/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1627278607.jpg)
deadbody
ଥାନା ସାମ୍ନାରେ ଜଳିଥିବା ବ୍ୟକ୍ତିଙ୍କ ମୃତ୍ୟୁ । କଟକ କିଶନନଗର ଥାନା ସାମ୍ନାରେ ଆତ୍ମାହୂତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଗୁଣନିଧି ବିଷୋୟୀ । ଜମିବାଡ଼ି ବିବାଦରେ ନ୍ୟାୟ ନପାଇ ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଇଷାଣୀ ବରମପୁରର ଗୁଣନିଧି ବିଷୋୟୀ । ଗୁଣନିଧିଙ୍କ ଶରୀରର ୯୦ ପ୍ରତିତରୁ ଅଧିକ ପୋଡି ଯାଇଥିଲା । ଜମିବାଡି ବିବାଦ ନେଇ ସେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉନଥିବାରୁ ସେ ଏପରି କରିଥିବା ଅଭିଯୋଗ ହୋଇଥିଲା । ସେପଟେ ଏହି ମାମଲାରେ ନିଜ ଆଡୁ ମାମଲା ରୁଜୁକରି ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଘଟଣା ସଂପର୍କରେ ରିପୋର୍ଟ କରିବାକୁ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ପରବର୍ତ୍ତୀ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)