/odishatv-khabar/media/post_attachments/uploadimage/library/16_9/16_9_0/People_1655995071.jpg)
People
ବ୍ୟବସ୍ଥାରେ ଚରମ ଅବହେଳା ପାଇଁ ଚାଲିଗଲା ୪ ନିରୀହ ଶିଶୁଙ୍କ ଜୀବନ । ରାସ୍ତା କାମ ପାଇଁ ରାସ୍ତା କଡ଼ରୁ ମାଟି ଉଠାଯିବା ପରେ ସେହି ପାଣିଭର୍ତ୍ତି ଖାଲରେ ପଡ଼ି ୪ ନାବାଳକଙ୍କ ମୃତ୍ୟୁ । କୋରାପୁଟ ମାଝୀଗୁଡ଼ା ଗାଁରେ ଘଟିଛି ଏଭଳି ଅଭାଭାନୀୟ ଘଟଣା । ମୃତକଙ୍କ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ସମସ୍ତଙ୍କ ବୟସ ୫ ରୁ ୭ ବର୍ଷ ମଧ୍ୟରେ ହେବ ।
କୋରାପୁଟ ସଦର ଥାନା ପାଇକ ଫୁଲବେଡା ନିକଟରେ ଓଡପୁର-ମାଝିଗୁଡା ଗାଁ ଦେଇ ଭାରତମାଳା ପ୍ରକଳ୍ପ ରାସ୍ତା ର୍ନିମାଣ କରାଯାଉଛି । ତେବେ ଏହି ରାସ୍ତା କାମ ପାଇଁ ଠିକାଦାର ଜଣକ ରାସ୍ତାକଡ଼ରୁ ମାଟି ଖୋଳି ଦେଇଥିବାରୁ ସେଠାରେ ବର୍ଷା ପାଣି ଜମି ରହିଥିଲା । ପିଲାମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ପାଣି ଭର୍ତ୍ତି ଖାଲରେ ଖସି ଯାଇଥିବା ଅନୁମାନ କରାଯାଉଛି ।
ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚିଥିଲା । ତେବେ ସେତେବେଳକୁ ୪ ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ ମାଝିଗୁଡ଼ାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)