• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ମହାରାଷ୍ଟ୍ରରେ ଦୁଇ ଜଣ ଓ ଗୁଜୁରାଟରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ଉଭୟ ରୋଗୀ ନିକଟରେ ଦୁବାଇ ଯାତ୍ରା କରିଥିଲେ ଏବଂ ଗୁଜୁରାଟର ରୋଗୀ ଜଣକ ଦକ୍ଷିଣ ଆଫ୍ରିକା ଯାଇଥିଲେ । ଏଥିମଧ୍ୟରେ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ଗୁଜୁରାଟରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ସୁଦ୍ଧାସାରା ଦେଶରେ ୪୧ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ପୁଣେର ଜଣେ ମହିଳା ଏବଂ ଲାତୁରର ଜଣେ ୩୩ ବର୍ଷ ବୟସ୍କ ଯୁବକ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ଉଭେୟ ଦୁବାଇ ଯାତ୍ରା କରିଥିଲେ । ତେବେ ସେମାନଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ ଏବଂ ଉଭୟେ ଦୁଇ ଡୋଜ୍ ଟିକା ନେଇ ସାରିଛନ୍ତି । ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ତିନି ଜଣଙ୍କ ରିପୋର୍ଟ ନେଗେଟିଭ୍ ହୋଇଛି ।

ଗୁଜୁରାଟର ଚତୁର୍ଥ ଓମିକ୍ରନ୍ ସଂକ୍ରମିତ ହେଉଛି ସୁରଟର ଜଣେ ୪୨ ବର୍ଷ ବୟସ୍କ ବ୍ୟକ୍ତି । ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ କେନିୟା ଓ ଅବୁଧାବି ଦେଇ ଦିଲ୍ଲୀରେ ପହଞ୍ଚିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ହୋଇଥିବା ଯାଞ୍ଚ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡିସେମ୍ବର ୪ରେ ପୁଣି ତାଙ୍କର ଟେଷ୍ଟ କରାଯାଇଥିଲେ । ଆଉ ସେତେବେଳେ ସେ ଓମିକ୍ରନ୍ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ ସଂକ୍ରମିତ ଜଣଙ୍କ ହୋମ ଆଇସୋଲେସନରେ ଅଛନ୍ତି ଓ ଚିକିତ୍ସିତ ହେଉଛନ୍ତି । ଏଥି ସହିତ କରୋନାର ଏହି ନୂତନ ଭାରିଆଣ୍ଟ୍ ପାଇଁ ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଗତକାଲି ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି । ବ୍ରିଟେନ୍‌ରେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ ଯୋଗୁଁ ମୃତ୍ୟୁର ପ୍ରଥମ ମାମାଲା ସାମ୍ନାକୁ ଆସିଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।