Advertisment

ଓମିକ୍ରନ ବ୍ୟାପିଲେ ସୃଷ୍ଟି ହେବ ନୂଆ ଘାତକ ଭ୍ୟାରିଆଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।

author-image
Chandan Shishu
WHO on Omicron

WHO on Omicron

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟ ସହ ବଡ଼ ବଡ଼ ସହରକୁ ପୁଣି କବଳିତ କଲାଣି କରୋନା। ଦିଲ୍ଲୀ, ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଯଦି ଏଭଳି ସଂକ୍ରମଣ ଦ୍ରୁତ ବେଗରେ ବଢିଚାଲେ, ତାହାହେଲେ ଆଗକୁ ସ୍ଥିତି କଣ ହେବ। ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଆହୁରି ଚିନ୍ତାଜନକ ହୋଇଛି। ଓମିକ୍ରନ ଜିନିତ ସଂକ୍ରମଣ ଯଦି ଏପରି ଦ୍ରୁତଗତିରେ ମାଡ଼ି ଚାଲିବ, ତା’ହେଲେ ଆଗକୁ କରୋନାର ଆହୁରି ଘାତକ ଓ ବିପଦଜନକ ଭାରିଏଣ୍ଟ ସାମ୍ନାକୁ ଆସିବ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

କାହିଁକିନା ଓମିକ୍ରନ କେବଳ ସଂକ୍ରାମକ ହୋଇଥିବାରୁ ଏହାକୁ ଲୋକେ ସାଧାରଣ ବୋଲି ଭାବି ନେଉଛନ୍ତି। କରେନାର ଏହି ନୂଆ ଭ୍ୟାରିଆଣ୍ଟ କ୍ଷୀପ୍ର ବେଗରେ ବ୍ୟାପୁଥିଲେବି ଡେଲଟା ଭ୍ୟାରିଏଣ୍ଟ ପରି ଅଧିକ ବିପଜ୍ଜନକ ନୁହେଁ। ଟିକା ନେଇସାରିଥିବାରୁ  ଓ ଓମ୍ରିକନ୍‌କୁ ହେୟଜ୍ଞାନ କରି କୋଭିଡ୍‌ ଗାଇଡଲାଇନକୁ ଲୋକେ ମାନୁନାହାନ୍ତି। କିନ୍ତୁ ଏହା ବିପଦ କାରଣ ହୋଇପାରେ ବୋଲି ହୁ ଚେତାବନୀ ଦେଇଛି।  

ଏବେ ଭାରତ ସମେତ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଏଣ୍ଟ ଜନିତ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପୁଥିଲେ ମଧ୍ୟ ଡେଲ୍ଟା ତୁଳନାରେ ସେତେଟା ଘାତକ ବା ବିପଦଜନକ ହେଉନାହିଁ। ତେଣୁ କିଛି ଲୋକ ଓମିକ୍ରନ ସଂକ୍ରମଣ ବଢ଼ିବା ସତ୍ତ୍ୱେ ମାସ୍କ ଓ ଅନ୍ୟାନ୍ୟ କଟକଣା ମାନୁନାହାନ୍ତି।

Advertisment

ତେବେ ଓମିକ୍ରନ ଜିନିତ ସଂକ୍ରମଣ ଯଦି ଏପରି ଦ୍ରୁତଗତିରେ ମାଡ଼ି ଚାଲିବ, ତା’ହେଲେ ଆଗକୁ କରୋନାର ଆହୁରି ଘାତକ ଓ ବିପଦଜନକ ଭାରିଏଣ୍ଟ ସାମ୍ନାକୁ ଆସିବ ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହ ସମସ୍ତଙ୍କୁ ଓମିକ୍ରନ ସଂକ୍ରମଣ ଯେମିତି ନ ବ୍ୟାପିବ, ତା’ର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ହୁ’ର ବରିଷ୍ଠ ଜରୁରିକାଳୀନ ଅଧିକାରୀ କ୍ୟାଥରିନ୍ ସ୍ମଲଉଡ୍ କହିଛନ୍ତି- ବିଶ୍ୱରେ ବଢୁଥିବା ଓମିକ୍ରନର ସଂକ୍ରମଣ ବିପରୀତ ପ୍ରଭାବ ପକାଇପାରେ। ଓମିକ୍ରନ୍ ଯେତେ ଅଧିକ ମାଡ଼ିବ ଓ ଏହା ଦ୍ୱାରା ଯେତେ ଅଧିକ ଲୋକ ସଂକ୍ରମିତ ହେବେ। ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ। ଏହା ଓମିକ୍ରନ ଠାରୁ ଅଧିକ ଘାତକ ଓ ବିପଦଜନକ ରୂପ ମଧ୍ୟ ଧାରଣ କରିପାରନ୍ତି।

ସେ ଆହୁରି କହିଛନ୍ତି, ଓମିକ୍ରନ ଡେଲଟା ତୁଳନାରେ କମ୍ ଘାତକ କିନ୍ତୁ ଏହି ଭ୍ୟାରିଏଣ୍ଟ ଲୋକଙ୍କ ଜୀବନ ନେଇପାରେ। ଏହା ମୃତ୍ୟୁର କାରଣ ହୋଇପାରେ। କିନ୍ତୁ ଆଗକୁ କ’ଣ ହେବ, ସେକଥା କେହି ବି ଜାଣି ନାହାନ୍ତି। ସେହିପରି ଏହାର ମ୍ୟୁଟେସନ ଦ୍ୱାରା ସୃଷ୍ଟି ହେବାକୁ ଥିବା ନୂଆ ଭାରିଏଣ୍ଟ କ’ଣ ପ୍ରଭାବ ପକାଇବ, ସେକଥା ମଧ୍ୟ କାହାକୁ ଜଣାନାହିଁ।

ଆମେ ଏବେ ଗୋଟିଏ ବିପଦଜନକ ଷ୍ଟେଜରେ ରହିଛୁ। ଆମେ ଦେଖୁଛୁ ପଶ୍ଚିମ ୟୁରୋପରେ ସଂକ୍ରମଣ ହାର ଅତ୍ୟନ୍ତ ଦ୍ରୁତଗତିରେ ବଢ଼ୁଛି। ଏହାର ପ୍ରଭାବ କ’ଣ ରହିବ, ତା’ର ସ୍ପଷ୍ଟ ଚିତ୍ର ମଧ୍ୟ କାହା ପାଖରେ ନାହିଁ। ମହାମାରୀ ଆରମ୍ଭରୁ ୟୁରୋପରେ ୧୦ କୋଟିରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଲାଣି। ଏହା ମଧ୍ୟରୁ ୨୦୨୧ର ଶେଷ ସପ୍ତାହରେ ୫୦ ଲକ୍ଷରୁ ଅଧିକ ମାମଲା ରେକର୍ଡ ହୋଇଛି। ”

ସେ ଆହୁରି କହିଛନ୍ତି, ଯେତେବେଳେ ସଂକ୍ରମଣ ବଢ଼ିବ ସେତେବେଳେ ଅଧିକାରୁ ଅଧିକ ଲୋକ ଗୁରୁତର ରୋଗରେ ପଡ଼ିବେ। ଏଥିପାଇଁ ହସ୍ପିଟାଲରେ ଭିର୍ତ୍ତି ହେବାକୁ ପଡ଼ିବ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନ ମଧ୍ୟ ଯିବାର ଆଶଙ୍କା ରହିଛି। ଏବେ ସଂକ୍ରମଣ ବଢ଼ୁଥିବାରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ରଖିଥିବା ଦେଶ ଲୋକଙ୍କୁ ଚିକିତ୍ସା ପ୍ରଦାନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏପରିକି ଅନେକ କରୋନା ରୋଗୀଙ୍କୁ  ଠିକ୍ ସମୟରେ ବେଡ୍ ମିଳୁନାହିଁ। ବିଶେଷ କରି ୟୁରୋପ ଓ ଆମେରିକାରେ ଏବେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

India WHO Omicron Case
Advertisment
Advertisment