/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716367462.jpg)
After pushpa pushpa now shrivalli will also be seen the second song of pushpa 2
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା : ଦ ରୁଲ୍’ର ନିର୍ମାଣ ଦାୟିତ୍ୱ ମୈତ୍ରୀ ମୁଭି ମେକର୍ସ ନେଇଛି। ଏହାର ରୋମାଞ୍ଚକର ଟିଜର ଏବଂ ହିଟ୍ ଗୀତ “ପୁଷ୍ପା ପୁଷ୍ପା” ରିଲିଜ୍ ହେବା ପରେ ଫିଲ୍ମଟି ଖୁବ୍ ଚର୍ଚ୍ଚାରେ ରହିଛି।
ଏହି ଗୀତ ରିଲିଜ ହେବା ପରଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହୋଇଆସୁଛି ଏବଂ ଫିଲ୍ମର ଜଲୱା ସବୁଆଡେ ଦେଖିବାକୁ ମିଳୁଛି। ପ୍ରଥମ ଗୀତ ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି ଏବଂ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଦ୍ୱିତୀୟ ଗୀତ ରିଲିଜ୍କୁ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: 'ପ୍ରୋଜେକ୍ଟ ରାମାୟଣ' ଉପରେ ଘୋଟିଛି ସଂକଟର ମେଘ; ବନ୍ଦ ହୋଇପାରେ ରଣବୀରଙ୍କ ‘ରାମାୟଣ’
ସମସ୍ତଙ୍କ ଏଭଳି ଉତ୍ସାହ ବଢୁଥିବା ଦେଖି ନିର୍ମାତା ଘୋଷଣା କରିଛନ୍ତି ଯେ ଅଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମର ଦ୍ୱିତୀୟ ଗୀତ ଆସନ୍ତାକାଲି ମୁକ୍ତିଲାଭ କରିବ। ନିର୍ମାତା ଦ୍ୱିତୀୟ ଗୀତର ଟିଜର ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି। ପୋଷ୍ଟର୍ରୁ ଜଣାପଡିଛି ଯେ ଏହା 'ସାମି ସାମି' ପରି ଆଉ ଏକ ଚମତ୍କାର ଦେଶୀ ଟ୍ରାକ୍ ହେବାକୁ ଯାଉଛି। ଏଥିରେ ରଶ୍ମିକା ମନ୍ଦାନା ମଧ୍ୟ ଶ୍ରୀବଲୀ ଭାବରେ ନଜର ଆସିବେ।
After the takeover by Pushpa Raj with #PushpaPushpa, it is time for The Couple, Srivalli along with her Saami to mesmerize us all ❤️🔥#Pushpa2SecondSingle announcement tomorrow at 11.07 AM 💥💥#Pushpa2TheRule Grand release worldwide on 15th AUG 2024.
Icon Star @alluarjun… pic.twitter.com/XzIwsrLT4Y
— Mythri Movie Makers (@MythriOfficial) May 22, 2024
ସୋସିଆଲ ମିଡିଆରେ ଏ ବିଷୟରେ ପୋଷ୍ଟ କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ “ପୁଷ୍ପା ରାଜ ଦ୍ୱାରା ପୁଷ୍ପା-ପୁଷ୍ପା ସହିତ ଟେକ୍ଓଭର କରିବା ପରେ ବର୍ତ୍ତମାନ ସମୟ ଆସିଛି କପଲ୍ ଶ୍ରୀବଲୀ ଏବଂ ତାଙ୍କ ସାମିଙ୍କ ପାଇଁ ସମସ୍ତଙ୍କୁ ପାଗଳ କରିବାର ଦ୍ୱିତୀତ ଗୀତ ଆସନ୍ତାକାଲି ଦିନ ୧୧:୦୭ ରେ ଘୋଷଣା ହେବ।”
ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା : ଦ ରୁଲ୍'କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଲୋକମାନେ ତାଙ୍କ ଚମତ୍କାର ଲୁକ୍କୁ ପସନ୍ଦ କରୁଛନ୍ତି ଏବଂ ଫିଲ୍ମ ଏକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଏହି ଫିଲ୍ମ ବିଶ୍ୱବ୍ୟାପୀ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫାସିଲ୍ ମଧ୍ୟ ଅଭିନୟ କରିଛନ୍ତି ଏବଂ ୧୫ ଅଗଷ୍ଟ ୨୦୨୪ ରେ ଏହା ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)