• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା କଡ଼ାକଡ଼ି କରାଯାଇଛି । ଓଡ଼ିଶା ପାଇଁ ଆସିଛି ନୂଆ କୋଭିଡ଼ ଗାଇଡଲାଇନ । ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଫିସରେ କର୍ମଚାରୀ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଅଧା କର୍ମଚାରୀ ଅର୍ଥାତ୍ ୫୦ ପ୍ରତିଶତରେ ଚାଲିବ ସରକାରୀ ଅଫିସ୍‌ । ଫଳରେ ସଂକ୍ରମଣକୁ ମାତ୍‌ ଦେବାରେ ସହାୟକ ହେବ । ସେହିପରି କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ । ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ ବୋଲି ସୂଚନା ଦିଆଯାଇଛି ।

ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ । ରାତି ୧୦ଟା ପରିବର୍ତ୍ତେ ଏ‍ବେ ଠାରୁ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ଲାଗୁ ହେବ । ରାଜ୍ୟରେ ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ହୋଟେଲ, ମଲ୍‌, କନଭେନସନ୍‌ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । ସ୍କୁଲ, କଲେଜ ପିକନିକ୍, ଏସ୍କକର୍ସନକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ। ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ । ୫୦% କ୍ଷମତାରେ ଏଗୁଡ଼ିକ ଚାଲିପାରିବ । ରାସ୍ତାକଡ଼ ଦୋକାନ ମଧ୍ୟ ୯ଟା ଯାଏ ଖୋଲିବ ଏବଂ ସର୍ବାଧିକ ୫ ଜଣ ଗ୍ରାହକ ରହିପାରିବେ ।

ଅନ୍ୟପଟେ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ । ତେବେ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରାଯାଇ ପାରିବ ।

ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି । ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ ରହିବେ । ଦଣ୍ଡ ସ୍ୱରୂପ ୭ ଦିନ ଯାଏ ବନ୍ଦ କରାଯିବ ଦୋକାନ । ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାରେ ଅନୁମତି ପ୍ରଦାନ କରାଯାଇଛି । ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ । ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ । ନନ୍ଦନକାନନରେ କ୍ୟୁରେ ଟିକେଟ କରାଯାଇ ପାରିବ । ଭିଡ଼କୁ ବାରଣ କରାଯାଇଛି ।