Advertisment

‘ସିଙ୍ଘମ୍ ଏଗେନ୍’ରୁ ଅଜୟଙ୍କ ପ୍ରଥମ ଝଲକ; ଦେଖିଲେ ଲାଗିବ ‘ସୂର୍ଯ୍ୟବଂଶୀ’ର ବାଜୀରାଓ

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ସୁଟିଂ ଜମ୍ମୁ-କଶ୍ମୀରରେ ଚାଲିଛି। ଏହି ସମୟରେ ଫିଲ୍ମ ସହ ଜଡିତ ଅଭିନେତାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହାକୁ ଦେଖି ଆପଣ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ମନେପଡିଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Singham Again Ajay Devgn First Look

Ajay devgn first glimpse from singham again revealed

ବର୍ତ୍ତମାନ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ସୁଟିଂ ଜମ୍ମୁ-କଶ୍ମୀରରେ ଚାଲିଛି। ଏହି ସମୟରେ ଫିଲ୍ମ ସହ ଜଡିତ ଅଭିନେତାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହାକୁ ଦେଖି ଆପଣ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ମନେପଡିଯିବ। ‘ସିଙ୍ଘମ୍ ଏଗେନ୍’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ।

Advertisment

ଏଥିରେ ଅକ୍ଷୟ କୁମାର, ରଣବୀର ସିଂହ, ଟାଇଗର ଶ୍ରଫ୍‌, କରୀନା କପୁର, ଦୀପିକା ପାଦୁକୋନ ଏବଂ ଅର୍ଜୁନ କପୁର ଅଜୟ ଦେବଗନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଆଜିକାଲି ଅଜୟ ଦେବଗନ୍ ଏହି ଚଳଚ୍ଚିତ୍ରର କାଶ୍ମୀର ଶେଡ୍ୟୁଲ୍ଡ ପୂରା କରିବାରେ ବ୍ୟସ୍ତ ଅଛନ୍ତି।

ଅଧିକ ପଢ଼ନ୍ତୁ: Pushpa 2: ‘ପୁଷ୍ପା ପୁଷ୍ପା’ ପରେ ଆସୁଛି ଆଉ ଏକ ଗୀତ; ଦେଶୀ ଲୁକ୍‌ରେ ନଜର ଆସିବେ ଶ୍ରୀବଲୀ

Advertisment

‘ସିଙ୍ଘମ୍ ଏଗେନ୍’ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଫିଲ୍ମରୁ ଅଜୟ ଦେବଗନଙ୍କ ପ୍ରଥମ ଝଲକ ଶେୟାର କରିଛନ୍ତି। ଏହି ଲୁକ୍‌ରେ ଅଭିନେତା ସିଙ୍ଘମ୍ ଅବତାରରେ ନଜର ଆସିଛନ୍ତି। ତାଙ୍କ ପଛରେ ପାର୍କିଂ ହୋଇଥିବା ପୋଲିସ୍‌ ଗାଡିଗୁଡ଼ିକ ଦେଖିଲେ ତାଙ୍କୁ ସିଙ୍ଘମ୍ ସିରିଜ୍ ଅପେକ୍ଷା ସୂର୍ଯ୍ୟବଂଶୀକୁ ଅଧିକ ମନେପକେଇ ଦେଉଛି।

୨୦୨୧ ମସିହାରେ ‘ସୂର୍ଯ୍ୟବଂଶୀ’ ଆସିଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ରଣବୀର ସିଂହ କୈମୋ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ଅକ୍ଷୟ କୁମାର ଏବଂ ରଣଭୀର ସିଂହଙ୍କୁ ‘ସିଙ୍ଘମ୍ ଏଗେନ୍’ରେ ଦେଖିବାକୁ ମିଳିବ ବୋଲି ଘୋଷଣା କରାଯାଇଥିଲା।

ଅଧିକ ପଢ଼ନ୍ତୁ: 'ପ୍ରୋଜେକ୍ଟ ରାମାୟଣ' ଉପରେ ଘୋଟିଛି ସଂକଟର ମେଘ; ବନ୍ଦ ହୋଇପାରେ ରଣବୀରଙ୍କ ‘ରାମାୟଣ’

ପ୍ରକାଶଥାଉ ଯେ ‘ସିଙ୍ଘମ୍ ଏଗେନ୍’ ରୋହିତ ଶେଟ୍ଟୀଙ୍କ ‘ସିଙ୍ଘମ୍ ସିରିଜ୍’ର ତୃତୀୟ ଚଳଚ୍ଚିତ୍ର। ସମଗ୍ର କପ୍‌ ୟୁନିଭର୍ସ ବିଷୟରେ କହିବାକୁ ଗଲେ ଏହା ତାଙ୍କର ପଞ୍ଚମ ଚଳଚ୍ଚିତ୍ର ହେବ। ‘ସିଙ୍ଘମ୍ ଏଗେନ୍’ର ରିଲିଜ୍ ତାରିଖ ବର୍ତ୍ତମାନ ସୁଦ୍ଧା ୧୫ ଅଗଷ୍ଟକୁ ସ୍ଥିର କରାଯାଇଛି। କିନ୍ତୁ ‘ପୁଷ୍ପା ୨’ ମଧ୍ୟ ଏହି ଦିନ ରିଲିଜ୍ ହୋଇପାରେ। ଏନେଇ ରିଲିଜ୍ ତାରିଖ ଉପରେ ଆଲୋଚନା ଜାରି ରହିଛି। ତେବେ ‘ସିଙ୍ଘମ୍ ଏଗେନ୍’ର ରିଲିଜ୍ ସମ୍ପର୍କରେ ନିର୍ମାତାଙ୍କଠାରୁ କୌଣସି ଅଫିସିଆଲ୍ ମତ ଆସି ନାହିଁ।

ଏହାରି ଭିତରେ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ମିଳିଥିବା ସାହାଯ୍ୟ ପାଇଁ ଅଜୟ ସ୍ଥାନୀୟ ସରକାର ଏବଂ ଚଳଚ୍ଚିତ୍ର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ଏଠାରେ ସୁଟିଂ କରିବାର ଅଭିଜ୍ଞତା ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ମଧ୍ୟ ତାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି।

ସେ ଏହି ଭିଡିଓ ଶେୟାର କରି କହିଛନ୍ତି ଯେ ତାଙ୍କୁ ଫିଲ୍ମ କର୍ତ୍ତୃପକ୍ଷ, ସରକାରୀ ଏବଂ ସ୍ଥାନୀୟ ଲୋକଙ୍କଠାରୁ ବହୁତ ସାହାଯ୍ୟ ମିଳିଛି। ଏହା ବ୍ୟତୀତ ଏଠାରେ ଶୁଟିଂ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଇଁ ବହୁତ ଭଲ ଥିଲା। ସେ ଏଠାକୁ ପୁଣି ଥରେ ଆସିବାକୁ ଚାହିଁବେ ବୋଲି ମଧ୍ୟ କହିଛନ୍ତି।

Ajay Devgn Bollywood Rohit Shetty
Advertisment
Advertisment