Advertisment

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳିବ ଏହି ସୁବିଧା...

ରାଜ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ। ନିଟ୍, ଆଇଆାଇଟି, ଜେଇଇ ଓ ଏନ୍‌ଡିଏ ଭଳି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ।

author-image
Rajalaxmi Sahoo
students

students

ଭୁବନେଶ୍ୱର: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ। ରାଜ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।    

Advertisment

ନିଟ୍, ଆଇଆାଇଟି, ଜେଇଇ ଓ ଏନ୍‌ଡିଏ ଭଳି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ। ଆସନ୍ତା ୧୫ ତାରିଖରୁ www. unacademy. comରେ ଲଗ୍ଇନ୍ କରି ନାଁ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ଜାନୁଆରୀ ୧୨ ଯାଏ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ। 

ଜାନୁଆରୀ ୧୫ ତାରିଖ ଦିନ ୧୧ଟାରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କର ପରୀକ୍ଷା ହେବ। ମାଟ୍ରିକ ପରୀକ୍ଷାର ୫୦% ଏବଂ ପ୍ରବେଶିକାର ୫୦% ମାର୍କ ଆଧାରରେ ଯୋଗ୍ୟତା ଭିତ୍ତିରେ ହେବ ମେଧା ବିଦ୍ୟାର୍ଥୀ ଚୟନ। ଏଥିପାଇଁ ପରିବାରର ବାର୍ଷିକ ଆୟ ୬ ଲକ୍ଷରୁ କମ୍ ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିବ।

Advertisment

୨୦୨୧-୨୨ ଶିକ୍ଷାବର୍ଷରେ ରାଜ୍ୟର ମୋଟ୍‌ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ କରାଯିବ। ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ।   

ସର୍ବଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ଲକ୍ଷାଧିକ ଟଙ୍କାର କୋଚିଂ ନେବାକୁ ହୋଇଥାଏ।  ତେବେ ସରକାର ମାଗଣାରେ ଏବି ସୁବିଧା ଉପଲବ୍ଧ କରୁଥିବାରୁ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ହେଲେ ହଜାରେ ବଦଳରେ ଅଧିକ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବା ସହ ଚୟନ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ଅଭିଭାବକ କହିଛନ୍ତି।   

ଅର୍ଥାଭାବ ଯୋଗୁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଯେଭଳି ବଞ୍ଚିତ ହେବେନି, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ମାଗଣା କୋଚିଂର ବ୍ୟବସ୍ଥା କରାଯାଉଛି। ଦେଶର ଅଗ୍ରଣୀ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଅନ୍ ଏକାଡେମୀ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବ।   

School And Mass Education Department Scholarship Unacademy
Advertisment
Advertisment