Advertisment

ଗୋଟିଏ ସ୍କୁଲରୁ ୫୩ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି ସଂକ୍ରମଣ : ଗୋଟିଏ ସ୍କୁଲରୁ ୫୩ ପଜିଟିଭ୍‌ ଚିହ୍ନଟ ହେଲେ

author-image
Sarbeswar
ଅଦ୍ୟତନ ହୋଇଛି
Corona

Corona

କାୟା ମେଲାଉଛି କରୋନା। ସୁନ୍ଦରଗଡ଼ର ଏକ ସ୍କୁଲରୁ ଆଜି ପୁଣି ୫୩ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସ୍କୁଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ପଜିଟିଭ ଚିହ୍ନଟ ହୋଇଥିବା ସବୁ ପିଲା ହଷ୍ଟେଲରେ ଆଇସୋଲେସନ୍‌ରେ ରହିଥିବା ନେଇ ସୂଚନା ମିଳିଛି।

Advertisment

ତେବେ ପୁଣିଥରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୦୬ ରହିଛି। ସେହିପରି ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୬କୁ ବୃଦ୍ଧି ପାଇଛି।

ସେପଟେ କରୋନା ବଢୁଥିବାରୁ କଟକଣାକୁ କଡ଼ାକଡ଼ି କଲେ ରାଜ୍ୟ ସରକାର। ଆଜି କଟକଣା ଭିତରେ ଆସିଲା ନୂଆ ଗାଇଡଲାଇନ୍। କ୍ଷୀପ୍ର ବେଗରେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଲାଗୁ କଲେ କଟକଣା । କଟକଣା ମଧ୍ୟରେ ହେବ ବିବାହ ଉତ୍ସବ । ମାତ୍ର ୧୦୦ ଜଣେ ବିବାହ ଉତ୍ସବ ପାଇଁ ଅନୁମତି ଥିବା ବେଳେ ମେହେନ୍ଦୀ, ସଙ୍ଗୀତ ଭଳି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ରାଜ୍ୟ ସରକାର । ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

Advertisment
COVID19 Coronavirus
Advertisment
Advertisment