Advertisment

ଦ୍ରୌପଦୀଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲଙ୍କ ବିବାଦୀୟ ଟ୍ୱିଟ୍ ପରେ ଦେଲେ ସଫେଇ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଗୋପାଲ ବର୍ମା କରିଛନ୍ତି ବିବାଦୀୟ ଟ୍ୱିଟ୍ । ଆଉ ଏହା ପରେ ଦେଇଛନ୍ତି ସଫେଇ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ramgopal Verma

Ramgopal Verma

ପୁଣି ବିବାଦରେ ରାମ୍‌ଗୋପାଲ ବର୍ମା । ବିଭିନ୍ନ ପ୍ରସଙ୍ଗରେ ଓ ବିଭିନ୍ନ ସମୟରେ ନିଜ ଟ୍ୱିଟ୍‌ ପାଇଁ ବିବାଦକୁ ଟଣାଯାଉଥିବା ବଲିଉଡ୍‌ର ନାମି ଦାମି ନିର୍ଦ୍ଦେଶକ ରାମଗୋପାଲ ବର୍ମା ପୁଣି ଥରେ ବିବାଦରେ ଫସିଛନ୍ତି । ସେ ପୁଣି ଥରେ ନିଜ ଟ୍ୱିଟ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଗୋପାଲ ବର୍ମା କରିଛନ୍ତି ବିବାଦୀୟ ଟ୍ୱିଟ୍ । ଆଉ ଏହା ପରେ ଦେଇଛନ୍ତି ସଫେଇ ।

Advertisment
Ram gopal Verma TweetRam gopal Verma Tweet

ରାମଗୋପାଲଙ୍କ ଟ୍ୱିଟ୍‌କୁ ନେଇ ଯେତେବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହେଲା ସେତେବେଳେ ସେ ନିଜର ସଫେଇ ଦେଲେ । ପ୍ରଥମେ ସେ ଟ୍ୱିଟ୍ କରିଥିଲେ ଯେ, ‘ଯଦି ଦୌପଦୀ ପ୍ରେସିଡେଣ୍ଟ ହେବେ, ତେବେ ପାଣ୍ଡବ କିଏ ଆଉ କୌରବ କିଏ ?’ ତେବେ ଏହି ଟ୍ୱିଟ୍‌ ପରେ ସେ ନିଜ ସଫେଇରେ ଲେଖିଛନ୍ତି ଯେ, ‘ମୁଁ ସେମିତି କିଛି ଉଦେଶ୍ୟ ରଖି ଏହି ପୋଷ୍ଟ କରିନଥିଲି । ମହାଭାରତ କାହାଣୀରେ ଦ୍ରୌପଦୀଙ୍କ ଚରିତ୍ର ମୋତେ ଭଲ ଲାଗେ । ତେଣୁ ମୁଁ ଏମିତି ହିଁ ଲେଖିଥିଲି ।’

ସୂଚନାଯୋଗ୍ୟ, ରାମଗୋପାଲଙ୍କ ପ୍ରଥମ ଟ୍ୱିଟ୍ ପରେ ତେଲାଙ୍ଗାନା ବିଜେପିର ବରିଷ୍ଠ ନେତା ଜି ନାରାୟଣ ରେଡ୍ଡୀ ଅବିଡ୍‌ସ ପୋଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ବର୍ମା ଟ୍ୱିଟ ଯୋଗେ ଶ୍ରୀମତୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ପୋଲିସ୍‌ ଷ୍ଟେସନର ଇନ୍‌ସପେକ୍ଟର ବି ପ୍ରସାଦ ରାଓ କହିଛନ୍ତି, “ଆମେ ଅଭିଯୋଗ ପାଇଛୁ ଓ ଏହାର ଆଇନଗତ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ । ଆମେ ଆଇନଗତ ମତାମତ ପାଇବା ପରେ ହିଁ ରାମଗୋପାଲ ବର୍ମାଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଆଇନ ବଳରେ ମାମଲା ରୁଜୁ କରିବୁ । ବର୍ତ୍ତମାନ ଅଭିଯୋଗର ଯାଞ୍ଚ କରାଯାଉଛି ।”

Advertisment

ତେବେ ରାମଗୋପାଲଙ୍କ ଏଭଳି ଟ୍ୱିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଶ୍ରୀ ରେଡ୍ଡୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ରାମଗୋପାଲ ବର୍ମା ଏପରି ଅଶୋଭନୀୟ ବୟାନ ଦେଇ ଜଣେ ବରିଷ୍ଠ ଆଦିବାସୀ ମହିଳା ରାଜନେତାଙ୍କୁ ଅପମାନିତ କରିଛନ୍ତି । ତେଣୁ ପୋଲିସ ତୁରନ୍ତ ତାଙ୍କ ବିରୋଧରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ କରି କଠୋର ଦଣ୍ଡ ଦେଉ ।

Bollywood Ramgopal Verma
Advertisment
Advertisment