Advertisment

Mahakumbh Monalisa: ପ୍ରଥମ ଥର ଷ୍ଟେଜକୁ ଓହ୍ଲାଇଲେ ମୋନାଲିସା, ଫ୍ୟାନଙ୍କୁ କହିଲେ ଆଇ ଲଭ ୟୁ

ମୋନାଲିସା ନାଚିବା ପୂର୍ବରୁ ପ୍ରଥମ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
monalisa

monalisa

କୁମ୍ଭମେଳାରେ ଭାଇରାଲ ହୋଇଥିବା ଭୋପାଳର ମୋନାଲିସା ଭୋସଲେଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭମେଳାରେ ମାଳା ବିକ୍ରି କରୁଥିବା ମୋନାଲିସା ବର୍ତ୍ତମାନ ଫିଲ୍ମରେ ଅଭିନୟ କଲେଣି। ଏହା ସହିତ ସୋସିଆଲ ମିଡିଆରେ ତାଙ୍କର ପ୍ରବଳ ଫ୍ୟାନ ଫଲୋଇଙ୍ଗ ରହିଥିବା ବେଳେ ସେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧ୍ୟ ପାଲଟି ଯାଇଥିଲେ। ମହାଶିବରାତ୍ରି ଉପଲକ୍ଷେ ନେପାଳରେ ଅନୁଷ୍ଠିତ ଏକ ଶୋ ପାଇଁ ମଧ୍ୟ ତାଙ୍କୁ ଡକା ଯାଇଥିଲା। ଏହା ଜରିଆରେ ସେ ପ୍ରଥମ ଷ୍ଟେଜ ଶୋ କରିଥିଲେ।

Advertisment

ମୋନାଲିସାଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିବା ବେଳେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ ମଧ୍ୟ ହୋଇଥିଲା। ମୋନାଲିସା ନାଚିବା ପୂର୍ବରୁ ପ୍ରଥମେ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ। ଏହି ଭିଡିଓଟି ତୁରନ୍ତ ଭାଇରାଲ ହୋଇଥିବା ବେଳେ ଏହାକୁ ଅନେକ ସୋସିଆଲ ମିଡିଆ ୟୁଜର ପସନ୍ଦ କରିଥିଲେ। ଅନେକ ୟୁଜର ମୋନାଲିସାଙ୍କ ଡ୍ୟାନ୍ସକୁ ପସନ୍ଦ ମଧ୍ୟ କରିଥିଲେ। ଭିଡିଓଟିକୁ ୧ ଲକ୍ଷ ୨୯ ହଜାରରୁ ଅଧିକ ୟୁଜର ଦେଖି ସାରିଥିବା ବେଳେ ୬ ହଜାରରୁ ଅଧିକ ଲାଇକ ମିଳିଛି।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

Advertisment

ଲେଖକ ନିର୍ଦ୍ଦେଶକ ସନୋଜ ମିଶ୍ର ‘ଡାଏରୀ ଅଫ ମଣିପୁର’ ନାମରେ ଫିଲ୍ମଟି କରୁଛନ୍ତି। ଏହି ଫିଲ୍ମ ପାଇଁ ସେ ମୋନାଲିସାଙ୍କୁ ସାଇନ କରିଥିଲେ। ଏହା ସହ ସନୋଜ ବି ଇନଷ୍ଟାଗ୍ରାମରେ ମୋନାଲିସାଙ୍କ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ତାଙ୍କ ପରିବାର ସହିତ ସେ ଆଲୋଚନା କରିଥିବା ବେଳେ କଠିନ ପରିଶ୍ରମ କରିବା ପାଇଁ ମୋନାଲିସା ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ ସନୋଜ।

ସନୋଜ ପୂର୍ବରୁ ରାମ ଜନ୍ମଭୂମି, ଦ ଡାଏରୀ ଅଫ ୱେଷ୍ଟ ବେଙ୍ଗଲ ଓ କାଶୀ ଟୁ କଶ୍ମୀର ଭଳି ଫିଲ୍ମ ତିଆରି କରି ସାରିଛନ୍ତି। ଏହି ଫିଲ୍ମର ବଜେଟ ୨୦ କୋଟି ଟଙ୍କା ରହିଥିବା ବେଳେ ଏଥିରେ ମୋନାଲିସାଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ଭବତଃ ସେ ଜଣେ ଆର୍ମି ଅଫିସରଙ୍କ ଝିଅ ଭୂମିକାରେ ନଜର ଆସି ପାରନ୍ତି।

କୁମ୍ଭ ମେଳାକୁ ମାଳା ବିକ୍ରି କରିବା ପାଇଁ ଯାଇଥିବା ମୋନାଲିସା ଏକ ଇଣ୍ଟରଭ୍ୟୁ ଦେଇଥିଲେ। ତାଙ୍କ ନିଆରା ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ସୋସିଆଲ ମିଡିଆରେ ନୂଆ ସେନ୍‌ସେସନ ପାଲଟି ଯାଇଥିଲେ। ନିଜର ଲୋକପ୍ରିୟତା ଦେଖି ପ୍ରଥମେ ପ୍ରଥମେ ସେ ବହୁତ ଖୁସି ହେଉଥିବା ବେଳେ ପରେ ଏହା ଭାରି ପଡିଲା। ଯେତେବେଳେ ଲୋକମାନେ ମୋନାଲିସାଙ୍କ ସହ ସେଲ୍‌ଫି ନେବା ପାଇଁ ଦିନରାତି ଲାଇନ୍ ଲଗାଇଲେ, ସେତେବେଳେ ସେ ଏବଂ ତାଙ୍କ ପରିବାର ସମସ୍ତେ ବିରକ୍ତ ହୋଇଥିଲେ। ତେଣୁ ସେ ମହାକୁମ୍ଭ ଛାଡି ନିଜ ଘରକୁ ପଳାଇଥିଲେ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Mahakumbh Monalisa
Advertisment
Advertisment