• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Scholarships
ନିଟ୍, ଜେଇଇ ଓ ଏନଡିଏ ଏଂଟ୍ରାନ୍ସ ପାଇଁ ମିଳିବ ମାଗଣା କୋଚିଂ

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ । ଭିଡିଓରୁ ଜାଣନ୍ତୁ କେଉଁମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ |

smart school
ଶିକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି ପରେ ବି ଫଳଶୂନ ! ସ୍ମାର୍ଟ ସ୍କୁଲରେ ବିପର୍ଯ୍ୟୟ ଶିକ୍ଷା ବ୍ୟବସ୍ଥା

କ୍ଲାସ ରୁମରେ ପିଲା ମାନେ ଖେଳକୁଦ କରି ସମୟ କାଟୁଛନ୍ତି । ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିଛି ହେଲେ ନଳରେ ପାଣି ଆସୁନାହଁ । ଏପରିକି ଭଲ ଖେଳପଡିଆ, ସାଇକଲ ଷ୍ଟାଣ୍ଡ ମଧ୍ୟ ନାହିଁ ।

students
ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳିବ ଏହି ସୁବିଧା...

ରାଜ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ। ନିଟ୍, ଆଇଆାଇଟି, ଜେଇଇ ଓ ଏନ୍‌ଡିଏ ଭଳି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ।

smart school
ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ, ଶିକ୍ଷକ ନାହାନ୍ତି ! ପିଲାଏ ପଢ଼ିବେ କିପରି, ଶିଖିବେ କ’ଣ ?

ପିଲାଙ୍କୁ ପଢ଼ାଇବା ପାଇଁ କେହି ଶିକ୍ଷକ ନାହାନ୍ତି କି କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀକୁ ଡେପୁଟିସନରେ ଅଣା ଯାଇଥିବା ବେଳେ ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ସପ୍ତାହକୁ ୩ ଦିନ ପାଇଁ ପଢାଇବାକୁ ଆସୁଛନ୍ତି ।

school problem
ଖଣି ଅଞ୍ଚଳରେ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା : ପ୍ରତିବର୍ଷ ପାଠପଢା ଛାଡ଼ୁଛନ୍ତି ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବିଦ୍ୟାଳୟ ଉପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି

Anganwadi Workers
ଅଙ୍ଗନଓ୍ୱାଡ଼ି ଦିଦିଙ୍କ ରଣ ହୁଙ୍କାର

୧୩ ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ.. ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ତେଜିବ.. ଶୁଣନ୍ତୁ ସେମାନଙ୍କର କଣ ସବୁ ଦାବି ରହିଛି..

Engineering Seat
ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି, ଚାହିଦା ବି କମିଲାଣି

ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍‌ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Engineering Seat
ଶୋଚନୀୟ ଅବସ୍ଥାରେ ଇଞ୍ଜିନିୟରିଂ କଲେଜ, ଚାକିରି ନାହିଁ ବୋଲି ସିଟ୍‌ ଖାଲି !

ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି ।

Gandhi Institute for Technology
“ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ପାଞ୍ଚ ଦିନ ଧରି ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ ଅଧିନରେ “ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

karishma
ପରୀକ୍ଷା ଦେଇ ୫୩%କୁ ୯୧% ମାର୍କ କରିଦେଲେ କରିସ୍ମା, ହେଲେ ଏବେ ପାଠ ପଢ଼ିବାକୁ ସମ୍ବଳ ନାହିଁ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ।

Smart school
ନବୀନ ସରକାରଙ୍କ ସ୍ମାର୍ଟସ୍କୁଲ… ବାରଣ୍ଡାରେ ପଡ଼ିଛି ଦରି ପାଲ…

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। କିନ୍ତୁ ଏପଟେ ସାଧାରଣ ସ୍କୁଲରେ ଘର ନାହିଁ କି ଶିକ୍ଷକ ନାହାଁନ୍ତି। ପିଲାଏ ବାରଣ୍ଡାରେ ଦରି ପାଲ ପକେଇ ତଳେ ବସି ପଢୁଛନ୍ତି। ଘର ନଥିବାରୁ ଯେଉଁ ଚେୟାର ଟେବୁଲ୍ ସରକାର ଦେଇଥିଲେ ତାହା ମଧ୍ୟ ବ୍ୟବହାର ହୋଇନପାରି ଖତ ଖାଉଛି।

Special Story,Meritorious Student
କରିସ୍ମାଙ୍କ କରିସ୍ମା: ପରୀକ୍ଷା ଦେଇ ୫୩%କୁ କରିଦେଲେ ୯୧% ମାର୍କ, ପଢ଼ିବାକୁ ନାହିଁ ସମ୍ବଳ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ। ହେଲେ ଦୁଃଖର ବିଷୟ ହେଲା, ଏହି ମେଧାବୀ ଝିଅଟି ଅର୍ଥାଭାବରୁ ଆଉ ପାଠ ପଢ଼ିନପାରି ଏବେ ଟିଉସନ୍ କରି ଘରକୁ ସାହାଯ୍ୟ କରୁଛନ୍ତି।

Entrance Exam
ବାତ୍ୟା ପାଇଁ ଘୁଞ୍ଚିଲା UGC-NET, IIFT ପରୀକ୍ଷା

ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି।

school
ପାଠ ପଢ଼ିବା ପାଇଁ ହିନସ୍ତା ହେଉଛନ୍ତି ଛାତ୍ରଛାତ୍ରୀ : ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ପାଠ ପଢ଼ାଉଛନ୍ତି ଶିକ୍ଷକ

ଶ୍ରେଣୀ ଗୃହ ନାହିଁ ପିଲା ପଢ଼ିବେ କିପରି । ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢ଼ୁଛି ଦେଶର ଭବିଷ୍ୟତ ।

School Teachers
ଓଡ଼ିଶାରେ ସରକାରୀ ହାଇସ୍କୁଲ୍‌ରେ ଖାଲି ପଡ଼ିଛି ୫ ହଜାରରୁ ଅଧିକ ଶିକ୍ଷକ ପଦବୀ

ଓଡ଼ିଶାରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ୍‌ରେ ୫ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ହଜାର ୭୫ ସଂଖ୍ୟକ ସ୍କୁଲ୍‌କୁ ରୂପାନ୍ତରଣ କରାଯାଇଛି।  

Ravenshaw University
ରେଭେନ୍ସାରେ ତଳେ ବସି ପଢିଲେ ପିଲା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ରେଭେନ୍ସା ବିଶ୍ୱବିଦ୍ୟାଳୟ ତଳେ ବସି ପାଠ ପଢିବା ଘଟଣାକୁ ନେଇ ତେଜିଲା ବିବାଦ । ଘଟଣାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଳରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଥିବାର ଦେଖିବାକୁ ମିଳିଛି । ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

Ravenshaw University
'ରେଭେନ୍ସାରେ ଏଭଳି ଘଟଣା ଗ୍ରହଣୀୟ ନୁହେଁ'

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତଳେ ବସି ପାଠ ପଢିବା ଘଟଣାକୁ ନେଇ ତେଜିଲା ବିବାଦ.. ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି..

smart school
ସ୍ମାର୍ଟ ସ୍କୁଲ ଭେଳିକି ! କାମ ସରିନି କିନ୍ତୁ ଉଦଘାଟନ ହୋଇଗଲା, ୫ଟିର କାର୍ଯ୍ୟକାରୀତା ଉପରେ ବଡ ପ୍ରଶ୍ନ

ସ୍ମାର୍ଟ ସ୍କୁଲ କାମ ଶେଷ ହୋଇନି , କିନ୍ତୁ ନେତାମନ୍ତ୍ରୀ ଆସି ଉଦଘାଟନ କରି ଚାଲିଗଲେ । ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

covid 19
ସ୍କୁଲ ଖୋଲୁ ଖୋଲୁ ଟେନସନ୍‌ ଦେଲାଣି କରୋନା

ସ୍କୁଲ ଖୋଲୁ ଖୋଲୁ ଟେନସନ୍‌ ଦେଲାଣି କରୋନା। ବାଧ୍ୟ ହୋଇ ବିଦ୍ୟାଳୟ ବନ୍ଦ କଲେ କର୍ତ୍ତୃପକ୍ଷ

Smart School
ସ୍କୁଲ ବାହାର ପାଖ ପୂରା ଚକ୍‌ଚକ୍‌ ହେଲେ ଭିତରେ ଫୁଲ ଅଳିଆ

ସ୍କୁଲ ବାହାର ପାଖ ପୂରା ଚକ୍‌ଚକ୍‌ ହେଲେ ଭିତରେ ଫୁଲ ଅଳିଆ। କେଉଁ କ୍ଲାସ୍‌ରେ ବୋର୍ଡ଼ ନାହିଁ ତ କେଉଁଠି ସିମେଣ୍ଟ ଗୋଳା ହୋଇ ରହିଛି...ଦେଖନ୍ତୁ ଏହି ଦୃଶ୍ୟ

Smart School Yojna
ବିରୋଧୀ କହିଲେ ପୁରୁଣା ଘରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କହୁଛନ୍ତି ମୁଖ୍ୟମନ୍ତ୍ରୀ !

ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍‌ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍‌ରୁମ୍‌ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପିଲାଙ୍କ ଭବିଷ୍ୟତ ସରକାର କେତେ ଦୂର ସଚେତନ, ତାହା ଆପଣ ଦେଖନ୍ତୁ ।

Children dropout education
ଦୁଇ ବର୍ଷ ଭିତରେ ପାଠ ଛାଡ଼ି ଧରିଲେଣି କୋଡି କୋଦାଳ

କରୋନା ବିଧ୍ୱଂସ୍ତ ପ୍ରାଥମିକ ଶିକ୍ଷାକୁ ନୂଆ ବିପଦ। ଦୁଇ ବର୍ଷ ଭିତରେ ପାଠ ଛାଡ଼ିଛନ୍ତି ପ୍ରାୟ ତିନି ଲକ୍ଷ ପିଲା । ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଚିନ୍ତା । କୋରାପୁଟ ଓ ମାଲକାନଗିରିରେ ସ୍ଥିତି ଉତ୍କଟଜନକ

Odisha +2 Offline Results Published, 8460 Students Secure Passing Marks Out Of 12321 Examinees
ପ୍ରକାଶ ପାଇଲା +୨ ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..

+2 offline results published
ପ୍ରକାଶ ପାଇଲା +୨ ଅଫ୍‌ଲାଇନ୍‌ ରେଜଲ୍ଟ; ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥିବା ୧୨, ୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

CHSE Offline Plus II Exam Results To Be Announced Today
ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ

ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ