• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ ସମସ୍ତଙ୍କୁ ଘାରିଛି କରୋନା ଚିନ୍ତା । ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କ୍ଷିପ୍ର ବେଗରେ ମାଡ଼ି ଚାଲିଛି । ଆଜି ଓଡ଼ିଶାରେ ଆଉ ୨୪ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ କେବଳ ବୁଷ୍ଟର ଡୋଜ୍‌ ଉପରେ ସମସ୍ତଙ୍କ ନଜର । ବୁଷ୍ଟର ଡୋଜ୍‌ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍‌ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ? କେଉଁ ବ୍ରାଣ୍ଡ ବୁଷ୍ଟର ଡୋଜ୍‌ ସବୁଠୁ ଭଲ ? ଏଭଳି ଆଶଙ୍କା ମଧ୍ୟ ସମସ୍ତଙ୍କ ମନରେ ରହିଛି ।

ଏହି ଆଶା ଆଶଙ୍କାରେ ପୁର୍ଣ୍ଣଛେଦ୍‌ ପକାଇଛନ୍ତି ଡାକ୍ତର ଭିକେ ପଲ୍ । ସେ କହିଛନ୍ତି ଯିଏ ଯେଉଁ ବ୍ରାଣ୍ଡ୍‌ର ଟିକା ପୂର୍ବରୁ ନେଇଥିବେ, ସେ ସେହି ବ୍ରାଣ୍ଡର ବୁଷ୍ଟର ଡୋଜ୍ ନେବେ । ଜଣେ ଉଭୟ ଡୋଜ୍ କୋଭାକ୍ସିନ ନେଇଥିଲେ, ବୁଷ୍ଟର ଡୋଜ୍‌ ମଧ୍ୟ ସେହି କୋଭାକ୍ସିନ ବ୍ରାଣ୍ଡର ହିଁ ନେବାକୁ ପଡ଼ିବ । ଯିଏ କୋଭିସିଲ୍ଡ ନେଇଥିବେ ସେ ବୁଷ୍ଟର ଡୋଜ୍ ବି କୋଭିସିଲ୍ଡ ନେବେ ।

ସୂଚନାଯୋଗ୍ୟ, ଗତକାଲି ଦିନକରେ ସାରା ବିଶ୍ୱରେ ୨୫ ଲକ୍ଷ ୨୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆସିବା ଦିନଠାରୁ ଦିନକରେ ଏହା ସର୍ବାଧିକ ସଂକ୍ରମଣ ।