• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭାଉଜ ପ୍ରେମ ଯେତିକି ମିଠା ସେତିକି ଖଟା । ଏମିତି କିଛି କହିଛନ୍ତି ଟୁଙ୍ଗୁରୁ ଭୋଳ । ବହୁ ଚର୍ଚ୍ଚିତ ପ୍ରେମ କାହାଣୀ ତଥା ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଯାଇଥିବା ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀରେ ଆସିଛି ଏମିତି ନୂଆ ମୋଡ଼ । ଟୁଙ୍ଗୁରୁ କହିଛନ୍ତି ‘ମୋତେ ଫଶେଇ ଦେଲେ । ଘରକୁ ଡାକି ଫଟୋ ଉଠାଇ ମୋତେ ବ୍ଲାକ୍‌ ମେଲ୍‌ କଲେ । ମୁଁ ହାରିଗଲି ସେ ଜିତିଗଲେ । ତାଙ୍କ ପାଖରେ ପ୍ରମାଣ ରହିଗଲା । ସେ ଫଟୋ ଉଠାଇ ରଖିଦେଲେ ।’

‘ସେ ମୋ ପାଇଁ ତାଙ୍କ ସ୍ୱାମୀଙ୍କୁ ଛାଡ଼ିଛନ୍ତି କି ନାହିଁ ତାହା ମୁଁ ଜାଣିନି । ତାଙ୍କର ପିଲାମାନଙ୍କୁ କେଉଁଠି ଛାଡ଼ିଛନ୍ତି କି ରଖିଛନ୍ତି, ସ୍ୱାମୀ ଅଛନ୍ତି କି ନାହିଁ ତାହା ମୁଁ ଜାଣିନି ।’ ଏଭଳି କିଛି କହିଛନ୍ତି ନିଜେ ଟୁଙ୍ଗୁରୁ ଭୋଳ । 

ଖାଲି ସେତିକି ନୁହେଁ ଟୁଙ୍ଗୁରୁ ନିଜେ ସମସ୍ତଙ୍କୁ ସଚେତନ କରିଛନ୍ତି, ତାଙ୍କ ଭଳି ଭୁଲ ଆଉ କେହି କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏମିତିକି ଅଟୋ ଡ୍ରାଭର ମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, କୌଣସି ଝିଅଙ୍କୁ ଫୋନ୍‌ ନମ୍ବର ଦିଅନ୍ତୁ ନାହିଁ । ଆଉ ଯଦି ନମ୍ବର ଦେଉଛନ୍ତି ତେବେ ବିଶ୍ୱସର ସହ ଦିଅନ୍ତୁ ।

 

ସୂଚନାଯୋଗ୍ୟ, ବର୍ଷାଙ୍କ ସହ ସମ୍ପର୍କ ରଖିବା ପରେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ କୁଆଡେ ଚାଲିଯାଇଥିଲେ । ଫଳରେ ବର୍ଷା ଆଉ କିଛି ଉପାୟ ନପାଇ ଥାନାକୁ ଯାଇଥିଲେ । ବରଣମାଳା ଓ ଶଙ୍ଖା ସିନ୍ଦୁର ଧରି ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ । ଆଉ ଥାନାରେ ବିବାହ କରିବାକୁ ଜିଦି କରିଥିଲେ । ଥାନାରେ ବୁଝାସୁଝା କରି ଉଭୟଙ୍କୁ ଛଡ଼ାଯାଇଥିଲା । ଦୁହେଁ ଏବେ ଭୁବନେଶ୍ୱର ଫୁଲେଶ୍ୱରୀ ବସ୍ତିରେ ଏକାଠି ରହିଥିବା ସୂଚନା ମିଳିଛି ।