ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି ଆଇ-ଟି ରିଟର୍ଣ୍ଣସ୍ ଦାଖଲ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୫.୬୧ କୋଟି ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩୧ କୋଟି ଅଧିକ ରହିଛି। ତେବେ […]
ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍ କାର୍ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ ବିଦେଶ ମୁଦ୍ରାନୀତି ଯୋଗୁ ଏହି ଦର ବୃଦ୍ଧି କରାଯାଇଛି। ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ ହୋଇଥିଲା। ଯାହାର ପ୍ରଭାବ ଭାରତୀୟ ବଜାରରେ […]
ମୁମ୍ବାଇ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆସନ୍ତା ୨୦୨୦ ସୁଦ୍ଧା ଶ୍ରେଷ୍ଠ ୩ଟି ଷ୍ଟାର୍ଟ ଅପ୍ ରାଜ୍ୟ ଭିତରେ ଓଡିଶା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି। ଏଥିସହ ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶକଙ୍କୁ ସବୁ ପ୍ରକାର ସୁବିଧା ଦେବା ନେଇ ମଧ୍ୟ ପ୍ରତିଶ୍ରୁତି ଦେବା ସହ ଅଳ୍ପଦିନ ମଧ୍ୟରେ ୨୫୦ରୁ […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି ନବୀନ। କାଲି ସେଠାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ନବୀନ କରିବେ ରୋଡ୍ସୋ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା ବି କରିବେ। ସାଙ୍ଗରେ ରହିବେ ଶିଳ୍ପମନ୍ତ୍ରୀଙ୍କ ସହ ବିଭାଗର ପୁରା ଟିମ୍। ରୋଡ୍ ସୋ ବେଳେ ଫୋକସ୍ରେ ରହିବ ପୁଞ୍ଜିନିବେଶକାରୀଙ୍କ ପାଇଁ ରାଜ୍ୟର ପ୍ରୋତ୍ସାହନ। ସ୍ୱତନ୍ତ୍ର କ୍ଷେତ୍ର ପାଇଁ ଉତ୍ସଗୀକୃତ ବ୍ୟବସ୍ଥା ଓ ଶିଳ୍ପର ଉନ୍ନତି ପାଇଁ ସରକାର ଗଠନ କରିଥିବା […]
ନୂଆଦିଲ୍ଲୀ: ଫ୍ଲାଇଟ୍ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍ଦାର ଅଫର ଆଣିଛି। ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍ ଫେଷ୍ଟିଭାଲ୍ ସେଲ୍ସ’ ପ୍ୟାକେଜ୍ ଲଂଚ୍ କରିଛି। ଏହି ପ୍ୟାକେଜ୍ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍ ବୁକ୍ କରିବାର […]
ଭୁବନେଶ୍ୱର : ଖସୁଛି ରାଜ୍ୟର ଶିଳ୍ପାୟନ ଗ୍ରାଫ୍। କିଛି ମାସ ତଳେ ଇଜ୍-ଅଫ୍-ଡୁଇଂ ବିଜ୍ନେସ୍ରେ ଓଡ଼ିଶାର ସ୍ଥାନ ୧୪କୁ ଖସିଥିଲା। ଅାଉ ଏବେ ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଅାପ୍ଳାଏଡ୍ ଇକୋନୋମିକ୍ ରିସର୍ଚ୍ଚ- NCAER ପକ୍ଷରୁ କରାଯାଇଥିବା ପୁଞ୍ଜିନିବେଶ ସର୍ଭେରେ ଓଡ଼ିଶା ପୂର୍ବବର୍ଷ ତୁଳନାରେ ଅାହୁରି ୬ଟି ସ୍ଥାନ ତଳକୁ ଖସିଅାସିଛି । ସଂସ୍ଥା ପକ୍ଷରୁ ୪ଟି କ୍ଷେତ୍ର ଅାଧାରରେ ଏହି ସର୍ଭେ କରାଯାଇଥିଲା- କୁଶଳୀ ଶ୍ରମିକ କ୍ଷେତ୍ରରେ ଓଡ଼ିଶା ୪ ପାଦ ତଳକୁ ଖସିଥିବାବେଳେ, ଭିତ୍ତିଭୂମିରେ ୫, […]
ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ଲକ୍ଷରେ ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ବାର୍ଷିକ ଜମାରାଶି ସର୍ବନିମ୍ନ ୧୦୦୦ ଟଙ୍କା ଥିବାବେଳେ ଏବେ ଏହାକୁ କମାଇ ୨୫୦ ଟଙ୍କା କରିଛନ୍ତି ସରକାର। ପରିବର୍ତ୍ତିତ ନିୟମ ଅନୁଯାୟୀ, ବର୍ତ୍ତମାନ କେବଳ ୨୫୦ ଟଙ୍କାରେ ହିଁ ଖାତା ଖୋଲାଯାଇ ପାରିବ। ଏଥିସହିତ ପ୍ରତିବର୍ଷ ୧୦୦୦ ଟଙ୍କା ବଦଳରେ ଏବେ ୨୫୦ ଟଙ୍କା ଜମା କରିହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ […]
ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କରିଛି ଆଉ ଏକ ଶସ୍ତା ଫୋନ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୧ତମ ଆନୁଆଲ୍ ଜେନେରାଲ ମିଟିଂରେ ଏହି ଫୋନ୍ ଲଞ୍ଚ ହୋଇଛି। ଯାହର ନାଁ ରହିଛି ‘ଜିଓ ଫୋନ ୨’। ଗତବର୍ଷ ଲଞ୍ଚ ହୋଇଥିବା ଜିଓ ଫୋନ ଠୁ ଏହି ଫୋନର ଡିଜାଇନ୍ ମଧ୍ୟ ପୂରାପୂରି ଅଲଗା। ଖାଲି ଡିଜାଇନ ନୁହେଁ ଏଥିରେ ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ ଭଳି ଅନେକ ସୁବିଧା ରହିଛି। ବଜାରରେ ଏହା […]
ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍ଟି ପ୍ରଚଳନର ଅନେକ […]
ଫିଫା ବିଶ୍ୱକପ୍କୁ ଆଖିରେ ରଖି ଟେଲିକମ୍ କମ୍ପାନୀ ଗୁଡିକ ଆରମ୍ଭ କରିଛନ୍ତି ବିଭିନ୍ନ ଅଫର। ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ଗୁରବାର ଜିଓ ଲଞ୍ଚ କରିଛି ଜିଓ ଡବଲ ଧମାକା ଅଫର। ସେହିପରି ଜିଓକୁ ଟକ୍କର ଦେବାପାଇଁ ବିଏସଏନଏଲ ପକ୍ଷରୁ ମଧ୍ୟ ଆରମ୍ଭ କରାଯାଇଛି ଫିଫା ଓ୍ୱାଲର୍ଡ କପ୍ ରିଚାର୍ଜ। ବିଏସଏନଏଲର ଏହି ଅଫର ଅନୁଯାୟୀ ୧୪୯ ଟଙ୍କା ରିଚ୍ଚାର୍ଜରେ ଗ୍ରାହକ ୪ଜିବି ଡାଟା ପାଇପାରିବେ। ଫିଫା ବିଶ୍ୱକପ୍ ଆରମ୍ଭରୁ ଅର୍ଥାତ ୧୪ ଜୁନ୍ରୁ ଜୁଲାଇ ୧୫ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି ମାସରେ ଇନକମ୍ ହେବ ତାହେଲେ ସେମିତି ଏକ ସ୍କିମ ହେଉଛି ଏମଆଇସି । ଆସନ୍ତୁ ଜାଣିବା ଏହି ସ୍କିମ୍ ସମ୍ପର୍କରେ ପୋଷ୍ଟ ଅଫିସ ମନ୍ଥଲି୍ ଇନକମ୍ ସ୍କିମ୍ […]
ଶ୍ରୀନଗର : ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ। ଏହି ପ୍ଲାନ୍କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଜମ୍ମୁ ଓ କାଶ୍ମୀରରେ ରୋମିଂ କଟକଣା ରହିଛି। ଏଥିପାଇଁ ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କନେକ୍ଟିଭିଟି ବା ସମ୍ପର୍କ ରଖିବାରେ ସମସ୍ୟା ସାମ୍ନାର […]
ଭୁବନେଶ୍ୱର : ଅମୂଲ ମୂଲ ହୋଇଛି ସୁନା। ସପ୍ତାହେ ତଳେ ଭରିଏ ସୁନା ଦର ଯାହା ଥିଲା ଏବେ ଆଉ ୨ ହଜାର ଅଧିକ। ଆନ୍ତର୍ଜାତିକ ବଜାରରେ ବି ଗତ ୬ ବର୍ଷ ଭିତରେ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦାମ୍। ଏଥିପାଇଁ ଅର୍ଥନୀତି ବିଷାରଦ କେତେକ ପ୍ରମୁଖ କାରଣ ଯଥାକ୍ରମେ ଆମେରିକା-ଇରାନ୍ ଯୁଦ୍ଧ ସ୍ଥିତି ଓ ଡଲାରର ଅବମୂଲ୍ୟାୟନକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଦର ଆଗରୁ ୪୦ ହଜାର ଟପିବା ନେଇ ବି ଆଶଙ୍କା […]
ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। If a flight is cancelled & it is the airlines’ fault, […]
ବ୍ୟାଙ୍କର ଅନେକ ସେବା ମାଗଣାରେ ମିଳିଥାଏ। ଏଥିପାଇଁ ବ୍ୟାଙ୍କଗୁଡିକ ହଜାର ହଜାର କୋଟି ଟଙ୍କାର ଟାକ୍ସ ଭରିଥାନ୍ତି। ଏବେ ଏହି ସବୁ ମୁକ୍ତ ସେବା ଆଉ ମାଗଣାରେ ପାଇପାରିବେ ନାହିଁ । ବ୍ୟାଙ୍କ ଏଥିରେ ସେବା ଶୁଳ୍କ ନେବାକୁ ସ୍ଥିର କରିଛି। ଆଉ ଏହାରି ଭିତରେ ଏକ ଗାଇଡ୍ ଲାଇନ୍ପ୍ରସ୍ତୁତ ହୋଇଛି , ଯାହାଦ୍ୱାରା ବ୍ୟାଙ୍କର ନୀତିରେ ପରିବର୍ତ୍ତନ ଘଟିଲେ ବି ଆପଣ ଅତିରିକ୍ତ ଖର୍ଚ୍ଚ ଆଦିରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଅତିରିକ୍ତ ଖର୍ଚ୍ଚରୁ ବଞ୍ଚିବାର […]
ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ହେଲଥ୍ କେୟାର ପ୍ରଦାନ କରୁଥିବା ଫୋର୍ଟିସ୍ ହେଲଥ୍ କେୟାରକୁ କ୍ରୟ କରିବା ଦୌଡ଼ରେ ଅନେକ କମ୍ପାନୀ ସାମିଲ୍ ହୋଇଛନ୍ତି। ଏବେ ଚୀନର କମ୍ପାନୀ ‘ଫୋସୁନ୍’ ଏହି ଦୌଡ଼ରେ ରହିଛି। ଆଉ ଏହାର ମାଲିକାନା ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ଉଲ୍ଲେଖନୀୟ ଯେ,ଫୋସୁନ୍କୁ ମିଶାଇ ୪ଟି କମ୍ପାନୀ ଏବେ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛି ମାଲେସିଆର ଆଇଏଚ୍ଏଚ୍ ହେଲଥ୍ କେୟାର, ମଣିପାଲ୍ ହେଲଥ୍ ଏଣ୍ଟରପ୍ରାଇଜସ୍ , ବର୍ମନ ଓ ମଞ୍ଜଲ୍ […]
କଟକ / ବଲାଙ୍ଗିର/ଭୁବନେଶ୍ୱର : ଏଟିଏମ୍ରେ ସୁଧୁରିନି ଟଙ୍କା ଅଭାବ ସ୍ଥିତି। କିଛି ରାଜ୍ୟରେ ସ୍ଥିତି ଉତ୍କଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତଥାପି ଅନେକ ସ୍ଥାନରେ ଏଟିଏମ୍ ଖାଲି ପଡିଥିବାରୁ ଗ୍ରାହକ ହଇରାଣ ହୋଇଛନ୍ତି। କଟକ ବଡ ମେଡିକାଲରେ ପ୍ରତି ମୁହୂର୍ତ୍ତରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଦରକାର ଟଙ୍କା। ସେଥିପାଇଁ ମେଡିକାଲ ପରିସରରେ ବସିଛି ATM। ତେବେ ATM ଥିଲେ କଣ ହେବ ଟଙ୍କା ନାହିଁ। କିଛି ଦିନ ହେବ ଦେଶବ୍ୟାପୀ […]
ଭୁବନେଶ୍ୱର : ଭାରତୀ ଏୟାରଟେଲ୍ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ସୁବିଧା ଘୋଷଣା କରିଛି। ଯାହା ଦ୍ୱାରା ୨ଜି ଓ ୩ଜି ବ୍ୟବହାରକାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେମାନେ ୪ଜି ସ୍ମାର୍ଟଫୋନକୁ ଅପଗ୍ରେଡ୍ କଲେ ୩୦ ଜିବି ମାଗଣା ଡାଟା ପାଇପାରିବେ । ଏୟାରଟେଲ୍ କହିଛି, ‘ମେରା ପେହେଲା ସ୍ମାର୍ଟଫୋନ’ ଅଭିଯାନକୁ ସଫଳ କରିବାକୁ ଏହି ନୂଆ ଯୋଜନା ସହାୟକ ହେବ। ଗ୍ରାହକମାନେ ମାଇଁ ଏୟାରଟେଲ ଆପ୍ରେ ୫୧୧୧୧ର ଟୋଲ […]
ନୂଆଦିଲ୍ଲୀ: ଆପଣ କମ୍ ଦାମରେ ଭଲ କମ୍ପାନୀର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ମୋଟୋରୋଲା କମ୍ପାନୀ ଏଇ ସୁଯୋଗ ଆଣି ଦେଇଛି। ଯେଉଁ ମୋବାଇଲ୍ର ପ୍ରକୃତ ଦାମ୍ ୧୩,୯୯୯ଟଙ୍କା , ତାହା ଏବେ ୪ହଜାର ଟଙ୍କାର ରିହାତିରେ ଅର୍ଥାତ୍ ୯,୯୯୯ ଟଙ୍କାରେ ପାଇପାରିବେ। ଏହି ଅଫରର ଶେଷ ତାରିଖ ଏପ୍ରିଲ୍୧୧ ରହିଛି। ତାପରେ ଏହା ପୁଣି ନିଜର ପୁରୁଣା ଦର ୧୩,୯୯୯ ଟଙ୍କାରେ ଉପଲବ୍ଧ ହେବ। ଗତ ବର୍ଷ ଭାରତରେ ଲଞ୍ଚ […]
ଭାରତୀୟ ଡାକ ବିଭାଗ Cool EMS ସେବା ଆରମ୍ଭ କରିଛି। ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ। ପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର […]
ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ […]
ଚେନ୍ନାଇ: ପୁଣି ୮୨୪ କୋଟିର ବ୍ୟାଙ୍କ ଠକେଇ। ଚେନ୍ନାଇର ଏକ ଗହଣା କମ୍ପାନୀ ବିରୋଧରେ ସିବିଆଇରେ ମାମଲା ହୋଇଛି । ପିଏନ୍ବି(ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ) ଋଣ ସ୍କାମ୍ର ପର୍ଦ୍ଦାଫାସ୍ ପରେ ଗୋଟିଏ ପରେ ଗୋଟିଏ ଋଣ ଠକେଇର ଗୁମର ଖୋଲୁଛି। ସୂଚନା ଅନୁସାରେ ,କନିଷ୍କ ଗୋଲ୍ଡ ନାମକ ଚେନ୍ନାଇର ଏକ ସଂସ୍ଥା ୧୪ଟି ବ୍ୟାଙ୍କରୁ ୮୨୪.୧୫ କୋଟି ଟଙ୍କା ଠକି ନେଇଛି। ଏ ସଂକ୍ରାନ୍ତରେ ସିବିଆଇକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବଗତ କରାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ୱରେ […]
ନୂଆଦିଲ୍ଲୀ: ପିଏନ୍ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍) ଥିବା ସବୁ ବ୍ୟକ୍ତିଙ୍କ ପାସ୍ପୋର୍ଟ ତଥ୍ୟ ହାସଲ କରାଯିବ। […]
ନୂଆଦିଲ୍ଲୀ : ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ଅର୍ଥାତ୍ ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ। ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର […]
ନୂଆଦିଲ୍ଲୀ : ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ‘ମାଇକ୍ରୋସଫ୍ଟ ଏକ୍ସେଲ’ ଆଡ଼କୁ ମୁହାଁଇଛି। ଏହି ବିଜ୍ଞାପନ ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଲୋକେ #BoycottSurfExcel ଏବଂ #BoycottHindustanUniliver ଆଦି […]