Advertisment

‘ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍‌ ଆକ୍ରାନ୍ତ’

ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍‌ ସଂକ୍ରମିତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡା ନଜର ରଖାଯାଉଛି।  

Advertisment

ଓମିକ୍ରନ୍‌ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍‌ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍‌ ଆଇସୋଲେସନ ବ୍ୟବସ୍ଥା ନାହିଁ। 

ଓମିକ୍ରନ୍ ଭାରିଏଣ୍ଟ୍‌ ଡେଲଟା ଭାରିଏଣ୍ଟ୍‌ ଠାରୁ ୫ଗୁଣା ଅଧିକ ସଂକ୍ରାମକ। ଆକ୍ରାନ୍ତମାନଙ୍କ ମଧ୍ୟରୁ କେତେ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହେବ ସେ ସମ୍ପର୍କରେ ଜଣାପଡିନାହିଁ। ଆକ୍ରାନ୍ତଙ୍କ ଠାରେ କୋଭିଡ୍ ଭଳି ଲକ୍ଷଣ ପ୍ରକାଶ ପାଉଛି।

Advertisment

ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍‌ ଗୁଡିକୁ ଷ୍ଟାଣ୍ଡବାଇ ମୋଡ୍‌ରେ ରଖାଯାଇଛି। ଆବଶ୍ୟକ ସ୍ଥଳେ ୨-୩ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ସ୍ଥାନୀୟ ଲୋକ ପ୍ରତିନିଧି, ଗାଁ ମୁଖିଆ ସୂଚନା ଦେଲେ ମଧ୍ୟ ସର୍ଭିଲାନ୍ସକୁ ଅଣାଯାଇ ଟେଷ୍ଟ କରାଯିବ। 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୭୫  ରହିଛି। ୧୮ ବର୍ଷରୁ କମ୍ ବର୍ଗର ୨୬ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

COVID-19 Omicron Omicron Variant
Advertisment
Advertisment