ପୈତୃକ ସମ୍ପତ୍ତି ବିବାଦରୁ ତିକ୍ତତା ନେଲା ଭୟଙ୍କର ଭ୍ରାତୃ ବିବାଦର ରୂପ । ଶେଷରେ ସାନ ଭାଇର ସଇତାନୀ କାଣ୍ଡରେ ନିଶ୍ଚିହ୍ନ ହୋଇଗଲା ବଡ଼ ଭାଇର ପରିବାର । ମାହାଙ୍ଗା କୁସୁପୁର ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଆଜି ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ?
Published: Otv Khabar Bureau
Last updated: 13 April 2022, 09:17 PM IST
ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।