Advertisment

ପୋଲିସଠୁ ନ୍ୟାୟ ନପାଇ ଚରମ ନିଷ୍ପତ୍ତି, ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଲେ

ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ ।

author-image
Satyendu Shekher Mishra

ପୋଲିସଠୁ ନ୍ୟାୟ ନପାଇ ଚରମ ନିଷ୍ପତ୍ତି । ଥାନା ଆଗରେ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଲେ । ଆଉ ଏବେ ହସ୍ପିଟାଲ୍‌ରେ ଜୀବନ ମରଣର ସଂଘର୍ଷ । କଟକ କିଶନନଗର ଥାନା ସମ୍ମୁଖରେ ଟିଛି ଏଇ ହୃଦୟ ବିଦାରକ ଘଟଣା । ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ । ହେଲେ ସେବେଠୁ ବାରମ୍ବାର ଥାନାକୁ ଧାଇଁ ଧାଇଁ ନିରାଶ ହେବା ପରେ ନେଇଗଲେ ଏଭଳି ଚରମ ନିଷ୍ପତ୍ତି ।

Advertisment
Self Immolation
Advertisment
Advertisment