Loot In Bhubaneswar
ରାଜଧାନୀରେ ଲୁଟେରା ଆତଙ୍କ । ନୟାପଲ୍ଲୀ ଅଞ୍ଚଳରେ ୩ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । ଲୁଟ୍ ଉଦ୍ୟମ ବେଳେ ଜଣେ ମହିଳା ଆହତ ହୋଇଛନ୍ତି । ଆଜି ସକାଳେ ଏହି ଲୁଟ୍ ହୋଇଥିବା ଜଣାପଡିଛି ।
ଆହତ ହୋଇଥିବା ମହିଳା ଜଣକ ହେଉଛନ୍ତି ସ୍ୱପ୍ନା ନିଶକ । ଲୋକଙ୍କ ସାମନାରେ ମହିଳାଙ୍କୁ ଲୁଟ୍ କରିଥିଲେ ଲୁଟେରା । ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଯାହା ପରେ ଲୁଟେରା ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଘଟଣାରେ ନୟାପଲ୍ଲୀ ପୋଲିସ ତଦନ୍ତ କରୁଛି ।
#ରାଜଧାନୀରେ_ଲୁଟେରା_ଆତଙ୍କ
ନୟାପଲ୍ଲୀ ଅଂଚଳରେ ୩ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ #Loot#Bhubaneswarpic.twitter.com/BIyVOZUYbF— ଓଟିଭି (@otvkhabar) April 13, 2022
ଏନେଇ ଆହତ ମହିଳା ଜଣକ କହିଛନ୍ତି ଯେ,‘ମୁଁ ମୋ ଝିଅକୁ ସ୍କୁଲ ଛାଡି ଫେରିବା ସମୟରେ ୩ ଜଣ ଦୁର୍ବୃତ୍ତ ଗୋଟିଏ ପଲ୍ସର ୨୨୦ ଗାଡିରେ ଆସି ମୋ ବେକରୁ ଚେନ୍କୁ ଝାମ୍ପିନେଲେ । ସେମାନେ ୩ ଜଣ ଥିବାବଳେ ମୁଁ ଜଣେ ଥିଲି ତେଣୁ ଚେଷ୍ଟା କରିବା ସତ୍ତ୍ୱେ ମୁଁ ସେମାନଙ୍କୁ କବଳରୁ ନିଜକୁ ରକ୍ଷା କରିପାରିଲି ନାହିଁ, ଆଖପାଖରେ ଥିବା ଜଣେ ଲୋକ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ହେଲେ ସେ ବନ୍ଧୁକ ଦେଖାଇ ଲୁଟ୍ କରିବା ସହ ସେଠାରୁ ପଳାଇଲେ ।
ସେହିପରି ଗତ ୪ ତାରିଖ ଦିନ ମଧ୍ୟ ଲୁଟେରାମାନେ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଜମାଦେଈପେଣ୍ଠ ନିକଟରେ ଏକ ବ୍ୟସାୟୀ ରାୟଗଡ଼ାରୁ ଘରକୁ ଫେରିବା ବେଳେ ତାଙ୍କୁ କିଛି ଦୃର୍ବୁତ୍ତ ଘେରି ଯାଇଥିଲେ । ଯାହା ପରେ ଲୁଟେରା ମାନେ ବନ୍ଧୁକ ଦେଖାଇ ଧମକଚମକ ଦେବା ସହ ୯୦୦ ଗ୍ରାମରୁ ଅଧିକ ସୁନା ଓ କ୍ୟାସ୍ ୯ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)