Advertisment

ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ

ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ RTPCR ପ୍ରି ବୁକିଂ କରିବେ।

author-image
Chandan Shishu
Omicron Threat

Omicron Threat

ନୂଆଦିଲ୍ଲୀ: ବଢୁଥିବା ଓମିକ୍ରନ ସଂକ୍ରମଣ ଦୃଷ୍ଟିରେ ଆଟ୍ ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ଆଗୁଆ ଆରଟିପିସିଆର ଟେଷ୍ଟ ବୁକିଂ ନିୟମ। ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଅଫିସ ମେମୋରେଣ୍ଡମ୍ ଜରିଆରେ ସୂଚନା ଦିଆଯାଇଛି।

Advertisment

ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦ ଭଳି ଦେଶର ୬ଟି ପ୍ରମୁଖ ବିମାନବନ୍ଦରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ  RTPCR ପ୍ରି ବୁକିଂ କରିବେ। ଏଥିପାଇଁ ଏୟାର ସୁବିଧା ପୋର୍ଟାଲରେ ବ୍ୟବସ୍ଥା କରାଯିବ।

ଯାତ୍ରୀମାନେ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ପୂରଣ ବେଳେ ସଂପୃକ୍ତ ବିମାନବନ୍ଦରର ଲିଙ୍କ୍ ଏୟାର ସୁବିଧା ପୋର୍ଟାଲରେ ଉପଲବ୍ଧ ହେବ। କୌଣସି ଯାତ୍ରୀ ଯଦି RTPCR ପ୍ରି ବୁକିଂ କରିନଥିବେ, ତେବେ ସେମାନଙ୍କୁ ବିମାନରେ ବସିବାକୁ ଅନୁମତି ମିଳିବ ନାହିଁ। ସବୁ ଏୟାରଲାଇନ୍ସ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

Advertisment
COVID19 New Delhi Omicron Variant Alert
Advertisment
Advertisment