• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । ବର୍ତ୍ତମାନ ଯାଏଁ ଦେଶରେ ଓମିକ୍ରନ ଜନିତ ୪୯ଟି ମାମଲା ଚିହ୍ନଟ ହୋଇଛି । ତେବେ କରୋନାର ଏହି ନୂଆ ଭାରିଆଣ୍ଟ ଏବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ତେବେ ବିଦେଶରୁ ଫେରିଥିବା ଲୋକଙ୍କର ସରକାର ପକ୍ଷରୁ ଜିନମ୍ ସିକ୍ୱେସିଂ ପାଇଁ ପଠାଯାଉଛି ।

ତେଣୁ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି । ଓମିକ୍ରନକୁ ନ ଡରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେଣେ ସବୁ ବିଦେଶ ଫେରନ୍ତାଙ୍କୁ ଠାବ କରିବା ଲାଗି ଜିଲ୍ଲାଓ୍ୱାରି ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପରାମର୍ଶ ଦେଇଛି ଯେ ସାର୍କ-କୋଭ-୨ର ନୂତନ ଭାରିଆଣ୍ଟ ସହଜରେ ସେମାନଙ୍କୁ ସଂକ୍ରମିତ କରିପାରେ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି । ତେବେ ଟିକା ନେଇଥିଲେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହୋଇପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି । ଆସାମ ଦିବ୍ରୁଗଡ଼ର ଆଇସିଏମ୍ଆର ଲ୍ୟାବ୍‌ରେ କିଟ୍ର ଡିଜାଇନ୍ କରାଯାଇଛି । ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ସଂକ୍ରମଣ ଜାଣିବାକୁ ୩ରୁ ୪ଦିନ ଲାଗୁଛି ।

ତେବେ ଆସନ୍ତୁ ଜାଣିବା ଓମିକ୍ରନ ସଂକ୍ରମିତ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଏ।

  • ଶୁଖିଲା କାଶ ହେବା – ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ଶୁଖିଲା କାଶର ଲକ୍ଷଣ ଦେଖାଯାଇଥାଏ । କରୋନା ସଂକ୍ରମଣରେ ମଧ୍ୟ ସମାନ ଏହି ଲକ୍ଷଣ ଦେଖାଯାଉଥିଲା । ତେବେ ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ତେବେ ତୁରନ୍ତ କୋଭିଡ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
  • ଗଳା କୁଣ୍ତାଇ ହେବା- ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ଗଳା ଯନ୍ତ୍ରଣା ହେବା ପରିବର୍ତ୍ତେ ଗଳା କୁଣ୍ତାଇ ହେବାର ଲକ୍ଷଣ ଦେଖାଯାଉଛି । ଏହା ମଧ୍ୟ ଓମିକ୍ରନର ଏକ ଲକ୍ଷଣ
  • ହାଲିଆ ଲାଗିବା- କରୋନାର ପୂର୍ବ ଭାରିଆଣ୍ଟ ପରି ଓମିକ୍ରନରେ ମଧ୍ୟ ଶରୀର ହାଲିଆ ଲାଗିବାର ଲକ୍ଷଣ ଦେଖାଯାଉଛି । ଓମିକ୍ରନରେ ଆକ୍ରାନ୍ତ ହେବା ମାତ୍ରେ ବ୍ୟକ୍ତି କ୍ଲାନ୍ତ ଅନିଭବ କରିପାରନ୍ତି । ଯଦି ଏପରି କିଛି ଲକ୍ଷଣ ରହୁଛି ତ ପରୀକ୍ଷା କରିଦେବା ଉଚିତ୍ ।
  • ଦେହରେ ସାମାନ୍ୟ ତାପମାତ୍ରା ଅନୁଭବ ହେବା – ପୂର୍ବରୁ କରୋନାରେ ମଧ୍ୟ ଶରୀରର ତାପାମାତ୍ରା ଉଚ୍ଚ ରହୁଥିଲା । ଠିକ ସେହିପରି ଓମିକ୍ରନରେ ମଧ୍ୟ ତାପାମାତ୍ରା ହାଲୁକା ଅଧିକ ରହୁଥିବାର ଦେଖିବାକୁ ମିଳୁଛି ।
  • ଆଘ୍ରାଣ ଶକ୍ତିରେ କିଛି ସମସ୍ୟା ନଥାଏ- କରୋନାରେ ଉଭୟ ସ୍ୱାଦ ଓ ଗନ୍ଧ ଜଣାପଡୁ ନଥିଲା । କିନ୍ତୁ ଓମିକ୍ରନରେ ଏଅପ୍ରି କିଛି ଲକ୍ଷଣ ଦେଖାଯାଉନାହିଁ ।

ତେବେ ଉପରୋକ୍ତ ସମସ୍ତ ଲକ୍ଷଣ ଯଦି ଆପଣଙ୍କ ଶରୀରରେ ଅନୁଭୂତ ହେଉଛି ତେବେ ତୁରନ୍ତ ଯାଇ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାନ୍ତୁ । ଦେହରେ ସାମାନ୍ୟ ଥଣ୍ତା ରହିଲେ ବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।