ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଯଦି ଟ୍ରେଣ୍ଡ୍କୁ ଦେଖିବା ଅନ୍ୟ ସ୍ଥାନରେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗାମୀ ଦିନରେ ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
ଓମିକ୍ରନ୍ ଆଣିବ ନୂଆ ଭ୍ୟାରିଆଣ୍ଟ୍ ? ସ୍ଥିତି ଆହୁରି ଭୟାନକ୍ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଓଡ଼ିଶାରେ ଆଗକୁ କରୋନା ସଂକ୍ରମଣ ବଢ଼ିପାରେ। ଏବେ ସୁଦ୍ଧା ରାଜ୍ୟରେ ସିଭିଅରିଟି ନାହିଁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।
ରାଜ୍ୟରେ ପ୍ରଥମ-ଓମିକ୍ରନ୍ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।
ଗତକାଲି BMCରେ ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।
ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।
ଦେଶରେ କରୋନା ସ୍ଥିତି ସାଂଘାତିକ ହେଲାଣି । ଲକ୍ଷେ ମୁହାଁ ଆଡକୁ ଗଲାଣି ଦୈନିକ ସଂକ୍ରମଣ । ଗତକାଲିଠାରୁ ପ୍ରାୟ ଆଜି ପ୍ରାୟ ଦେଢ଼ଗୁଣା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲି ଅପେକ୍ଷା ପ୍ରାୟ ଦେଢ଼ ଗୁଣା ।
ଆଜି ବି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା ।
ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ । ଓମିକ୍ରନ୍ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ।
ହୁ ହୁ ହୋଇ ବଢୁଛି ସଂକ୍ରମଣ : ଗୋଟିଏ ସ୍କୁଲରୁ ୫୩ ପଜିଟିଭ୍ ଚିହ୍ନଟ ହେଲେ
ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ କଟକଣା ଲାଗୁ କରିଛନ୍ତି ସରକାର । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।
ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।
କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ପାଇଁ ରାଜ୍ୟରେ ବଢ଼ିଲା କଟକଣା । ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।
ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍ଡାଉନ୍ ? ନା ୱିକେଣ୍ଡ ସଟ୍ଡାଉନ୍କୁ ଦିଆଯିବ ଗୁରୁତ୍ୱ ?
ବୁଷ୍ଟର ଡୋଜ୍ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ?
ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି।
ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ।
କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇ ପଡିଥିବା ବେଳେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି ।
ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।