ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ।
ସ୍କୁଲ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷାରେ ଅଧିକ ଦିନ ବ୍ୟବଧାନ ରଖିବାକୁ ପଦକ୍ଷପ ନେଇଛି ସିବିଏସଇ । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ହୋଇଥିବା ଟର୍ମ ୱାନ୍ ପରୀକ୍ଷାର ଫଳାଫଳ ଖୁବଶୀଘ୍ର ଘୋଷଣା ସମ୍ଭାବନା ରହିଛି ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍ମେଣ୍ଟ୍ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷା ବନ୍ଦ ନେଇ ଜଣାଇଲା ଉଚ୍ଚଶିକ୍ଷା ବିଭାଗ ।
ସରକାରଙ୍କ ମହଙ୍ଗା ମାଡ଼ରୁ ବାଦ୍ ପଡ଼ିଲାନି ସରକାରୀ ମେଡିକାଲ କଲେଜ ପାଠପଢ଼ା। ବଢ଼ିଲା ମେଡିକାଲ କଲେଜ ଆଡମିଶନ ଫି। ଉଭୟ ଏମବିଏସ୍/ବିଡିଏସ୍ ଓ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଆଡମିଶନ ଫି ବଢ଼ାଇଛନ୍ତି ରାଜ୍ୟ ସରକାର।
ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି ଉଠିଲାଣି।
ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଜୀବନ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଦେଶର ବିଭିନ୍ନ ମେଡିକାଲ୍ କଲେଜରେ କୋର୍ସ ଶେଷ ଲାଗି ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-ଆଇଏମ୍ଏ।
ଏପ୍ରିଲ୍ ଓ ମେ’ରେ ହେବ JEE (ମେନ୍)। ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ JEE(ମେନ୍) ତାରିଖ ଘୋଷଣା କରାଯାଇଛି।
ଆଜି ଖୋଲିଲା ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି
ଏଣିକି ଅଫଲାଇନ୍ ମୋଡ୍ରେ ପରୀକ୍ଷା ହେବ । ଏନେଇ ସବୁ ଶିକ୍ଷାନୁଷ୍ଠାନକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସ୍ଥିତିରେ ସୁଧାର ପରେ ଶିକ୍ଷାର ଗୁଣାତ୍ମକ ମାନକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।
କରୋନା କଟକଣା ମଧ୍ୟରେ ଆସନ୍ତା ୨୮ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ଥିବାରୁ ୨୬ ତାରିଖରେ ଅଭିଭାବକ ସମ୍ମିଳନୀ ହେବ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।
କର୍ତ୍ତୃପକ୍ଷ ପରୀକ୍ଷା ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତୁ ବୋଲି କହିବା ସହ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଏଥିସହ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି ଯେ, ଏଭଳି ଜନସ୍ୱାର୍ଥ ମାମଲା କରାଯିବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି ।
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଧ କରିଛି।
ଅଫଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ୍ର ଆସନ୍ତାକାଲି ଶୁଣାଣି କରିବେ କୋର୍ଟ ।
ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।
ଆର୍ଥିକ ଅନଗ୍ରସର ବର୍ଗଙ୍କ ଲାଗି ଘରୋଇ ସ୍କୁଲ୍ରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି।
ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ଭଳି ଗବେଷଣା ସଂପର୍କିତ ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ସବୁ ପାଠ୍ୟକ୍ରମ ପାଇଁ ଏକ ସମୟରେ ନାମଲେଖା ହେବ ।
ରାଜ୍ୟରେ କରୋନା ସଂକ୍ରମଣ ଥମିବା ପରେ ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।
କରୋନା କାଳରେ ସରକାର ସିନା ଅନଲାଇନ୍ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା ଅଂଚଳରେ ଲୋକ
୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ୨୮ରୁ ସ୍କୁଲ ଫିଜିକାଲ କ୍ଲାସ୍ ଆରମ୍ଭ ହେବ ।
ଆଜି OSSTET ପରୀକ୍ଷା । ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା । କୋଭିଡ୍ ଗାଇଡ୍ଲାଇନରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ୯ରୁ ୧୧ଟା ୩୦, ୨ୟ ସିଟିଂ ୧ରୁ ୩ଟା ୩୦ ୭୨ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଛନ୍ତି ପଞ୍ଜୀକରଣ ।
ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ବା ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।
କରୋନା କଟକଣା ଭିତରେ ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ କ୍ଲାସରୁମ୍ରେ ପାଠପଢ଼ା ଆରମ୍ଭ ହୋଇଛି। ଏଥିପାଇଁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜେସନ ବ୍ୟବସ୍ଥା ଇତ୍ୟାଦି ସମ୍ପୂର୍ଣ୍ଣ କରିଛନ୍ତି କର୍ତ୍ତୃପକ୍ଷ।