• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରାଦୀପରେ ପୁଣି ଏକ ଅମାନବୀୟ କାଣ୍ଡ । ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଟ୍ରକ ଡାଲାରେ ହାତଗୋଡ଼ ବାନ୍ଧି ନେଉଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ସଂପୃକ୍ତ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି । ଘଟଣା ଘଟିଛି ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥରେ । ଖବର ପାଇ ମାର୍ଶାଘାଇ ପୋଲିସ ଟ୍ରକକୁ ପିଛା କରିଥିଲା । ପରେ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଲକ୍ ଥାନା ପୋଲିସକୁ ହସ୍ତାନ୍ତର କରିଛି ।

ସୂଚନା ଅନୁସାରେ ଗତକାଲି ପାରାଦୀପ ଉଦୟବଟ ଅଞ୍ଚଳର ଜଣେ ଯୁବକକୁ ବାନ୍ଧି ଏକ ୧୨ ଚକିଆ ଟ୍ରକ ଡାଲାରେ ପକାଇ ପାରାଦୀପରୁ ଚଣ୍ଡିଖୋଲ ଆଡକୁ ନେଇ ଯାଉଥିଲେ । ମାର୍ଶାଘାଇ ହଜାରି ଛକ ନିକଟରେ ଗାଡି ଅଟକାଇ ଡ୍ରାଇଭର ଚାହା ପିଇବାକୁ ଯାଇଥିବା ବେଳେ, ବନ୍ଧା ଯାଇଥିବା ଯୁବକ ଜୋରରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୂର୍ବରୁ ମାସକ ତଳେ ଚଳନ୍ତା ଟ୍ରକ ଇଞ୍ଜିନ ଆଗରେ ଜଣେ ଯୁବକକୁ ବାନ୍ଧି ମୋବାଇଲ ଚୋରି ପାଇଁ ଦଣ୍ଡିତ କରାଯାଇଥିଲା । ରାଜ୍ୟ ମାନବାଧିକାର କମିଶନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜିର ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଭିଯୁକ୍ତ ଡ୍ରାଇଭର ଓ ହେଲପର ରବିବାର ପାରାଦୀପ ଅଞ୍ଚଳର ମିଥୁନଙ୍କୁ ପ୍ରବଳ ମାଡ଼ ମାରିବା ପରେ ତାଙ୍କ ହାତଗୋଡ଼ ବାନ୍ଧି ଏକ ୧୨ ଚକିଆ ଟ୍ରକ ଡାଲାରେ ପକାଇ ପାରାଦୀପରୁ ଚଣ୍ଡିଖୋଲ ଆଡକୁ ନେଇ ଯାଉଥିଲେ । ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ପୋଲିସ ଗିରଫ କରିବା ପରେ ପଚରାଉଚରା କରିଛି । ଡ୍ରାଇଭର ପୋଲିସକୁ କହିଛି ଯେ ମିଥୁନ ତାଙ୍କ ଟ୍ରକ୍‌ କ୍ୟାବିନ ଭିତରୁ ୧୧ ହଜାର ଟଙ୍କା ଚୋରି କରିବା ପରେ ପାଖ ଟ୍ରକ୍‌ରୁ ମୋବାଇଲ ଚୋରି କରିଥିଲା । ତେଣୁ ସେ ତାକୁ ବାନ୍ଧି ନେଇ ଯାଉଥିଲେ । 

ସୂଚନାଯୋଗ୍ୟ, ମାସକ ତଳେ ପାରାଦୀପରେ ମୋବାଇଲ୍ ଚୋରି ଅଭିଯୋଗରେ ଚଳନ୍ତା ଟ୍ରକ ଇଞ୍ଜିନ ଆଗରେ ଜଣେ ଯୁବକକୁ ବାନ୍ଧି ଦିଆଯାଇଥିଲା । ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।