ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ମାଡି ଚାଲିଛି ଓମିକ୍ରନ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ବିଶ୍ୱବାସୀ। ଦେଶରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଣି ଫେରିବ ହେବ କି ଲକଡାଉନ୍ ଓ ସଟଡାଉନ୍?
ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି ।
ବ୍ରିଟେନ୍ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି ନୂଆ ରୂପ ।
ଏ ମହାମାରୀ କିଛି ମାନୁନି : ଗୋଟିଏ ପରେ ଗୋଟିଏ ରାଜ୍ୟକୁ କରୁଛି କାୟା ବିସ୍ତାର କରୁଛି ।
ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ଓମିକ୍ରନ୍ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ବ୍ୟବସ୍ଥା ନାହିଁ।
ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍ ସଂକ୍ରମିତ।
ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍।
ପଡ଼ୋଶୀଙ୍କୁ ଓମିକ୍ରନ୍ ଛୁଇଁବା ପରେ ଚିନ୍ତାରେ ଓଡ଼ିଶା। ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ଜଣେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତେଲେଙ୍ଗାନାରେ ଦୁଇ ଜଣ ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
୧୯୩୦ ମସିହା ପରେ କରୋନା ମହାମାରୀ ପାଇଁ ପୁଣି ଥରେ ଘୋର ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛି ବିଶ୍ୱ।ବର୍ଷେରୁ ଅଧିକ ସମୟ ଧରି ଲକଡାଉନ ଓ ସଟଡାଉନ ଯୋଗୁଁ ଉତ୍ପାଦନ କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି।
ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ RTPCR ପ୍ରି ବୁକିଂ କରିବେ।
ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ଓମିକ୍ରନ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଉଛି, ଆସନ୍ତୁ ଜାଣିବା....
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି।
କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ଚିନ୍ତାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୦କୋଟିରୁ ଅଧିକ ଲୋକ କରୋନା ପାଇଁ ଦରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ।
ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ ୪ ଅଭିଯୁକ୍ତ । ଆଉ ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ ।
ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ । ସୁରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏଯାବତ୍ ୬ଟି ରାଜ୍ୟରୁ ୩୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛି । ଏସବୁ ଭିତରେ ମହାରାଷ୍ଟ୍ରରେ ଦୁଇ ଜଣ ଓ ଗୁଜୁରାଟରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବା ପରେ ଆଶ୍ୱସ୍ତି । ସୋମବାର ଦିନ ତାଙ୍କୁ ଲୋକନାୟକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ବଢ଼ିଲା ଛନକା, ଆଗୁଆ ସଜାଗ ଓଡ଼ିଶାI ପଡୋଶୀ ଆନ୍ଧ୍ରକୁ ବି ଛୁଇଁଗଲା ଓମିକ୍ରନ୍ I ସୀମାନ୍ତ ଜିଲ୍ଲାମାନକୁ ସତର୍କ କଲେ ରାଜ୍ୟ ସରକାର। ରାଜ୍ୟରେ ୪୧ଲକ୍ଷ ଲୋକ ଆଦୌ ନେଇନାହାନ୍ତି କରୋନା ଟିକା
ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।
ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।
ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି।