଥ୍‌ର କର୍ମଚାରୀମାନେ ସ୍ୱଳ୍ପ ବଜେଟ୍‌ରେ ଏତେ ସହଜରେ ଏବଂ ପ୍ରଭାବଶାଳୀ ଭାବେ ବହୁତ ଭଲ କାମ କରୁଥିଲେ।”

ଏହା ବ୍ୟତୀତ ରବୀନା ହିନ୍ଦୀ ଗୀତର ବାହର ସୁଟିଂ ବିଷୟରେ କହିଛନ୍ତି। ସେ କହିଛନ୍ତି “ଯେତେବେଳେ ମୁଁ ମୁମ୍ବାଇରେ ସୁଟିଂ କରୁଥିଲି ଏବଂ ଆମେ ଯେତେବେଳେ ସ୍ୱିଜରଲ୍ୟାଣ୍ଡ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଉଥିଲୁ, ଆମ ସହ ୨୦୦ ଜଣିଆ କ୍ରୁ ଯାଉଥିଲେ। ମୁଁ କୁହେ ଏହାର ଆବଶ୍ୟକତା କ’ଣ ଯେତେବେଳେ ଆମେ କେବଳ ୧୦ ଜଣଙ୍କ ସହିତ ଏହି କାମ କରିପାରିବା।”

ଅଧିକ ପଢ଼ନ୍ତୁ: ଅଭିନୟ ସହ ଭାରତ ଛାଡିଦେବେ ଅନୁଷ୍କା ଶର୍ମା ! ବିରାଟଙ୍କ ସହ ଚାଲିଯିବେ କି ଲଣ୍ଡନ୍ !

Bollywood South Indian Film Industry
Advertisment
Advertisment