Advertisment

ଦିଲ୍ଲୀ ପରି ଓଡ଼ିଶାରେ ବି ବଢିବ କରୋନା !

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ।

author-image
Chandan Shishu
ଅଦ୍ୟତନ ହୋଇଛି
Omicron

Omicron

 ଓଡ଼ିଶାରେ ଯେପରି ବଢ଼ୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ବଢ଼ିଥିଲା। ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି। ବର୍ତ୍ତମାନ ଯେପରି ବଢ଼ୁଛି ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ପଜିଟିଭିଟି ହାର ୧% ଉପରକୁ ଗଲାଣି, ବ୍ରେକ୍ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ାଯାଉଛି। 3Tକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଟେଷ୍ଟ, ଟ୍ରାକ୍, ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । 
କମ୍ୟୁନିଟି ଟ୍ରାନ୍ସମିସନ ଚାଲିଛି, ଦୈନିକ ୬୦ରୁ ୭୦ ହଜାର ଟେଷ୍ଟ କରାଯାଉଛି। ୨ୟ ଲହର ପିକ୍ ସମୟରେ ଯେତିକ ବେଡ୍ ଥିଲା, ସେତିକି ପ୍ରସ୍ତୁତି କରୁଛୁ। 

ଗତକାଲି ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମାନ କଥା ଦୋହରାଇଥିଲେ। ସେ କହିଥିଲେ ଯେ- ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ, ଆଗକୁ ବି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବ। ଯେହେତୁ ଅନ୍ୟରାଜ୍ୟ ବା ସହରରେ ସଂକ୍ରମଣ ବଢୁଛି ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବ।ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଦିନ ମଧ୍ୟରେ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ହସ୍ପିଟାଲ ପ୍ରସ୍ତୁତ ନିର୍ଦ୍ଦେଶ ଦିଆଯାଇଛି। ୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ଅତି କମରେ ସେତିକି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Omicron Cases In Odisha COVID19 Omicron Variant
Advertisment
Advertisment