• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଲ୍‌ୱେ ଟ୍ରାକ୍‌ ନିକଟରେ ପଡ଼ିଛି ଯୁବକ, ଯୁବତୀଙ୍କ ମୃତଦେହ। ସମ୍ବଲପୁର ଜିଲ୍ଲା ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ତଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଉଭୟଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉଭୟ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ହତ୍ୟା କରାଯାଇ ରେଲ୍‌ୱେ ଟ୍ରାକ୍‌ ନିକଟରେ ଫିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହଁ। 

ମୃତଦେହ ନିକଟରେ ଚପଲ ଓ ବିସ୍କୁଟ ପଡ଼ିଥିବା ସୂଚନା ମିଳିଛି।