• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୟ ବଢ଼ାଇଲା ନୂଆ ଭାରିଏଣ୍ଟ୍ । ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । ବ୍ରିଟେନ୍‌ରେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ ଯୋଗୁଁ ମୃତ୍ୟୁର ପ୍ରଥମ ମାମାଲା ସାମ୍ନାକୁ ଆସିଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପଶ୍ଚିମ ଲଣ୍ଡନର ପେଡିଙ୍ଗଟନ୍ ନିକଟରେ ଥିବା ଏକ ଟିକାକରଣ କ୍ଲିନିକ୍ ପରିଦର୍ଶନରେ ଯାଇଥିବା ବୋରିସ୍ ଜନସନ କହିଛନ୍ତି COVID-19ର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଜଣେ ରୋଗୀର ମୃତ୍ୟୁ ଘଟିଛି । ଓମିକ୍ରନ୍ କାରଣରୁ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି , ଯାହା ଅତି ଦୁଃଖର ବିଷୟ । ଆଉ ଏବେ ଓମିକ୍ରନରେ ପୀଡିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ।

ନୂଆ ଭାରିଆଣ୍ଟକୁ ହାଲୁକାରେ ନେବା ଉଚିତ୍ ନୁହେଁ । ସମୟ ଥାଉ ଥାଉ ସଚେତନ ନହେଲେ, ସ୍ଥିତି ଆଗାମୀ ସମୟରେ ବିପଜ୍ଜନକ ହୋଇପାରେ । ଶୀଘ୍ର ବିସ୍ତାର ହେଉଥିବା ଏହି ଭାରିଆଣ୍ଟର ଗତିକୁ ଚିହ୍ନିବା ଆବଶ୍ୟକ । ଏହା ଲୋକଙ୍କ ମଧ୍ୟରେ ବହୁତ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥିରୁ ରକ୍ଷା ପାଇବାକୁ ହେଲେ ସମସ୍ତେଙ୍କୁ ବୁଷ୍ଟର୍ ଡୋଜ ନେବା ଉଚିତ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ନୂଆ ଭାରିଆଣ୍ଟ୍ ସମ୍ପର୍କରେ ଅଧ୍ୟୟନରେ ଭୟଙ୍କର ଖୁଲାସା ହୋଇଛି । ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଏଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି । 

ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଏଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ଅଧ୍ୟୟନରେ ଅନୁସାରେ ବ୍ରିଟେନରେ ଓମିକ୍ରନ୍ B.1.1.1.529 ଭାରିଏଣ୍ଟ୍ ପାଇଁ SARS-CoV2 ଶୀଘ୍ର ବ୍ୟାପିପାରେ । ବେଳହୁଁ କଠୋର ପଦକ୍ଷେପ ଗ୍ରହଣ କରା ନଗଲେ, ଆଲଫା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।