Advertisment

ଲଞ୍ଚ୍‌ ହେଲା ଶସ୍ତା ସ୍ମାର୍ଟଫୋନ୍‌ JioPhone Next, ମାତ୍ର ୧,୯୯୯ ଟଙ୍କା ଦେଇ ଘରକୁ ଆଣନ୍ତୁ ଫୋନ୍‌

ଗ୍ରାହକଙ୍କ ପାଇଁ ଶସ୍ତାରେ ଜିଓ ଓ ଗୁଗଲ୍‌ ସ୍ମାର୍ଟଫୋନ୍‌ ଜିଓ ଫୋନ୍‌ ନେକ୍ସଟ୍‌(JioPhone Next) ଲଞ୍ଚ କରିଛି। ଆଜିଠୁ ଷ୍ଟୋର୍‌ରେ ଏହି ଫୋନ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ବାକି ଟଙ୍କା ଆପଣ କିସ୍ତି ହିସାବରେ ଦେଇ ପାରିବେ।

author-image
Rajalaxmi Sahoo
JioPhone Next

JioPhone Next

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଶସ୍ତାରେ ଜିଓ ଓ ଗୁଗଲ୍‌ ସ୍ମାର୍ଟଫୋନ୍‌ ଜିଓ ଫୋନ୍‌ ନେକ୍ସଟ୍‌(JioPhone Next) ଲଞ୍ଚ କରିଛି। ଆଜିଠୁ ଷ୍ଟୋର୍‌ରେ ଏହି ଫୋନ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାପରେ ବାକି ଟଙ୍କା ଆପଣ କିସ୍ତି ହିସାବରେ ଦେଇ ପାରିବେ। 

Advertisment

କିସ୍ତିରେ ଫୋନ୍‌ ନେବାକୁ ହେଲେ ଏଥିପାଇଁ ଆପଣଙ୍କୁ ୫୦୧ ଟଙ୍କା ପ୍ରୋସେସିଙ୍ଗ୍‌ ବାବଦରେ ଦେବାକୁ ହେବ। ଯଦି, ଆପଣ ବିନା କିସ୍ତିରେ JioPhone Next କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ ୬,୪୯୯ ଟଙ୍କା ଦେଇ ଏହାକୁ ସିଧାସଳଖ କିଣି ପାରିବେ। ଜିଓ ଓ ଗୁଗଲ୍‌ ମିଳିତ ଭାବରେ JioPhone Next ଲଞ୍ଚ କରିଛନ୍ତି। 

ଜାଣନ୍ତୁ, JioPhone Next କ’ଣ ସବୁ ଫିଚର୍ସ ରହିଛି....

  • ୧୩ ମେଗାପିକ୍ସେଲ୍‌ ରିଅର୍‌ କ୍ୟାମେରା। ଫ୍ରଣ୍ଟ୍‌ କ୍ୟାମେରା ୮ମେଗାପିକ୍ସେଲ୍‌
  • ସ୍କ୍ରିନ୍‌ ସାଇଜ୍‌ 5.45 ଇଞ୍ଚ  + ମଲ୍ଟିଟଚ୍‌
  • Resolution HD + (720×1440)। Corning Gorilla Glass 3 ଡିସ୍‌ପ୍ଲେ। 
  • ଏହି ସ୍ମାର୍ଟଫୋନ୍‌ରେ Qualcomm Snapdragon QM-215, Quad Core 1.3 Ghz ପ୍ରୋସେସର ରହିଛି। 
  • ଫୋନ୍‌ରେ ୨ ଜିବି RAM ଓ ୩୨ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ରହିଛି। ଏହାସହ 3500mAH ବ୍ୟାଟେରୀ ସହ ୨ଟି ନାନୋ ସିମ୍‌ ମଧ୍ୟ ଆପଣ ଏହି ଫୋନ୍‌ରେ ବ୍ୟବହାର କରିପାରିବେ। 
Advertisment

କେମିତି କିଣିବେ JioPhone Next ଫୋନ୍‌....

  • ଏହି ଫୋନ୍‌ କିଣିବା ପାଇଁ ଆପଣ ନିକଟସ୍ଥ JioMart ଡିଜିଟାଲ୍‌ ରିଟେଲର କିମ୍ବା www.jio.com/nextକୁ ଯାଆନ୍ତୁ। 
  • ନଚେତ୍‌ ହ୍ୱାଟ୍ସଆପ୍‌ ନମ୍ବର-70182-70182ରେ ‘Hi’ ପଠାନ୍ତୁ। Confirmation ପରେ  JioPhone Next ଫୋନ୍‌ କିଣିବା ପାଇଁ  ନିକଟସ୍ଥ JioMart ଡିଜିଟାଲ୍‌କୁ ଯାଆନ୍ତୁ।
JioPhone Next Jio Smart Phone Jio Phone
Advertisment
Advertisment