/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643704084.jpg)
Union Budget 2022-23 Live Updates
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ 2022 ଉପସ୍ଥାପନ କରୁଛନ୍ତି । ଏଥିରେ ରହିଛି ଗୋଟିଏ ବର୍ଷ ପାଇଁ ହିସାବ ନିକାସ । ଟଙ୍କା ଆସିବ କେଉଁଠୁ ଓ କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ସ୍କୁଲ ପିଲାଙ୍କ ପାଇଁ ପିଏମ - ଇ - ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ପିଲାମାନେ ଟିଭି ଜରିଆରେ ପାଠ ପଢିପାରିବେ । ଆଞ୍ଚଳିକ ଭାଷାରେ ପାଠପଢା ପାଇଁ ଦୁଇ ଶହ ଚ୍ୟାନେଲ୍ ହେବ । ଗମନାଗମନର ସୁବିଧା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ।
- Mar 17, 2022 12:19 IST
ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ୍
- Feb 01, 2022 22:41 IST
ବଜେଟକୁ ନେଇ ଖୁସି ନାଖୁସ୍ ନବୀନ
କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମଧ୍ୟମ ଓ ଗରିବ ବର୍ଗର ଲୋକେ ଦରବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବଜେଟରେ ଏ ଦିଗକୁ ଅଣଦେଖା କରାଯାଇଛି ।
- Feb 01, 2022 15:02 IST
ଜାଣନ୍ତୁ, ବଜେଟ୍ରେ କ’ଣ ସବୁ ନୂଆ ଘୋଷଣା ହୋଇଛି...
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର:‘ବଜେଟ୍ରେ କ’ଣ ସବୁ ନୂଆ ଘୋଷଣା ହୋଇଛି’
- Feb 01, 2022 15:02 IST
ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର: ‘ନିବେଶକଙ୍କ ପାଇଁ ଆଲର୍ଟ ! କ୍ରିପ୍ଟୋ ଉପରେ ଲାଗିବ ଟ୍ୟାକ୍ସ’
- Feb 01, 2022 15:02 IST
ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ
ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର:‘ଆୟକର ସ୍ଲାବ୍ ଅପରିବର୍ତ୍ତିତ, IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ’
- Feb 01, 2022 14:57 IST
ଆନିମେଶନ ସେକ୍ଟରରେ ବଡ଼ ନିଯୁକ୍ତି ସୁଯୋଗ
- Feb 01, 2022 14:57 IST
୮୦ ଲକ୍ଷଙ୍କୁ PMAY ଘର
- Feb 01, 2022 14:57 IST
ଖୁବ ଶୀଘ୍ର ଆସିବ ୫ଜି ସେବା
- Feb 01, 2022 14:57 IST
ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଦିବ
- Feb 01, 2022 14:57 IST
ଭାରତରେ ଅଧିକ ଉତ୍ପାଦନ ହେବ ସାମରିକ ଅସ୍ତ୍ରଶସ୍ତ୍ର
- Feb 01, 2022 14:09 IST
୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ ନିଲାମ ଆହ୍ୱାନ ହେବ
- Feb 01, 2022 14:09 IST
ଅଙ୍ଗନବାଡ଼ିରେ ଚାଲିବ ଭିଡିଓ
- Feb 01, 2022 14:09 IST
ଆବାସ ଯୋଜନାରେ ତିଆରି ହେବ ୮ ଲକ୍ଷ ଘର
- Feb 01, 2022 14:09 IST
ଜାଣନ୍ତୁ ଏଥର ବଜେଟରେ କଣ ଶସ୍ତା, କଣ ମହଙ୍ଗା?
- Feb 01, 2022 14:09 IST
ଦେଶରେ ଖୋଲିବ ୭୫ ଡିଜିଟାଲ୍ ବ୍ୟାଙ୍କ
- Feb 01, 2022 13:27 IST
Budget 2022: ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା...
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର : ‘ଜାଣନ୍ତୁ କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା’
- Feb 01, 2022 13:25 IST
୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବ୍ୟବସ୍ଥା
- Feb 01, 2022 13:25 IST
ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିଲେ, ସୁଧାରି ପାରିବେ
- Feb 01, 2022 13:25 IST
ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ମିଳିବ ରିହାତି
- Feb 01, 2022 13:25 IST
କର୍ପୋରେଟ୍ ସରଚାର୍ଜ ୧୨% ରୁ ୭ ପ୍ରତିଶତକୁ ଖସିଲା
- Feb 01, 2022 13:25 IST
ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋ।ଣ କରିପାରିବେ
- Feb 01, 2022 13:25 IST
ଆରମ୍ଭ ହେବ ଡିଜିଟାଲ୍ ୟୁନିଭର୍ସିଟି
- Feb 01, 2022 13:25 IST
ଏମଏସଏମଇକୁ ମିଳିବ ଅତିରିକ୍ତ ଋଣ
- Feb 01, 2022 13:25 IST
ଟ୍ୟାକ୍ସ ସୁଧାର ପାଇଁ ନୂଆ ବ୍ୟବସ୍ଥା
- Feb 01, 2022 13:25 IST
କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ୩୫.୪ % ବୃଦ୍ଧି
- Feb 01, 2022 13:25 IST
ସ୍ପେଶାଲ୍ ଇକୋନୋମିକ୍ ଜୋନରେ ପରିବର୍ତ୍ତନ କରାଯିବ
- Feb 01, 2022 13:25 IST
୨୦୨୨-୨ରେ 5G ସେବା ପାଇଁ ସ୍ପେକ୍ଟ୍ରମ ନିଲାମୀ ଆହ୍ୱାନ ହେବ
- Feb 01, 2022 13:25 IST
ପାହାଡ଼ିଆ ଅଞ୍ଚଳରେ ଆରମ୍ଭ ହେବ ରୋପ ୱେ ବ୍ୟବସ୍ଥା
- Feb 01, 2022 13:25 IST
ନର୍ଥଇଷ୍ଟ ପାଇଁ ପିଏମ୍ ଡେଭଲପମେଣ୍ଟ ସ୍କିମ୍ ଆରମ୍ଭ ହେବ
- Feb 01, 2022 13:25 IST
ସବୁ ରାଜ୍ୟର ITIରେ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିବ
- Feb 01, 2022 13:25 IST
୨୫ ହଜାର କିଲୋମିଟର ବଢ଼ିବ ଜାତୀୟ ରାଜପଥ
- Feb 01, 2022 13:02 IST
#ହୀରା_ଗହଣା_ଉପରେ_କଷ୍ଟମ୍ସ_ଡ୍ୟୁଟି_୫_ପ୍ରତିଶତକୁ_ହ୍ରାସ_ନେଇ_ଘୋଷଣା
#ହୀରା_ଗହଣା_ଉପରେ_କଷ୍ଟମ୍ସ_ଡ୍ୟୁଟି_୫_ପ୍ରତିଶତକୁ_ହ୍ରାସ_ନେଇ_ଘୋଷଣା
•କୃଷି ଉପକରଣ, ମୋବାଇଲ ଚାର୍ଜର, ଚମଡ଼ା ସାମଗ୍ରୀ ଶସ୍ତା ହେବ
•କପଡ଼ା, ବିଦ୍ୟୁତ ଟ୍ରାନ୍ସଫର୍ମର ସାମଗ୍ରୀ ଶସ୍ତା ହେବ@nsitharaman#Budget#Budget2022#BudgetSession2022#BudgetSession#NirmalaSitharaman#OTVpic.twitter.com/f6L7OojKJ8— ଓଟିଭି (@otvkhabar) February 1, 2022
- Feb 01, 2022 13:00 IST
#ଆୟକର_ସୀମା_ଅପରିବର୍ତ୍ତିତ_ରଖିଲେ_କେନ୍ଦ୍ର_ସରକାର
#ଆୟକର_ସୀମା_ଅପରିବର୍ତ୍ତିତ_ରଖିଲେ_କେନ୍ଦ୍ର_ସରକାର
ଆୟକର ସୀମା ସଂପର୍କରେ ବଜେଟ୍ରେ କିଛି କହିଲେନି ଅର୍ଥମନ୍ତ୍ରୀ@nsitharaman#Budget#Budget2022#BudgetSession2022#BudgetSession#NirmalaSitharaman#OTV— ଓଟିଭି (@otvkhabar) February 1, 2022
- Feb 01, 2022 12:57 IST
Budget 2022: ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର : ‘୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍’
- Feb 01, 2022 12:57 IST
ଟିକସଦାତାଙ୍କ ପାଇଁ ବଡ଼ ଖବର, ମିଳିବ ୨ ବର୍ଷ ମହଲତ
ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ପଢ଼ନ୍ତୁ ସମୂର୍ଣ୍ଣ ଖବର: ‘ଟିକସଦାତାଙ୍କ ପାଇଁ ବଡ଼ ଖବର, ମିଳିବ ୨ ବର୍ଷ ମହଲତ’
- Feb 01, 2022 12:55 IST
ବଜେଟ୍ ମୁଖ୍ୟାଂଶ: ରିଟର୍ଣ୍ଣ ଦାଖଲ ପରେ ମଧ୍ୟ ତ୍ରୁଟି ସୁଧାରି ହେବ
- Feb 01, 2022 12:55 IST
ବଜେଟ୍ ମୁଖ୍ୟାଂଶ: ଆରମ୍ଭ ହେବ ଡିଜିଟାଲ କରେନ୍ସି
- Feb 01, 2022 12:53 IST
ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ
ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ ଆରବିଆଇ ।
ପଢ଼ନ୍ତୁ : ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ
- Feb 01, 2022 12:53 IST
PM Awas Yojanaରେ ତିଆରି ହେବ ୮୦ ଲକ୍ଷ ଘର
ମହାମାରୀର ତୃତୀୟ ଲହରୀ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରୁ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ସାଧାରଣ ଲୋକଙ୍କ ବହୁତ ଆଶା ରହିଛି । ସାଧାରଣ ଲୋକଙ୍କ ପାଇଁ ସରକାର ବଜେଟରେ କିଛି ବଡ ଘୋଷଣା କରିଛନ୍ତି ।
- Feb 01, 2022 12:53 IST
୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍
ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍ କରାଯିବ।
- Feb 01, 2022 12:48 IST
#କ୍ରିପୋ_କରେନ୍ସିକୁ_ଟିକସଭୁକ୍ତ_କରାଯିବା_ନେଇ_ଘୋଷଣା
#କ୍ରିପୋ_କରେନ୍ସିକୁ_ଟିକସଭୁକ୍ତ_କରାଯିବା_ନେଇ_ଘୋଷଣା
• କ୍ରିପୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ପାଇଁ ଘୋଷଣା
• ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫% ହ୍ରାସ ନେଇ ଘୋଷଣା@nsitharaman#Cryptocurrency#Budget#Budget2022#BudgetSession2022#BudgetSession#NirmalaSitharaman#OTVpic.twitter.com/HLzJBDi5Su— ଓଟିଭି (@otvkhabar) February 1, 2022
- Feb 01, 2022 12:41 IST
#ଦେଶ_ଅର୍ଥନୀତିକୁ_ଟାଣିବ_୭ଟି_ଇଞ୍ଜିନ୍
#ଦେଶ_ଅର୍ଥନୀତିକୁ_ଟାଣିବ_୭ଟି_ଇଞ୍ଜିନ୍
ଦେଶର ଅର୍ଥନୈତିକ ବିକାଶ ପାଇଁ ସରକାର ଆରମ୍ଭ କରିବେ ପିଏମ୍ ଗତିଶକ୍ତି ବ୍ୟବସ୍ଥା। ଏହାକୁ ଆଗକୁ ନେବା ପାଇଁ ୭ଟି ଇଞ୍ଜିନ୍ କଥା କହିଛନ୍ତି ଅର୍ଥମନ୍ତ୍ରୀ #Budget2022#UnionFinanceMinister#NirmalaSitharaman#BahiKhata#UnionBudget2022#BudgetTab#PMGatiShaktipic.twitter.com/iK8ewK4fq2— ଓଟିଭି (@otvkhabar) February 1, 2022
- Feb 01, 2022 12:37 IST
#ବଜେଟରେ_ଟିକସ_ବ୍ୟବସ୍ଥା_ଘୋଷଣା_କଲେ_ଅର୍ଥମନ୍ତ୍ରୀ
#ବଜେଟରେ_ଟିକସ_ବ୍ୟବସ୍ଥା_ଘୋଷଣା_କଲେ_ଅର୍ଥମନ୍ତ୍ରୀ
•କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ
•ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ@nsitharaman#Budget#Budget2022#BudgetSession2022#BudgetSession#NirmalaSitharaman#OTVpic.twitter.com/EQbbI5VQre— ଓଟିଭି (@otvkhabar) February 1, 2022
- Feb 01, 2022 12:34 IST
କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି
#ବଜେଟ_ଉପସ୍ଥାପନ_କରୁଛନ୍ତି_ଅର୍ଥମନ୍ତ୍ରୀ_ନିର୍ମଳା_ସୀତାରମଣ
• କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି
• କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪%@nsitharaman#Budget#Budget2022#BudgetSession2022#BudgetSession#NirmalaSitharaman#OTVpic.twitter.com/BQHZcYUH6p— ଓଟିଭି (@otvkhabar) February 1, 2022
- Feb 01, 2022 12:30 IST
#୬୮%_ପ୍ରତିରକ୍ଷା_ସାମଗ୍ରୀ_ଲୋକାଲ_ମାର୍କେଟରୁ_କିଣାଯିବାକୁ_ନିଷ୍ପତ୍ତି
#୬୮%_ପ୍ରତିରକ୍ଷା_ସାମଗ୍ରୀ_ଲୋକାଲ_ମାର୍କେଟରୁ_କିଣାଯିବାକୁ_ନିଷ୍ପତ୍ତି
• ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ
• ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯, ୫୦୦ କୋଟି ବ୍ୟୟବରାଦ@nsitharaman#Budget#Budget2022#BudgetSession2022#BudgetSession#NirmalaSitharaman#OTV— ଓଟିଭି (@otvkhabar) February 1, 2022
- Feb 01, 2022 12:30 IST
ବଜେଟ୍ ମୁଖ୍ୟାଂଶ: ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର
- Feb 01, 2022 12:24 IST
ବଜେଟ୍ ମୁଖ୍ୟାଂଶ: ନୀଳାଚଳ ଇସ୍ପାତ ନିଗମ ଲିଃ ବିନିବେଶ ଚୂଡ଼ାନ୍ତ
- Feb 01, 2022 12:24 IST
ବଜେଟ୍ ମୁଖ୍ୟାଂଶ: ପିଲାଙ୍କ ପାଠପଢ଼ା ପାଇଁ ହେବ ୨ ଶହ ଚ୍ୟାନେଲ୍
- Feb 01, 2022 12:24 IST
ବଜେଟ୍ ମୁଖ୍ୟାଂଶ: ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ
- Feb 01, 2022 12:10 IST
ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୯.୨%
ଆଜି ଡିଜିଟାଲ୍ ବଜେଟ୍ ଆରମ୍ଭ ହେଉ ହେଉ ବାଚସ୍ପତି କହିଲେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ୍ ବଜେଟ୍ ପଢ଼ିବେ। ଦେଶର ଅଭିବୃଦ୍ଧି ଚଳିତ ବର୍ଷ ୯ ପ୍ରତିଶତରୁ ଅଧିକ ଅଛି ବୋଲି କହିଲେ ଅର୍ଥମନ୍ତ୍ରୀ। #Budget#Budget2022#BudgetSession2022#BudgetSession#NirmalaSitharaman#OTV@nsitharamanpic.twitter.com/sgGwCTAC6e
— ଓଟିଭି (@otvkhabar) February 1, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)