• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ରେଳ ଷ୍ଟେସନ୍‌ରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ନଗଦ ୨୮ ଲକ୍ଷ ୮୫ ହଜାର ୫ ଶହ ଟଙ୍କା ଜବତ କରିଛି RPF । ଏଭଳି ଘଟଣା ଘଟିଛି ପୁରୀ ରେଳଷ୍ଟେସନରେ । RPF ଥାନାରେ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିବା ବେଳେ, ତାଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍ ବୋଲି ଜଣାପଡ଼ିଛି । ଶୁକ୍ରବାର ସନ୍ଧ୍ୟାରେ ସେ ପୁରୀରୁ ବିଶାଖାପାଟଣା ଯିବା ବେଳେ RPF ତାଙ୍କ ଲଗେଜ୍ ସ୍କାନ କରିଥିଲା । ସେଥିରେ ବିପୁଳ ପରିମାଣର ଟଙ୍କା ଥିବା ଦେଖି ସନ୍ଦେହ ସୃଷ୍ଟି ହେବାରୁ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ସେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ଉଦୟ କହିଛନ୍ତି ଯେ, ସେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଛନ୍ତି ।

ଅନ୍ୟପଟେ ପୁରୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପୁଣି ଅଶାନ୍ତ ହୋଇଛି ପୁରୀ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି । ଗତକାଲି ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘରକୁ ୨ ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଏଥିରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସପ୍ତାହ ମଧ୍ୟରେ ଏହା ଶ୍ରୀକ୍ଷେତ୍ରରେ ଦ୍ୱିତୀୟ ବୋମାମାଡ ଘଟଣା ।