• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

BBSR attack
କଳିମଞ୍ଜି ପୋତିଥିବା ରାଜାର ୩ ଦୋକାନକୁ ମାଟିରେ ମିଶାଇଲା ପୋଲିସ

ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍‌ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।

Subhadra and Dillip
ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।

Child abducted in raurkela
ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା: ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।

Bhubaneswar Case
ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି।

Hyder
କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।

Two Youths Chased
ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା।

Soumya bidyaBharati
ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।

OHRC filed case
ହାଇଦର ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।

woman allegedly raped
ପିଶାଚ ସାଜିଲା ସ୍ୱାମୀ: ମାଲିକ ସହ ମିଶି ଦୁଷ୍କର୍ମ ପରେ ସ୍ତ୍ରୀର ଚୁଟି କାଟିଦେଲେ

ପିଶାଚ ସାଜିଲା ସ୍ୱାମୀ। ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ସବୁବେଳେ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ସ୍ୱାମୀ, ଶେଷରେ ସଇତାନ ସାଜି ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

Gangster Hyder
କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି।

ସେକ୍ସପିୟର ତ୍ରିପାଠୀ
ରାଜ କୁନ୍ଦ୍ରାଙ୍କ ଲିଙ୍କ୍‌ରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ

ମାମଲାର ଖୋଳତାଡ଼ ଚାଲିଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ଅଭିନେତା ସ୍କେକ୍ସପିୟର ଚ୍ରିପାଠୀ। ୨ ବର୍ଷ ହେବ ସେକ୍ସପିୟର କୁନ୍ଦ୍ରାଙ୍କ ବ୍ୟାନରରେ ସକ୍ରିୟ ଭାବେ କାମ କରୁଥିଲେ। ତେବେ କୁନ୍ଦ୍ରା ଯେଉଁ ମାମଲାରେ ଗିରଫ ହୋଇଛନ୍ତି, ତା ସହ ତାଙ୍କ ଅଭିନୟ କି ଫିଲ୍ମର କୌଣସି ଲିଙ୍କ୍ ନଥିବା କହିଛନ୍ତି ସେକ୍ସପିୟର।

gangster Hyder
ହାଇଦର ଶରୀରରେ ଗୋଟିଏ ଗୁଳି ଆଗରୁ ଥିଲା: ଏଡିଏମ୍ଓ

ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା।

Bidyabharati panda
ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ପୋଲିସ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଇଥିଲା। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ନମ୍ବର-୧କୁ ପୋଲିସ୍ ସିଲ୍ କରିଥିଲା। ହଷ୍ଟେଲର ରୁମ୍ ନମ୍ବର-୧ରେ ତାଲା ପଡ଼ିଥିବାରୁ ରୁମ୍‌କୁ ସିଲ୍ କରାଯାଇଥିଲା ବୋଲି ପାରଳାଖେମୁଣ୍ଡି IIC ସୂଚନା ଦେଇଛନ୍ତି।

soumya's father
ମୁଖ୍ୟ ଆସାମୀ ବୋହୂ, ତାକୁ ଗିରଫ କରାଯାଉ: ସୌମ୍ୟଙ୍କ ବାପା

‘ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ?’

Bidya Bharati
ମୁଁ ତାଙ୍କୁ ଘୃଣା କରେ, ବହୁତ କଥା ଅଛି ପରେ କହିବି: ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି।

ACF Death
ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓ‌ଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍‌ପି କହିଛନ୍ତି। 

144 Imposed In Kendrapara
ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ

ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। 

Silpa and Kundra
ଅଶ୍ଲୀଳ ନୁହେଁ, ଉତ୍ତେଜକ କଣ୍ଟେଣ୍ଟ ଥିଲା: ଶିଳ୍ପା

ରାଜଙ୍କ ବିରୋଧରେ ଆସିଥିବା ପର୍ଣ୍ଣ ଫିଲ୍ମ ନିର୍ମାଣ, ପ୍ରସାରଣ ଅଭିଯୋଗ ରାକେଟ୍ ବିଷୟରେ ଶିଳ୍ପା ଅବଗତ ଥିଲେ କି ନାହିଁ, ସେ ସମ୍ପର୍କରେ ତାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ଏପଟେ ଶିଳ୍ପା ରାଜଙ୍କ ଭିଆନ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପଦରୁ କାହିଁକି ଇସ୍ତଫା ଦେଇଥିଲେ ତାର ବି ଯାଞ୍ଚ୍ କରୁଛି।

gangster Hyder
ରିକ୍ସା ଚାଳକରୁ ଟପ୍ ଗ୍ୟାଙ୍ଗଷ୍ଟର 'ହାଇଦର୍'

୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର।

Hyder Wife
ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ: ହାଇଦର୍‌ର ସ୍ତ୍ରୀ

ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର।

Gangster Hyder
ପୋଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।

Gangster Hyder
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।

deadbody
କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ମୃତକଙ୍କ ପରିଚୟ ସମ୍ପର୍କରେ ଜଣାଇଲେ ମିଳିବ ପୁରସ୍କାର

ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ  ପୋଷ୍ଟରରେ ମୃତକଙ୍କ ମୁହଁ ଓ ଜବତ ହୋଇଥିବା ଅନ୍ୟ ବସ୍ତୁର ଫଟୋ ରହିଛି।

Soumya Ranjan Mohapatra
ଘରେ ସ୍ୱାମୀ-ସ୍ତ୍ରୀ ଥିଲେ; ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ?: ସୌମ୍ୟଙ୍କ ଭାଇ

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ହେଉଛି।

Deadbody found
ଘର ଭିତରେ ଝୁଲୁଥିଲା ସ୍ତ୍ରୀର ମୃତଦେହ, ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜୁଗଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।