• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଳିତବର୍ଷ ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାନ ପିଲାଙ୍କ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ କମ୍ ଦିନର ବ୍ୟବଧାନ ରହିଥିଲା, ଏଥିପାଇଁ ଦେଖା ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ତେଣୁ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ CHSE କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏଥର ୧ ହଜାର ୫୮୬ କଲେଜର ଛାତ୍ରଛାତ୍ରୀ ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ପୂରା ପରୀକ୍ଷା ସିସିଟିଭିରେ ମନିଟରିଂ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ଲସ୍ ୨ ପରୀକ୍ଷାକୁ ସୁରାରୁରୂପେ ତୁଲାଇବାକୁ ପୂରା ପ୍ରସ୍ତୁତି ଚାଲିଛି । ଗଣିତ ପରୀକ୍ଷା ପାଇଁ ଗୋଟିଏ ଦିନର ବ୍ୟବଧାନ ଥିବାରୁ ଅନେକ ଛାତ୍ର କାର୍ଯ୍ୟସୂଚୀ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ, ଯଦ୍ୱାରା ସେମାନେ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି CHSE କୁ ଏହି ଘଟଣାର ଦୃଷ୍ଟି ଦେବାକୁ କହିଛି ଏବଂ ଯଦି ସମ୍ଭବ ତେବେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

CHSEର ପୂର୍ବ ବିଜ୍ଞପ୍ତି ଅନୁସାରେ ବାର୍ଷିକ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ କରାଯିବ ଏବଂ ପ୍ରତିଦିନ ସକାଳ ଗୋଟିଏ ସିଟିଂରେ ୯ ଟାରୁ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଭୋକେସନାଲ୍ ଷ୍ଟ୍ରିମର ୩.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ ।