ଧାଡି ଧାଡି ହୋଇ ରହିଛି ବୋଲେରୋ ଲାଗୁଛି କେଉଁ ଗାଡ଼ି ଷ୍ଟାଣ୍ଡ ଭଳି ପ୍ରକୃତରେ ଏ କେଉଁ ଗାଡ଼ି ଷ୍ଟାଣ୍ଡ କି ଗ୍ୟାରେଜ ନୁହେଁ। ଏ ହେଉଛି ବଲାଙ୍ଗିର ସଦର ଥାନା ପରିସରର ଦୃଶ୍ୟ। ଚୋରି ଗାଡି ସବୁ ଜବତ ହୋଇ ଏଠାରେ ରହିଛି ।
ନିରଞ୍ଜନ ସେଠୀଙ୍କୁ ଭଲ ଲାଗୁନି ଜେଲ୍ ଖାଦ୍ୟ। ଏପଟେ କୁଆଡେ ଗଲେ ଶର୍ମିଷ୍ଠା କିଛି ଖୋଜ୍ ଖବର ମିଳୁନି । ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ୍ ।
କେଉଁଠି ଲୁଚିଛନ୍ତି ୱେବ୍ ମାଲିକାଣୀ ? ଭାଇ ଧରାପଡ଼ିଗଲା ହେଲେ ଶର୍ମିଷ୍ଠାଙ୍କୁ ପାଉନି ପୋଲିସ
କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇ। ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଧରାହେଲେ ଏଇ ଚାରି ଫେରାର ଅଭିଯୁକ୍ତ
ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ ।
ଶର୍ମିଷ୍ଠାଙ୍କ ସହ ବାରମ୍ବାର କଥା ହେଉଥିଲେ ନିରଞ୍ଜନ । ଏପରିକି ସେ ଫେରାର ହେବା ଏବଂ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବା ପରେ ବି ଶର୍ମିଷ୍ଠାଙ୍କ ପରିବାର ଲୋକଙ୍କୁ ନିରଞ୍ଜନ ଫୋନ୍ କରିଥିବା ପ୍ରମାଣ ପାଇଛି ପୋଲିସ ।
ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ?
ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି । ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଛି ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି। ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଛି।
ଚିକିତ୍ସା ବିଭାଗର ସୀମାହିନ ତୃଟି ର ନଗ୍ନ ଉଦାହରଣ, ପ୍ରସବ ଜନିତ ଅସ୍ତ୍ରୋପଚାର ପରେ ଗର୍ଭରେ ଛାଡ଼ିଦେଲେ ଏକ ମିଟର ଗଜକନା।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ କରାଯାଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାଓ୍ବାର ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି ।
ଏତେ ବଡ଼ ଅଫିସର ପୋଲିସ ରାଡାର ଭିତରକୁ ଆସି ଗିରଫ ହୋଇପାରୁଛନ୍ତି ଏବଂ ଜେଲ ଯାଇପାରୁଛନ୍ତି ତେବେ ଶର୍ମିଷ୍ଠା କାହିଁକି ଏଯାଏଁ ଧରା ପଡ଼ିନାହାନ୍ତି ? ପୋଲିସ ତାଙ୍କୁ କାହିଁକି ଧରିପାରୁନି ?
କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗତକାଲି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରିଥିଲା ପୋଲିସ। ଚାନ୍ଦବାଲି ପୋଲିସ କୋର୍ଟ ଚାଲାଣ ପରେ ପରେ କଡା ସୁରକ୍ଷା ମଧ୍ୟରେ ଚାନ୍ଦବାଲିରୁ ଭଦ୍ରକ ଦୀର୍ଘ ୫୨ କିଲୋମିଟର ଆଣି ଭଦ୍ରକ ସ୍ୱତନ୍ତ୍ର ଉପକାରଗାରକୁ ପଠାଇଥିଲେ । ତେବେ ଜେଲ୍ ଯିବାପରେ ନରଞ୍ଜନଙ୍କ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍ଜାକୁ ନେଇଛି ପୋଲିସ । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି ।
ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଛନ୍ତି । ହେଲେ ପୋଲିସ୍ କିପରି ତାଙ୍କୁ ଧରି ପାରୁନି ? ଦୁଇ ଥର ଜେରା ପରେ ତାଙ୍କୁ କାହିଁକି ଛାଡ଼ି ଦେଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍ କାମରେ ଲାଗିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍ପି ଚରଣ ସିଂହ ମୀନା କହିଥିଲେ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ନେଇ କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ସୂଚନା ଦେଇଛନ୍ତି । ପ୍ରଥମେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ଏହା ପରେ ବାଣପୁର କୋର୍ଟ ନିଆଯିବ । ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ନେଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା ।
ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ ।
ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି।
କାନ୍ଦ ବୋବାଳିରେ ଫାଟିପଡ଼ୁଛି ଘର। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ରହସ୍ୟମୟ ଭାବେ ମାନସଙ୍କ ହତ୍ୟା କରାଯିବା ପରେ ପରିବାର ଲୋକଙ୍କ ୨ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ଏବଂ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କୁ ଦାୟୀ କରିଛନ୍ତି
ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ପୁରୀ ଏସ୍ପି । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇ କୋରାପୁଟରୁ ଗିରଫ ହେଲେ ବୋଲି ପୁରୀ ଏସ୍ପି କହିଛନ୍ତି ।
ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀ। ମାନସଙ୍କ ପତ୍ନୀ କହିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି। ବଡ଼ ନେତା ଓ ମନ୍ତ୍ରୀଙ୍କର ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ।
ସେମାନଙ୍କୁ ଫାଶି ହେଲେ ମାନସଙ୍କ ଆତ୍ମା ଶାନ୍ତି ପାଇବ।
ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ହୋଇଛି କୃଷ୍ଣଙ୍କୁ ମର୍ଡର । ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ ।
ଗତକାଲି ବର ବେଶରେ ଯୁବକ ଜଣକ ଗୋଟିଏ ଗାଡିରେ ଆସିଥିଲେ।