Advertisment

ଶମିଷ୍ଠାଙ୍କ ବିରୋଧରେ ମିଳିଲା ବଡ଼ ପ୍ରମାଣ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
cameraman manas swain murder case

cameraman manas swain murder case

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି। ଟାଙ୍ଗୀ ବନ୍ଦାଳ ଟୋଲ୍‌ ଗେଟ୍‌ ଦେଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ପାସ୍‌ କରିଥିବାର ତଥ୍ୟ ମିଳିଛି। 

Advertisment

ଫେବୃଆରୀ ୯ ତାରିଖ ରାତିରେ କାର୍ ଟୋଲ୍ ଗେଟ୍ ଦେଇ ପାସ୍ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ସେହିଦିନ ରାତି ୧୨ଟା ୦୮ରେ କାର୍‌ ଯାଇ ପୁଣି ୧ଟା ୫୯ରେ ଟୋଲ୍‌ ଗେଟ୍ ପାସ୍ କରିଥିଲା। ଟୋଲ୍ ଗେଟ୍‌ ଦେଇ ଶର୍ମିଷ୍ଠାଙ୍କ କାର୍ ପାସ୍‌ କରିଥିବାର ଫଟୋ ଓ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାସଲ କରିଛି। 

ସୂଚନାଥାଉ କି, ମାନସର ଶବ ନୟାଗଡ଼ରେ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲରେ ମାନସ ବ୍ୟବହାର କରିଥିବା ଚପଲ, ଇୟର ଫୋନ୍ ଓ କୋଦାଳ, ଗଇଁତି, ଅଖା ଇତ୍ୟାଦି ଫିଙ୍ଗି ଦେଇଥିଲେ। ଚଣ୍ଡିଖୋଲରେ ଏସବୁ ଜିନିଷ ଫିଙ୍ଗିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।

Advertisment
Cameraman Manas Swain Murder Manas Swain Murder Case Cameraman Manas Swain Murder Case Sharmistha Rout
Advertisment
Advertisment