Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କବାଣୀ- ଜାନୁଆରୀରେ ତୃତୀୟ ଲହର ସୁନିଶ୍ଚିତ

ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।

author-image
Chandan Shishu
ଅଦ୍ୟତନ ହୋଇଛି
3rd wave possibility

3rd wave possibility

ଭୁବନେଶ୍ୱର: ଆଜି ସୁଦ୍ଧା ଦେଶରେ ସେଞ୍ଚୁରୀ ପାର କରି ୧୦୧ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ କେବଳ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ୧୦ ଓମିକ୍ରନ ଆକ୍ରାନ୍ତ। ଦେଶର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ନୂଆ ରୂପ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ୩୨, ଦିଲ୍ଲୀରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୭, କେରଳ ଓ ଗୁଜୁରାଟରେ ୫, ପଶ୍ଚିମବଙ୍ଗ, ଆନ୍ଧ୍ର ଏବଂ ତାମିଲନାଡୁରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ତେବେ ଆଶ୍ୱସ୍ତିର କଥା ହେଉଛି ଦିଲ୍ଲୀରେ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ଦିନରେ ୧୦ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଦ୍ରୁତ ସଂକ୍ରାମକ ରୂପକୁ ନଜରରେ ରଖି ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କୋଭିଡ୍ ଗାଇଡଲାଇନର କଡାକଡି ପାଳନ ସହ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ପୁଣି ଡରାଇଲାଣି ତୃତୀୟ ଲହର ଯାହାକୁ ଦେଖି ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ହୁ ହୁ ହୋଇ ବଢୁଥିବା କୋଭିଡର ନୂଆ ପ୍ରଜାତି ଓମିକ୍ରନର ଦ୍ରୁତ ସଂକ୍ରମଣ ତୃତୀୟ ଲହର ଆଶଙ୍କାକୁ ବଢାଇ ଦେଇଛି। ଆଉ ଏଥି ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲୁଥିବା ଘରୋଇ କୋଭିଡ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ହସ୍ପିଟାଲରେ ଅକ୍ସିଜେନ ସହ ମେଡିସିନ ମହଜୁଦ ରଖିବାକୁ କୁହାଯାଇଛି। ଆବଶ୍ୟକ ହେଲେ ନିର୍ଦ୍ଦେଶ ମିଳିବା କ୍ଷଣି ହସ୍ପିଟାଲ କାର୍ଯ୍ୟକ୍ଷମ କରାଇବାକୁ ପଡିବ।

Advertisment

ଏହା ସହ ଟୀକାକରଣ ବଢାଇବାକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଡିଏମ୍ଇଟି କହିଛନ୍ତି। ଡେଲଟା ଭାରିଏଣ୍ଟ ଠାରୁ ଓମିକ୍ରନ ୫ ଗୁଣା ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ଏକା ସମୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରୁଛି ସ୍ୱାସ୍ଥ୍ୟ ବିଭାଗ। ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜାନୁଆରୀରେ ତୃତୀୟ ଲହର ସୁନିଶ୍ଚିତ। ଡେଲ୍‌ଟା ତୁଳନାରେ ଲକ୍ଷଣ କମ୍ ଥିବାରୁ ଜଣାପଡୁନି, ତେଣୁ ହଠାତ୍ ସ୍ଥିତି ସାଂଘାତିକ ହୋଇପାରେ।

ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ। ହୁ ହୁ ମାଡୁଥିବା ଓମିକ୍ରନ ଦ୍ୱାରା ଗଳାରେ ଦ୍ରୁତ ସଂକ୍ରମଣ ହେଉଥିବା ବେଳେ ଫୁସଫୁସ  ବେଶୀ ପ୍ରଭାବିତ ହେଉନାହିଁ। ଫଳରେ ମୃତ୍ୟୁ ହାର କମ୍ ରହୁଥିବା କୁହାଯାଇଛି।

ରିପୋର୍ଟ: ସୌମ୍ୟ ରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନ

Bhubaneswar Omicron Variant Covid19 Alert
Advertisment
Advertisment