/odishatv-khabar/media/post_attachments/uploadimage/library/16_9/16_9_0/Wine_shop_1655784725.jpg)
Wine shop
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ମଦ ଲୁଟିନେଲେ ଦୁର୍ବୃତ୍ତ । ପ୍ରାୟ ୫ ଲକ୍ଷ ୪୮ ହଜାର ଟଙ୍କା ସହ ଦାମୀ ମଦ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସିସିଟିଭିରେ ଦୋକାନକୁ ପ୍ରବେଶ କରୁଥିବା ସମୟର ଚିତ୍ର କଏଦ ହୋଇଛି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।
Advertisment
ଗତକାଲି ଟଙ୍କା ଡିପୋଜିଟ କରିବାକୁ ଦୋକାନୀ ଟଙ୍କା ରଖିଥିଲେ । ଚୋର ଜଣକ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାବେଳେ ଦୋକାନରେ ଲାଗିଥିବା ହାର୍ଡ ଡିସ୍କ ନେଇଯାଇଥିବା ଜଣାପଡିଛି । ଚୋର ଜଣକ ବୋତଲ ପିଛା ୨୧ ହଜାର ଟଙ୍କା ପଡୁଥିବା ଦାମି ମଦ ଚୋରି କରି ନେଇଛି । ଏଭଳି ସେ ୮ଟି ବୋତଲ ମଦ ନେଇଯାଇଥିବା ଜଣାପଡିଛି । ସେହିପରି ଅନ୍ୟ ବିଭିନ୍ନ କମ୍ପାନୀର ମଦ ଯାହାର ଦାମ ୨୦ ହଜାର ସେଥିରୁ ୧୦ଟି ବୋତଲ ଏବଂ ଅନ୍ୟ ଏକ କମ୍ପାନୀର ମଦ ଯାହାର ଦାମ ୧୦ ହଜାର ସେଥିରୁ ୬ଟି ବୋତଲ ନେଇଯାଇଛି । ଏନେଇ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)