• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଅଞ୍ଚଳର ଜଣେ ବିଧବା ମହିଳା ଓ ତାଙ୍କ ଜ୍ୱାଇଁ ମିଶି ପଡ଼ୋଶୀ ଯୁବକ ମାଣିଆ ପ୍ରଧାନଙ୍କ ଉପରେ ଗରମ ତେଲ ଢାଲି ଦେଇଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ମାମଲାରେ ଦୁଇ ଅଭିଯୁକ୍ତ ସନ୍ତୋଷ ଓ ଶ୍ରୀମତୀଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଘରେ ତାଙ୍କ ଜ୍ୱାଇଁଙ୍କୁ ଦେଖି ଉତ୍ୟକ୍ତ ହୋଇଥିଲେ ଯୁବକ ଜଣକ । ଏହାକୁ ନେଇ ଆପତ୍ତି ଉଠାଇବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାକୁ ନେଇ ପୋଲିସ୍ ଏବେ ଖୋଳତାଡ଼ କରୁଛି ।

ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରିବା ପରେ ପୁଲିସ ମାମଲା ରୁଜୁ କରି ଗତ ୧୦ ତାରିଖରେ ସନ୍ତୋଷ ଓ ଶ୍ରୀମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଣିଆର ମୃତ୍ୟୁ ପୂର୍ବରୁ ପୁଲିସ୍‌ ତା’ର ଜମାନବନ୍ଦୀ ନେଇଥିବା ଜଣାପଡ଼ିଛି।