Advertisment

ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

ପ୍ରତିଟି ମ୍ୟାଚ୍‌ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍‌ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..

author-image
Manoranjan Behera
ଅଦ୍ୟତନ ହୋଇଛି
 IPL 2024 Shah Rukh Khan Viral Video

Shah Rukh Khan

IPL ଫାଇନାଲରେ ଏଣ୍ଟ୍ରି ମାରିଛି କିଙ୍ଗ ଖାନ ଶାହରୁଖଙ୍କ ଟିମ୍‌ କୋଲକାତା ନାଇଟ ରାଇଡର୍ସ। କ୍ୱାଲିଫାୟାର ୧ ରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଆଇପିଏଲ୍‌ ଟିମ୍‌ର ମାଲିକଙ୍କ କଥା ପଡ଼ିଲେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ। ତାଙ୍କର ଲୋକପ୍ରିୟତା କେବଳ ଅଭିନୟ କ୍ଷେତ୍ରରେ ନୁହେଁ ବରଂ କ୍ରୀଡ଼ା କ୍ଷେତ୍ରରେ ବି ବେଶ୍‌ ଅଧିକ।

Advertisment

ଗତକାଲିର ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଶାହରୁଖ ତାଙ୍କ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରତିଟି ମ୍ୟାଚ୍‌ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍‌ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ସେ ଲାଇଭ ଚାଲିଥିବା ଜାଣିପାରି ସେଠାରେ ଉପସ୍ଥିତ ଥିବା ବ୍ରଡକାଷ୍ଟ ମେମ୍ବରଙ୍କୁ କ୍ଷମା ମାଗିଥିଲେ। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: IPL ପରେ ବାଇକ୍‌ ଧରି ବୁଲୁଛନ୍ତି ଧୋନି, ଭିଡିଓ ହେଉଛି ଭାଇରାଲ...

ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ଗ୍ରାଉଣ୍ତରେ ଦର୍ଶକଙ୍କୁ ହାତ ହଲାଇ ବୁଲୁଥିବା ବେଳେ ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଲାଇଭ୍‌ ସାମ୍ନାକୁ ଚାଲି ଆସିଥିଲେ। ଲାଇଭ୍‌ ହେଉଥିବା ଜାଣି ସେ ତୁରନ୍ତ ଆକାଶ ଚୋପ୍ରା, ପାର୍ଥିବ ପଟେଲ ଓ ସୁରେଶ ରାଇନାଙ୍କୁ ଏନେଇ ଭୁଲ ମାଗିଥିଲେ। କିନ୍ତୁ ଆକାଶ ଚୋପ୍ରା କହିଥିଲେ ଯେ, ଠିକ୍‌ ଅଛି, ଆପଣ ଆମ ଦିନକୁ ଚାରଚାନ୍ଦ ଲଗାଇଦେଲେ। ଏହାପରେ ଶାହରୁଖ ପାର୍ଥିବ ଓ ରାଇନାଙ୍କୁ ଭୁଲ ମାଗିବା ସହ ତାଙ୍କ ସହ କାନ୍ଧ ମିଳାଇଥିଲେ।

Advertisment

ଏହି ଘଟଣା ଉପରେ ରାଇନା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ସବୁବେଳେ ଶାହରୁଖଙ୍କ ସହ ଦେଖାହେଲେ ଖୁସି ଲାଗେ। କାହିଁକି ନା ସେ ଅତି ନମ୍ର ଭାବେ ସମସ୍ତଙ୍କ ସହ ମିଶିଥାନ୍ତି। ସେ ଏତେ ବଡ଼ ସୁପରଷ୍ଟାର ହୋଇଥିଲେ ବି ତାଙ୍କ ମଧ୍ୟରେ ମାନବିକତା ରହିଛି। ତାଙ୍କ ଟିମ୍‌ କେକେଆର୍‌ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କୁ ଶୁଭେଚ୍ଛା।

ଅଧିକ ପଢ଼ନ୍ତୁ: ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

ଗତକାଲି ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ। ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR। ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍। ଗତକାଲିର ଏହି ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟ୍ ରେ ପରାସ୍ତ କରିଛି କୋଲକାତା। ଅବଶ୍ୟ ହାଇଦ୍ରାବାଦକୁ ବର୍ତ୍ତମାନ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ ଯିବାକୁ ସୁଯୋଗ ରହିଛି।

Shah Rukh Khan IPL Viral Video Kolkata Knight Riders KKR
Advertisment
Advertisment